ପ୍ରତ୍ୟେକ ରାଷ୍ଟ୍ରର ଆର୍ଥିକ ଶକ୍ତି ସେତିକି ମଜଭୁତ ହୋଇଥାଏ, ଯାହାର ଟିକସ ପଦ୍ଧତି ଯେତେ ସ୍ୱଚ୍ଛ ଓ ସରଳ ହୋଇଥାଏ । ଏକ ଆଦର୍ଶ ଟିକସ ବ୍ୟବସ୍ଥା ସର୍ବଦା ସମାନତା, ନିର୍ଦ୍ଦିଷ୍ଟ ଦେୟ, ସରଳ ଆଦାୟ ପ୍ରକ୍ରିୟା ଏବଂ ଟିକସ ସଂଗ୍ରହରେ କମ୍ ଖର୍ଚ୍ଚ ହେବା ଆବଶ୍ୟକ ।
ଭାରତବର୍ଷରେ ସ୍ୱାଧୀନତା ପରେ ଯେତେସବୁ ଆଇନ ପ୍ରଣୟନ ହୋଇଥିଲା, ପ୍ରକାରାନ୍ତରେ ବ୍ରିଟିଶ ଆଇନ ଦ୍ୱାରା ପ୍ରଭାବିତ ଥିଲା । ତିନିଗୋଟି ଅପରାଧିକ ଆଇନ ଆଇ.ପି.ସି, ସି.ଆର.ପି.ସି ଓ ଏଭିଡେନ୍ସ ଆକ୍ଟକୁ ପରିବର୍ତ୍ତନ କରି କେନ୍ଦ୍ର ସରକାର ୧.୭.୨୦୨୩ ତାରିଖ ଠାରୁ ନୂତନ ଭାବରେ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଭାବରେ କାର୍ଯ୍ୟକାରୀ କରିଛନ୍ତି । ପ୍ରକାଶଥାଉ କି, ଏହିସବୁ ଆଇନ ବ୍ରିଟିଶ ଶାସନର ସୁରକ୍ଷାକୁ ଫଳପ୍ରଦ ଓ ଶକ୍ତିଶାଳୀ କରିବାର ଅଭିପ୍ରାୟ ଥିଲା ଏବଂ ମୂଳ ଲକ୍ଷ୍ୟ ଦଣ୍ଡ ଦେବା ଥିଲା, ମାତ୍ର ନ୍ୟାୟ ପ୍ରଦାନ ନୁହେଁ ।
ସେହିଭଳି ଭାବରେ ଆୟକର ଆଇନ ୧୯୬୧ ମସିହାରେ ପ୍ରଣୀତ ହୋଇ ପୁରୁଣା ହୋଇଯିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଭାରତୀୟ ସମ୍ବିଧାନ ନାଗରିକମାନଙ୍କୁ ପ୍ରଦାନ କରିଥିବା ସମସ୍ତ ଅଧିକାରକୁ ସୁରକ୍ଷା ଦେବା ଏବଂ ସୁନିଶ୍ଚିତ କରିବା ପାଇଁ ସେଗୁଡ଼ିକୁ ହଟାଇ ଆବଶ୍ୟକ ମୁତାବକ ନୂତନ ଆଇନ ପ୍ରଣୟନ କରି ଉଚିତ୍ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଆର୍ôଥକ ବର୍ଷ ୨୦୨୫-୨୬ ଠାରୁ ଲାଗୁ କରିବାକୁ ସ୍ଥିର କରିଛନ୍ତି । ଆୟକର ଆଇନ୍ ୧୯୬୧ ମସିହାରେ ପ୍ରଣୟନ ହେବାର ଛଅ ଦଶନ୍ଧିରୁ ଅଧିକ ବର୍ଷ ଅତିକ୍ରାନ୍ତ ହେଲାଣି ଏବଂ ଦେଶରେ ମଧ୍ୟ ଅନେକ ଆର୍ôଥକ ପ୍ରଗତି ସହ ପରିବର୍ତ୍ତନ ଘଟିଗଲାଣି । ସ୍ୱାଧୀନତା ବେଳ ଏବଂ ଏବେର ଅବସ୍ଥା ମଧ୍ୟରେ ଢେର୍ ଫରକ ରହିଛି । କୌଣସି ଆଇନ ପ୍ରଣୟନ କରିବା ବଡ଼ କଥା ନୁହେଁ, ବରଂ ଏହାର ଗ୍ରହଣୀୟତା ଓ ଉପକାରିତା ପ୍ରାଧାନ୍ୟ ଅଟେ ।
ପ୍ରତିବର୍ଷ ଜାତୀୟ ବଜେଟ୍ ଉପସ୍ଥାପିତ ହୁଏ ଏବଂ ଆୟକର ସଂକ୍ରାନ୍ତରେ ପରବର୍ତ୍ତୀ ଆର୍ଥିକ ବର୍ଷ ପାଇଁ ନୂତନ ନିୟମ ବା ସଂଶୋଧନମାନ ଆଗତ ହୋଇଥାଏ । ମାତ୍ର ଚଳିତ ବର୍ଷ ସ୍ୱତନ୍ତ୍ର ଭାବରେ ଆୟକର ବିଧେୟକ ସଂସଦରେ ଆଗତ ହୋଇଛି । ଏହାର ସମୀକ୍ଷା ପାଇଁ ସିଲେକ୍ଟ କମିଟି ପାଖକୁ ପଠାଇ ଦିଆଯାଇଛି ଏବଂ ଚୂଡ଼ାନ୍ତ ରିପୋର୍ଟ ଦେଲାପରେ ଆଇନରେ ପରିବର୍ତ୍ତନ ହୋଇ ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ କାର୍ଯ୍ୟକାରୀ ହେବ । ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ସରଳ ଓ ଆଧୁନିକ କରିବା ପାଇଁ ସରକାର ନିଷ୍ପତ୍ତି କରୁଅଛନ୍ତି । ଅର୍ଥାତ୍, ପରବର୍ତ୍ତୀ ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ କାର୍ଯ୍ୟକାରୀ ହେବ । ପ୍ରତ୍ୟକ୍ଷ କର ବ୍ୟବସ୍ଥାକୁ ସରଳ ଓ ଆଧୁନିକ କରିବା ପାଇଁ ସରକାର ନିଷ୍ପତ୍ତି କରୁଛନ୍ତି । ଅର୍ଥାତ୍ ପରବର୍ତ୍ତୀ ଆର୍ଥିକ ବର୍ଷ ୨୦୨୫- ୨୬ରେ ଟିକସଦାତାମାନେ ରିଟର୍ଣ୍ଣ ଦାଖଲ କଲାବେଳେ ନୂତନ ଆଇନକୁ ଅନୁକରଣ କରିବେ ।
ପ୍ରଚଳିତ ଆୟକର ଆଇନରେ ପୁରୁଣା ଓ ଅନାବଶ୍ୟକ ବ୍ୟବସ୍ଥାକୁ ଉଚ୍ଛେଦ କରି ନୂତନ ଭାବରେ ଟିକସ ଭାଷାକୁ ସରଳ କରାହେବ, ଯେମିତି ଆୟକରଦାତା ଏଥିରେ ଥିବା ବିଷୟ, ବାକ୍ୟ ଓ ବର୍ଣ୍ଣନା ସହଜରେ ବୁଝିପାରିବେ । ପୁରୁଣା ଆଇନରେ ବର୍ତ୍ତମାନର ୫.୧୨ଲକ୍ଷ ଶବ୍ଦ ବ୍ୟବହାର ହୋଇଥିବା ବେଳେ ନୂତନରେ ୨.