ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଘମାଘୋଟ ଲଢେଇ: ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ ହସ୍ପିଟାଲ କ୍ଷତିଗ୍ରସ୍ତ, ଜବାବ୍‌ରେ ହେଭି ଓ୍ବାଟର ରିଆକ୍ଟର ଉପରେ ଆଇଡିଏଫ୍‌ର ହମଲା

Published By : Harapriya Biswal | June 19, 2025 3:35 PM

ନୂଆଦିଲ୍ଲୀ,୧୯।୬: ଆହୁରି ଭୟଙ୍କର ହେଲା ଇରାନ-ଇସ୍ରାଏଲ ଯୁଦ୍ଧ । ଘନଘନ ମିସାଇଲ୍ ମାଡ ଓ ଆକ୍ରମଣରେ ଥରୁଛି ଦୁଇ ଦେଶ। ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲ୍‌ର ଡାଇମଣ୍ଡ ଏକ୍ସଚେଞ୍ଜ ସହ ଅନେକ ହସ୍ପିଟାଲ୍‌ ‌କ୍ଷତିଗ୍ରସ୍ତ। ସେଠାରୁ ଧୂଆଁ ବାହାରୁ‌ଥିବାର ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ ଏକ ଲାଇଭ୍ କାର୍ଯ୍ୟକ୍ରମକୁ ସାମ୍ବାଧନ କଲା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି ଘୋଷଣା କରିଛନ୍ତି ଯେ ଦେଶ ଏକତାରେ ରହିଛି । ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁଇବ ନାହିଁ।

ସେପେଟ ଇରାନର ଏହି ଆକ୍ରମଣର ଜୋରଦାର ଜବାବ ଦେଇଛି ଇସ୍ରାଏଲ। ଅରାକରେ ଥିବା ଇରାନର ହେଭି ଓ୍ବାଟର ରିଆକ୍ଟର ଉପରେ ହମଲା କରିଛି ଇସ୍ରାଏଲ। ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲୀ ସେନା ଅରାକ ଓ ଖୋଣ୍ଡବ ସହରର ଲୋକଙ୍କୁ ଅଞ୍ଚଳ ଖାଲି କରିବାକୁ ଚେତାବନୀ ଦେଇଥିଲା। ଅରାକ ଇରାନ ନ୍ୟୁକ୍ଲିଅର ପୋଗ୍ରାମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ସେଠାରୁ ବହୁପରିମାଣରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ହୁଏ। ଇରାନ ମଧ୍ୟ ଇସ୍ରାଏଲର ୪ ସହର ତେଲ ଅଭିଭ, ବିରସେଭା, ରମତ ଗଣ ଓ ହୋଲେନ୍‌ ଉପରେ ୩୦ ମିଜାଇଲ ମାଡ଼ କରିଛି। ୭ଟି ମିଜାଇଲକୁ ଇସ୍ରାଏଲ ଡିଫେନ୍ସ ସିଷ୍ଟମ ରୋକିବାରେ ସଫଳ ହୋଇଛି। ଏଥିରେ ୧୭୬ ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ୬ ଜଣଙ୍କ ସ୍ଥିତି ଗୁରୁତର ରହିଛି। 


ସେପଟେ ଯୁଦ୍ଧଗ୍ରସ୍ତ ଇରାନରୁ ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆରମ୍ଭ ହୋଇଛି ଅପରେସନ ସିନ୍ଧୁ । ଇତି ମଧ୍ୟରେ ଇରାନରେ ଥିବା ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେହେରାନରୁ ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟଙ୍କୁ ଉଦ୍ଧାର କରି ଏକ ବିମାନ ନୂଆଦିଲ୍ଲୀରେ ଅବତରଣ କରିଛି । ଆଉ ଭାରତ ମାଟିରେ ପାଦ ଦେବା ପରେ ଭାରତ ସରକାରଙ୍କୁ ଧନ୍ୟବାଦ ଦେବା ସହ ଭାରତୀୟ ବୋଲି ନିଜକୁ ଗର୍ବ କରି ଇରାନର ଯୁଦ୍ଧ ପରିସ୍ଥିତି ବାବଦରେ ବଖାଣିଛନ୍ତି ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ ।

୧୩ ଜୁନ୍‌ରେ ଇସ୍ରାଏଲର ଆରମ୍ଭ ହୋଇଥିବା ‘ଅପରେସନ୍ ରାଇଜିଂ ଲାୟନ’ ଅନୁସାରେ ଇରାନର ପରମାଣୁ ଓ ସାମରିକ ଆଡ୍ଡା ଉପରକୁ ଏୟାରଷ୍ଟ୍ରାଇକ୍ କରିଥିଲା। ଏହାପରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ଇସ୍ରାଏଲର ୨୪ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ଇରାନରେ ଏପର୍ଯ୍ୟନ୍ତ ୬୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ   ୧୩୨୯ ଆହତ ହୋଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.