ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆୟରଙ୍କ ମହାନତା; ଶତକ କଲେନି ଶଶାଙ୍କଙ୍କୁ ଉତ୍ସାହିତ କଲେ...

Published By : Ankita S | March 26, 2025 8:52 AM

ନୂଆଦିଲ୍ଲୀ,୨୬/୦୩: ରୋମାଞ୍ଚକର ହେଉଛି ଆଇପିଏଲ ସିଜିନ ୧୮। ଏଯାବତ୍ ୫ଟି ମ୍ୟାଚ ଖେଳାଯାଇଛି । ଶିଖର ଛୁଇଁଛି କ୍ରିକେଟ କ୍ରେଜ୍ । ଗତକାଲି (ମଙ୍ଗଳବାର) ପଞ୍ଚମ ଲିଗ୍ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍ ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚକୁ ୧୧ରନରେ ଜିତିଛି ଶ୍ରେୟାସ ଆୟରଙ୍କ ନେତୃତ୍ବାଧୀନ ପଞ୍ଚାବ କିଙ୍ଗସ୍ । ଏହି ମୁକାବିଲାରେ ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ଶ୍ରେୟାସ ଆୟରଙ୍କ ମହନତା ଦେଖିବାକୁ ମିଳିଥିଲା । ଶତକଠୁ ମାତ୍ର ୩ ରନ ଦୂରରେ ଥିଲେ ବି ସେନେଇ ପ୍ରୟାସ ନ କରି ଶଶାଙ୍କଙ୍କୁ ଉତ୍ସାହିତ କରିଥିଲେ ।

ଆୟରଙ୍କ ମହାନତା- ପଞ୍ଜାବ କିଙ୍ଗ୍‌ସର ନୂଆ ଅଧିନାୟକ ଶ୍ରେୟାସ ଆୟର ଗୁଜରାଟ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲେ । ମ୍ୟାଚ ଜିତାଇବା ସହ ଦର୍ଶକଙ୍କ ହୃଦୟ ବି ଜିତିଛନ୍ତି ଆୟର । ପଡ଼ିଆରେ ନିଜ ମହାନତା ଦେଖାଇଥିଲେ । ଗୁଜରାଟ ଟାଇଟନ୍ସ ବିପକ୍ଷରେ ଶତକ ଠାରୁ ମାତ୍ର ୩ ରନ ଦୂରରେ ରହିଥିଲେ ବି ସେନେଇ ପ୍ରୟାସ କରିନଥିଲେ । ବରଂ ସାଥୀ ଶଶାଙ୍କ ସିଂଙ୍କୁ ବଡ଼ ସଟ ଖେଳିବା ନେଇ ଉତ୍ସାହିତ କରିଥିଲେ । ଫଳରେ ଶଶାଙ୍କ ମାତ୍ର ୧୬ ବଲରୁ ଅପରାଜିତ ୪୪ ରନ୍‌ କରିବାରୁ ପଞ୍ଜାବର ସ୍କୋର ୫ ୱିକେଟ୍‌ରେ ୨୪୩ ରନ୍‌ରେ ପହଞ୍ଚାଇ ଥିଲେ । ଚାହିଁଥିଲେ ଶ୍ରେୟାସ ହୁଏତ ଶତକ ହାସଲ କରିପାରି ଥାନ୍ତେ । କିନ୍ତୁ ସେ ସେମିତି କରିନଥିଲେ । ଶଶାଙ୍କ ନିର୍ଭୟରେ ଖେଳିଥିଲେ । ଇନିଂସ ଶେଷ ହେବା ପରେ ସେ କହିଥିଲେ, ‘ମୁଁ ବ୍ୟାଟିଂ କରିବାକୁ ଗଲା ବେଳେ ଶ୍ରେୟାସ ପ୍ରଥମ ବଲରୁ କହିଥିଲେ, ମୋ ଶତକ ପାଇଁ ଚିନ୍ତା କର ନାହିଁ ।’ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ଶଶାଙ୍କ ୬ଟି ଚୌକା ଓ ୨ଟି ଛକା ମାରିଥିଲେ ।

ଅଧିକ ପଢନ୍ତୁ...IPL 2025; ରାଜସ୍ଥାନ ରୟାଲ୍ସ- କୋଲକତା ନାଇଟ ରାଇଡର୍ସ ମ୍ୟାଚ, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇଦଳ

ଆଇପିଏଲ ପଞ୍ଚମ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିଥିଲା । ବିସ୍ଫୋରକ ଆରମ୍ଭ କରିଥିଲା ଦଳ । ୫ ୱିକେଟ ହରାଇ ୨୪୩ ରନ କରିଥିଲା ପଞ୍ଜାବ । ଶ୍ରେୟାର ଆୟର ଧୂଆଁଧାର ଇନିଂସ ଖେଳିଥିଲେ । ୪୨ ବଲରେ ଅପରାଜିତ ୯୭ ରନ କରିଥିଲେ । ଯେଉଁଥିରେ ୫ଟି ଚୌକା ୯ଟି ଛକା ସାମିଲ ଅଛି ।

ପଏଣ୍ଟ ଟେବୁଲ ସ୍ଥିତି- ଆଇପିଏଲରେ ଏଯାବତ୍ ୫ଟି ମ୍ୟାଚ ଖେଳାଯାଇଛି । ପଏଣ୍ଟ ଟେବୁଲ ସ୍ଥିତି ଅନୁସାରେ ସନରାଇଜର୍ସ ହାଇଦ୍ରାବାଦ ଟପରେ ରହିଛି । ଦ୍ବିତୀୟରେ ଆରସିବି, ତୃତୀୟରେ ପଞ୍ଜାବ ଓ ଚତୁର୍ଥ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗସ୍ ରହିଥିବା ବେଳେ ପଞ୍ଚମରେ ଦିଲ୍ଲୀ କ୍ୟାପିଟାଲ୍ସ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.