୬ଲକ୍ଷ ଶବ୍ଦ, ପ୍ରାୟ ୫୦% କମ୍ ପ୍ରୟୋଗ ହୋଇଛି । ବର୍ତ୍ତମାନ ୮୧୯ଟି ଧାରା ବଦଳରେ ୫୩୬ଗୋଟି, ୪୭ଗୋଟି ଅଧ୍ୟାୟ ଜାଗାରେ ୨୩ଗୋଟି ଓ ୧୮ଟି ଟେବୁଲ ଜାଗାରେ ୫୭ଗୋଟି ପ୍ରଣୟନ ହୋଇଛି । ପ୍ରଚଳିତ ଆଇନରୁ ୧୨୦୦ଟି ବ୍ୟବସ୍ଥା ଓ ୯୦୦ଗୋଟି ସ୍ପଷ୍ଟୀକରଣକୁ ହଟାଇ ଦିଆଯାଇଅଛି । ଦୀର୍ଘ ୬୪ବର୍ଷ ପରେ ଆୟକର ଆଇନ ସରଳ ହେବ । ନୂତନ କର ପ୍ରଚଳନ ନହୋଇ ୧୯୬୧ ମସିହାରେ ପ୍ରଣୀତ ଆଇନକୁ ମଜଭୁତ ଓ ଅପଡେଟ୍ କରାଯାଇଛି । ଏହା ଏକ ପ୍ରତ୍ୟକ୍ଷ କର ହୋଇଥିବାରୁ ଟିକସ ସଂଗ୍ରହକୁ ଅଧିକ ପ୍ରତ୍ୟକ୍ଷ ଓ କମ୍ ଟିକସକୁ ପ୍ରାଧାନ୍ୟ ଦିଆଯାଇଛି ।
ଟିକସଦାତାମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଏବଂ ସେମାନଙ୍କର ଟିକସ ବିବାଦକୁ କେମିତି କମ୍ କରିହେବ ସେଥିପ୍ରତି ଧ୍ୟାନ ଦିଆଯାଇଛି । ନୂତନ ଆୟକର ବିଲ୍ରେ ବ୍ୟକ୍ତିଗତ ଆୟକର ସ୍ତରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ବର୍ତ୍ତମାନ ନିୟମରେ ଗୋଟିଏ ଆର୍ôଥକ ବର୍ଷର ଆୟ ଉପରେ ଟିକସକୁ ପରବର୍ତ୍ତୀ ବର୍ଷରେ ଦିଆଯାଉଛି । ଉଦାହରଣ ସ୍ୱରୂପ, ଆର୍ôଥକ ବର୍ଷ ୨୦୨୩- ୨୪ର ଆୟ ଉପରେ ୨୦୨୪-୨୫ବର୍ଷ, ଯାହାକୁ ନିର୍ଦ୍ଧାରଣ ବର୍ଷ କୁହାଯାଏ ଟିକସ ପୈଠ ହେଉଛି । ନୂତନ ନିୟମରେ କ୍ରିପ୍ଟୋରୁ ପାଉଥିବା ସମ୍ପତ୍ତିକୁ ନଗଦ ଟଙ୍କା ବା ଗହଣା ବୋଲି ବିବେଚନା ହେବ । ଏ.ଆଇ.ର ପ୍ରଚଳନ ହେବ । ଟି.ଡି.ଏସ୍. ରିଟର୍ଣ୍ଣ ଠିକ୍ ସମୟରେ ଦାଖଲ ନକଲେ ଦୈନିକ ୫୦୦ଟଙ୍କା ଜରିମାନା ଲାଗିବ । ଆୟକର ଚଢ଼ାଉ ଓ ତଲାସୀ ପାଇଁ ଡିଜିଟାଲ ମାଧ୍ୟମରେ ପଠାଯାଉଥିବା ନୋଟିସକୁ ବୈଧ ବିଚାର କରାଯିବ । ଚଢ଼ାଉ ବେଳେ ଜବତ ହେଉଥିବା ସମ୍ପତ୍ତି ପାଇଁ ଯଦି ଟିକସଦାତା