ପ୍ରମୂଖ ଖବର
  • ଯୁବକଙ୍କ ହାତଗୋଡ ବାନ୍ଧି ଭୋଗରାଇ ଥାନାରେ ନିର୍ଯାତନା ଦେବା ଘଟଣା, ଆଇଆଇସି ନିଲମ୍ବିତ
  • ||
  • ବାସୁଦେବପୁର : ଖେଳୁଥିବା ବେଳେ ପୋଖରୀରେ ପଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ଜନତା ମଇଦାନରେ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ, ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
  • ||
  • ରାଉରକେଲା : ୨ କାର୍‌ ସହ ବିପୁଳ ନକଲି ବିଦେଶୀ ମଦ ଜବତ, ଦୁଇ ମାଫିଆ ସହ ଚାଲାଣକାରୀ ଗିରଫ
  • ||
  • ରାଉରକେଲା : ଲଗାଣ ବର୍ଷାରେ ବେହାଲ ଇସ୍ପାତ ସହର, ଘରେ ଘରେ ପଶିଲା ପାଣି
  • ||
  • କନ୍ଧମାଳ : ସରକାରୀ ଟଙ୍କା ଆତ୍ମସାତ କରିବା ପଡ଼ିଲା ମହଙ୍ଗା, ପୂର୍ବତନ ପିଇଓ ଅକ୍ରୁର ମାଝୀ ଗିରଫ
  • ||
  • କେନ୍ଦୁଝର : ଘର ଭାଙ୍ଗି ପରିବା ଚାଷ ନଷ୍ଟ କଲେ ହାତୀ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ
  • ||
  • ଶୁକ୍ରବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ: ଆଜି ହେବ କାରକେଡ୍‌ ରିହର୍ସାଲ, ଜଗିବେ ୧୩୩ ପ୍ଲାଟୁନ୍‌ ଫୋର୍ସ
  • ||
  • ଅପରେସନ୍ ସିନ୍ଧୁ: ଇରାନରୁ ସ୍ବଦେଶ ଫେରିଲେ ୧୧୦ ଜଣ ଭାରତୀୟ, ଆର୍ମେନିଆ ଦେଇ ସୁରକ୍ଷିତ ଭାବରେ ଫେରିଲେ
  • ||
  • ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍, ୨୦ରୁ ଅଧିକ ସ୍ଥାନରେ ଚଢାଉ
  • ||
  • ଘନୀଭୂତ ହେଉଛି ଲଘୁଚାପ: ଆଜି ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, କାଲି ୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ତେଲ୍ ଅବିବ୍ ଉପରେ ଆକ୍ରମଣ ପରେ ଆସିଲା ଖାମେନିଙ୍କ ପ୍ରତିକ୍ରିୟା, କହିଲେ ‘ଡରିଲେ ଶତ୍ରୁ ଛାଡିବ ନାହିଁ’…

Published By : Ladu Kishor | June 19, 2025 6:35 PM

ନୂଆଦିଲ୍ଲୀ: ଇସ୍ରାଏଲର ସୋରୋକା ହସ୍ପିଟାଲ ଏବଂ ଷ୍ଟକ୍ ଏକ୍ସଚେଞ୍ଜକୁ କ୍ଷେପଣାସ୍ତ୍ର ଆକ୍ରମଣରେ ଉଡ଼ାଇ ଦିଆଯିବା ପରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ଏକ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି। ଖାମେନି ତାଙ୍କ X ଆକାଉଣ୍ଟରେ ଦେଶବାସୀଙ୍କୁ ସମ୍ବୋଧିତ ଏକ ପୋଷ୍ଟରେ କହିଛନ୍ତି ଯେ "ଯଦି ତୁମେ ଶତ୍ରୁକୁ ଭୟ କର, ତେବେ ସେମାନେ କେବେବି ତୁମକୁ ଛାଡିବେ ନାହିଁ।" ଅନ୍ୟପକ୍ଷରେ, ଇସ୍ରାଏଲ ଇରାନର ଏହି ଆକ୍ରମଣକୁ ନେଇ ଏବେ ପ୍ରତିଶୋଧ ଆଡକୁ ମୁହାଁଇଛି । ଇସ୍ରାଏଲ ଖାମେନିଙ୍କ ଅସ୍ତିତ୍ୱକୁ ପୋଛି ଦେବାକୁ ପ୍ରତିଜ୍ଞା କରିଛି।

ଖାମେନି ପୋଷ୍ଟରେ ଲେଖିଛନ୍ତି,"ମୁଁ ମୋର ପ୍ରିୟ ରାଷ୍ଟ୍ରକୁ କହିବାକୁ ଚାହୁଁଛି ଯେ, ଯଦି ଶତ୍ରୁକୁ ଏହା ଅନୁଭବ ହୁଏ ଯେ, ତୁମେ ସେମାନଙ୍କୁ ଭୟ କର, ତେବେ ସେମାନେ କେବେବି ତୁମକୁ ଛାଡିବେ ନାହିଁ। ତୁମେ ଏପର୍ଯ୍ୟନ୍ତ ଯେଉଁ ସାହସ ଏବଂ ଆଚରଣ ଦେଖାଇଛ, ଭବିଷ୍ୟତରେ ମଧ୍ୟ ସମାନ ଦୃଢ଼ତାର ସହିତ ଏହାକୁ ଜାରି ରଖିବା ଉଚିତ୍ । ସାହସ ଏବଂ ଶକ୍ତିର ସହିତ ନିଜ ସ୍ଥିତିରେ ଦୃଢ଼ ରୁହ।" ଖାମେନିଙ୍କ ଏହି ବୟାନ ଦର୍ଶାଉଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ଏବଂ ଇସ୍ରାଏଲର ଆକ୍ରମଣ ସତ୍ତ୍ୱେ, ଇରାନ ଆତ୍ମସମର୍ପଣ କରିବାକୁ ଇଛା କରୁନାହିଁ । ଇରାନ ଇସ୍ରାଏଲ ଉପରେ ଦ୍ରୁତ ଆକ୍ରମଣ କରି ପ୍ରମାଣ କରିବାକୁ ଚେଷ୍ଟା କରିଛି ଯେ, ସେ କାହାକୁ ଭୟ କରେ ନାହିଁ।

ସୋରୋକା ହସ୍ପିଟାଲ ଏବଂ ଇସ୍ରାଏଲୀ ଷ୍ଟକ୍ ଏକ୍ସଚେଞ୍ଜ ଉପରେ ଇରାନର ଘାତକ କ୍ଷେପଣାସ୍ତ୍ର ଆକ୍ରମଣରେ ଇସ୍ରାଏଲର ଆକ୍ରୋଶ ବୃଦ୍ଧି ପାଇଛି । ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିଛନ୍ତି ଯେ "ଖାମେନି ଆଉ ରହିବା ଉଚିତ୍ ନୁହେଁ"। କାରଣ ଇରାନ ଏକ କ୍ଷେପଣାସ୍ତ୍ର ଆକ୍ରମଣରେ ଏକ ଇସ୍ରାଏଲୀ ହସ୍ପିଟାଲକୁ ଟାର୍ଗେଟ କରିଛି।

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.