ମାଲିକାନା ସ୍ୱତ୍ୱର ପ୍ରମାଣ କରି ଟିକସ ପୈଠ କରିବେ, ତେବେ ତାଙ୍କୁ ସମ୍ପତ୍ତି ଫେରସ୍ତ ମିଳିପାରିବ । ସହର ନିକଟରେ ଥିବା କ୍ଷେତ୍ରର ଆୟକୁ କୃଷି ନୁହେଁ, ବରଂ ପୁଞ୍ଜିଲାଭ ଭାବରେ ବିଚାର ହେବ । ପୁଞ୍ଜିଲାଭ କ୍ଷେତ୍ରରେ ଟିକସ ହାରର ପରିବର୍ତ୍ତନ କରାଯିବ ।
ଟିକସ ଚୋରିର ପ୍ରମାଣ ମିଳିଲେ ୨୦୦% ଜରିମାନା ଲାଗିବ । ଯଦି କାହାର ୫୦ଲକ୍ଷ ଟଙ୍କାରୁ ଅଧିକ ଟିକସ ଚୋରିର ପ୍ରମାଣ ମିଳେ, ସେ ଜେଲ୍ ଦଣ୍ଡ ଭୋଗିବେ । କେତେକ କ୍ଷେତ୍ରରେ କୃଷିଆୟ ଉପରେ ଅତିରିକ୍ତ ଟିକସ ରିହାତି ମିଳିବାର ବ୍ୟବସ୍ଥା ଅଛି । ନୂତନ ଭାବରେ ପ୍ରଣୟନ କରାଯାଇଥିବା ଆୟକର ଧାରା ୨୭୫(୬) ଅନୁଯାୟୀ ଏକ ଟିକସ ବିବାଦ ସମାଧାନ କମିଟି (ଡି.ଆର.ପି) ଗଠନ ହେବ, ଯେଉଁଥିରେ ସମ୍ପୂର୍ଣ୍ଣ ନିର୍ଦ୍ଦେଶାବଳୀ ସହିତ ଟିକସ କେମିତି ନିର୍ଦ୍ଧାରଣ ହେବ, ନିଷ୍ପତ୍ତି ସହ କାରଣ ବି ଦର୍ଶାଇ ଦିଆଯିବ । ବିଗତ ୧୦ବର୍ଷ ହେଲା ବିଭିନ୍ନ ସରଳୀକରଣ ପଦକ୍ଷେପ ଯଥା- ଫେସ୍ଲେସ୍ ନିର୍ଦ୍ଧାରଣ, ତ୍ୱରିତ ରିଟର୍ଣ୍ଣ ଯାଞ୍ଚ ପ୍ରକ୍ରିୟା, ୯୯% ରିଟର୍ଣ୍ଣ ନିଜସ୍ୱ ନିର୍ଦ୍ଧାରଣ ଓ ବିବାଦରେ ବିଶ୍ୱାସ ନିଆଯାଇଅଛି । ଅର୍ଥମନ୍ତ୍ରୀ ମଧ୍ୟ ଆଶ୍ୱାସନା ଦେଇ କୁହନ୍ତି ଯେ, ଆୟକର ବିଭାଗ ପ୍ରଥମେ ବିଶ୍ୱାସ ଓ ତନଖି ପରେ, ସି.ବି.ଡି.ଟି.କୁ ସମସ୍ତ ନିର୍ଦ୍ଦେଶାବଳୀ ସହିତ ଅଫିସରମାନଙ୍କୁ ପ୍ରୟୋଗାତ୍ମକ ନୀତି-ନିୟମମାନ ଯୋଗାଇ ଦିଆଯିବ । ଟିକସଦାତାଙ୍କୁ ଅପିଲ ଓ ରିଭିଜନ୍ର ସୁଯୋଗ, ଠିକ୍ ସମୟରେ ନିଷ୍ପତ୍ତି, ଗୋପନୀୟତା, କର୍ମଚରୀମାନଙ୍କ ଦାୟିତ୍ୱବୋଧତା, ଅଯଥା ଜଟିଳତା ଓ ଖର୍ଚ୍ଚାନ୍ତ ନହେବା ପ୍ରତି ସତର୍କ ଦୃଷ୍ଟି ଦିଆଯିବ । ପ୍ରତ୍ୟେକ ରାଷ୍ଟ୍ର ପ୍ରଗତିଶୀଳ ହେଉ କିମ୍ବା ବିକଶିତ, ଦେଶ ଚଳାଇବା ପାଇଁ ସରକାରଙ୍କୁ ଅର୍ଥ ସଂଗ୍ରହର ଆବଶ୍ୟକତା ପଡ଼ିଥାଏ । ଦେଶମାନଙ୍କର ଆର୍ôଥକ ଶକ୍ତିର ଉତ୍ସ, ଆବଶ୍ୟକତା ଓ କ୍ଷେତ୍ର ବିନିଯୋଗ ଅନୁଯାୟୀ ସେମାନଙ୍କର ଅର୍ଥନୀତି ମଧ୍ୟ ଭିନ୍ନ ହୋଇଥାଏ ।
ବିକଶିତ ରାଷ୍ଟ୍ରର ଅର୍ଥନୀତି ବିକାଶଶୀଳ ବା ଅନୁନ୍ନତ ରାଷ୍ଟ୍ର ସହିତ ସମାନ ହୋଇନଥାଏ, ତେବେ ପ୍ରାୟ ସମସ୍ତ ରାଷ୍ଟ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଉପାୟରେ ଟିକସ ମାଧ୍ୟମରେ ଲୋକମାନଙ୍କ ଠାରୁ ଆୟ ସଂଗ୍ରହ କରିଥାନ୍ତି । ପ୍ରତ୍ୟକ୍ଷ ଭାବରେ ଆୟକର ଏକ ପ୍ରମୁଖ ଟିକସ ସଂଗ୍ରହ ମାଧ୍ୟମ ଅଟେ । ଭାରତବର୍ଷ ଏହି ମାଧ୍ୟମରେ ସ୍ୱାଧୀନତା ପରଠାରୁ ଟିକସ ସଂଗ୍ରହ କରିଚାଲିଛି । ଅଦ୍ୟାବଧି ଅନେକ ସଂଶୋଧନ ବା ନୂତନ ଆଇନର ପ୍ରବର୍ତ୍ତନ କରିଥିଲେ ମଧ୍ୟ ଇଂରେଜମାନଙ୍କ ଦ୍ୱାରା ଆଣିଥିବା ଆଇନକୁ ଏବେ ମଧ୍ୟ ଅନୁକରଣ କରାଯାଉଛି । ତେଣୁ ନିଜର ଆବଶ୍ୟକ ଅନୁଯାୟୀ ଏହାର ପରିବର୍ତ୍ତନ ପାଇଁ ଅନେକ ଅର୍ଥନୀତିଜ୍ଞ, ଆଇନ ବିଶାରଦ, ରାଜନେତା ଓ ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି । ଆୟକରରେ ବ୍ୟାପକ ସଂସ୍କାରର ଆବଶ୍ୟକତାକୁ ଉପଲବ୍ଧି କରି ବର୍ତ୍ତମାନର ସରକାର ତତ୍ପରତା ପ୍ରକାଶ କରୁଛନ୍ତି । ପ୍ରକାଶଥାଉ କି, ଜାନୁଆରୀ ୨୬ ତାରିଖ ୧୯୫୦ ମସିହା ଦିନ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେଲାପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ରାଜସ୍ୱ ସଂଗ୍ରହ କରିବାର ଅଧିକାର ପାଇଲେ ଏବଂ ଅନୁଚ୍ଛେଦ ୨୬୫ ଅନୁଯାୟୀ କ୍ଷମତାପ୍ରାପ୍ତ ଆଇନ ଅଧିକାରୀ ବ୍ୟତୀତ ଅନ୍ୟ କେହି ଟିକସ ସଂଗ୍ରହ କରିପାରିବେନାହିଁ ବୋଲି ଉଲ୍ଲେଖ ଅଛି ।
ତଦନୁଯାୟୀ ଭାରତୀୟ ପାର୍ଲାମେଣ୍ଟରେ ୧୯୬୧ ମସିହାରେ ଆୟକର ପାଇଁ ସ୍ୱତନ୍ତ୍ର ଆଇନ ଅଣାଗଲା ଏବଂ ୧୯୬୨ ମସିହା ଏପ୍ରିଲ ମାସ ୧ ତାରିଖ ଠାରୁ ସାରାଦେଶରେ କାର୍ଯ୍ୟକାରୀ ହେଲା । ଏଥିରେ ଟିକସଦାତାମାନେ ଆଜିପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ବା ସିଧାସଳଖ ସରକାରଙ୍କ ତହବିଲକୁ ଟିକସ ପୈଠ କରିଥାଆନ୍ତି । ପରିବର୍ତ୍ତିତ ପରିସ୍ଥିତି ଓ ଆବଶ୍ୟକତା ଦୃଷ୍ଟିରୁ ୬୪ବର୍ଷ ପରେ ଏହାର ସଂସ୍କାର ଆଣିବାକୁ ସରକାର ସ୍ଥିର କରିଛନ୍ତି । ମୋଟାମୋଟି ଭାବରେ ଏହି କର ସଂସ୍କାରକୁ ଆଲୋଚନା କରିବା । ପ୍ରଥମତଃ, ବର୍ତ୍ତମାନ ପ୍ରଚଳିତ ଥିବା ଦୁଇଟି ବର୍ଷ "ଆର୍ôଥକ ବର୍ଷ’ ଓ "ଟିକସ ନିର୍ଦ୍ଧାରଣ ବର୍ଷ’ ଯୋଗୁଁ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିବାରୁ, ବଦଳରେ ଗୋଟିଏ "ଟିକସ ବର୍ଷ’ ହେବ, ଯାହାଦ୍ୱାରା ସହଜରେ ରିଟର୍ଣ୍ଣ ଦାଖଲ ସହିତ କର ମଧ୍ୟ ପୈଠ କରିହେବ । ଆର୍ôଥକ ବର୍ଷ ଭଳି ସମାନ ସମୟ ଅବଧି ୧୨ ମାସ ରହିବ ଯାହା ଏପ୍ରିଲ ୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩୧ ତାରିଖରେ ଶେଷହେବ । ତାରିଖ ବର୍ଷ ଯାହା ଜାନୁଆରୀ ୧ ତାରିଖରେ ଆରମ୍ଭ ହୁଏ, ଟିକସ ବର୍ଷ ହୋଇପାରିବନାହିଁ । ଦ୍ୱିତୀୟରେ ଆୟକର ଟିକସ ବ୍ୟବସ୍ଥାକୁ ଅଧିକ ସହଜ ଓ ବ୍ୟବସ୍ଥିତ କରିବା ପାଇଁ ଧାରାଗୁଡିକରେ ସଂଶୋଧନ କରାଯିବ । ବର୍ତ୍ତମାନର ରିଟର୍ଣ୍ଣ ଦାଖଲର ଧାରା ୧୩୯ରୁ ୨୬୩ ଓ ଟିକସ ଢାଞ୍ଚାକୁ ୨୦୨କୁ ବଦଳାଯିବ । ତୃତୀୟରେ, ଦେଶରେ ନାଗରିକମାନେ ବସବାସ କରିବାର ଯେଉଁ ୩ଗୋଟି ନିୟମ ରେସିଡେଣ୍ଟ ରେସିଡେଣ୍ଟ ନୁହେଁ ଏବଂ ସାଧାରଣ ରେସିଡେଣ୍ଟ ନୁହେଁ ପୁରୁଣା ପରି ବଳବତ୍ତର ରହିବ ।
ଚତୁର୍ଥରେ, ବେତନ ପାଉଥିବା ବ୍ୟକ୍ତିଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ, ଗ୍ରାଚ୍ୟୁଟି ଓ ଲିଭ୍-ଏନକ୍ୟାସମେଣ୍ଟକୁ ଅଲଗା ନରଖି ଗୋଟିଏ ଧାରା ଅଧୀନକୁ ଅଣାଯିବ । ବ୍ୟବସାୟରେ ସମ୍ପତ୍ତିର ମୂଲ୍ୟ ହ୍ରାସ ହିସାବକୁ ସରଳ କରାଯିବ । ବିଭିନ୍ନ ଆୟ ମାଧ୍ୟମରୁ କଟାଯାଉଥିବା ଟି.ଡି.ଏସ୍.କୁ ସୁବିଧା ପାଇଁ ଗୋଟିଏ ଆଇନରେ ରହିବ । ପଞ୍ଚମରେ, ଆୟକର ରିଟର୍ଣ୍ଣ ପ୍ରତିବର୍ଷ ଦାଖଲ କରିବାର ସମୟ ଅବଧି ଏବଂ ସ୍ଲାବ୍ରେ କୌଣସି ପରିବର୍ତ୍ତନ ହେବନାହିଁ । ବିଭିନ୍ନ ଟିକସ ସ୍ତରରେ ଆୟର ବର୍ଗୀକରଣକୁ ଅପରିବର୍ତ୍ତିତ ରଖାଯାଇଛି । ଟିକସ ବର୍ଷ ୨୦୨୫-୨୬ ପାଇଁ ପ୍ରଚଳିତ ସମସ୍ତ ଆଇନ ସମାନ ରହିବ । ବେଞ୍ଜାମିନ ଫ୍ରାଙ୍କଲିନ ଆମେରିକାର ଜଣେ ରାଷ୍ଟ୍ରନୀତିଜ୍ଞ, ଦାର୍ଶନିକ ଓ ପ୍ରତିଷ୍ଠାତା ସଦସ୍ୟ ଏକଦା କହିଥିଲେ- ଏ ପୃଥିବୀରେ ମୃତ୍ୟୁ ଓ ଟିକସ ବ୍ୟତୀତ କୌଣସିଥିରେ ନିର୍ଦ୍ଦିଷ୍ଟତା କହୁଯାଇପାରିବ ନାହିଁ । ଅର୍ଥାତ୍ କୌଣସି ବ୍ୟକ୍ତି ଜୀବନକାଳ ମଧ୍ୟରେ ମୃତ୍ୟୁ ବା ଟିକସକୁ ନିଜଠାରୁ ଦୂରେଇ ପାରିବନାହିଁ । ପ୍ରତ୍ୟେକ ରାଷ୍ଟ୍ରର ଆର୍ଥିକ ଶକ୍ତି ସେତିକି ମଜଭୁତ ହୋଇଥାଏ, ଯାହାର ଟିକସ ପଦ୍ଧତି ଯେତେ ସ୍ୱଚ୍ଛ ଓ ସରଳ ହୋଇଥାଏ । ଏକ ଆଦର୍ଶ ଟିକସ ବ୍ୟବସ୍ଥା ସର୍ବଦା ସମାନତା, ନିର୍ଦ୍ଦିଷ୍ଟ ଦେୟ, ସରଳ ଆଦାୟ ପ୍ରକ୍ରିୟା ଏବଂ ଟିକସ ସଂଗ୍ରହରେ କମ୍ ଖର୍ଚ୍ଚ ହେବା ଆବଶ୍ୟକ । ପ୍ରତ୍ୟକ୍ଷ ଅବା ପରୋକ୍ଷ ହେଉ, ଟିକସ ପଦ୍ଧତି ଏଭଳି ହେବା ଆବଶ୍ୟକ, ଯେମିତି ଦେଶର ରାଜସ୍ୱ ସଂଗ୍ରହ ଉତ୍ତମ ସଞ୍ଚାଳିତ ହେଉଥିବ ଏବଂ ଜି.ଡି.ପି.ରେ ମଧ୍ୟ ଉନ୍ନତି ଆସିପାରୁଥିବ ।