ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଭାରତର ପ୍ରଥମ ମହିଳା ସୁପର୍‌ହିରୋ ଫିଲ୍ମ ‘ମହାକାଲୀ’, ଘୋଷଣା କଲେ ‘ହନୁମାନ’ର ନିର୍ମାତା

Published By : Krishna Priya | October 11, 2024 10:03 AM

ମୁମ୍ବାଇ ୧୧/୧୦: ବଲିଉଡ୍‌ ଚଳିତ ବର୍ଷ ମୁକ୍ତିପ୍ରାପ୍ତ ପାନ୍‌ ଇଣ୍ଡିଆ ଫିଲ୍ମ ‘ହନୁମାନ’ ବକ୍ସ ଅଫିସ୍‌ରେ ବଡ଼ ଧମାକା କରିଥିଲା । କାହାଣୀ ଓ ସୀମିତ ବଜେଟ୍‌ରେ ପ୍ରସ୍ତୁତ ଏହି ଫିଲ୍ମ ଭିଏଫ୍‌ଏକ୍ସ ଦମ୍‌ରେ ଆଶାତୀତ ବ୍ୟବସାୟ କରିଥିଲା । ୪୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇ ବିଶ୍ୱସ୍ତରରେ ୨୯୫ କୋଟିରୁ ଅଧିକ ଆୟ କରିଥିଲା । ହିନ୍ଦୀ ସଂସ୍କରଣରେ ଏହାର ୫୦ କୋଟିରୁ ଅଧିକ ନେଟ୍‌ କଲେକ୍ସନ୍‌ ହୋଇଥିଲା । ଏବେ ‘ହନୁମାନ’ର ନିର୍ମାତା ଭାରତର ପ୍ରଥମ ମହିଳା ସୁପର୍‌ହିରୋ ଫିଲ୍ମ ଘୋଷଣା କରଛନ୍ତି । ନାଁ ‘ମହାକାଲୀ’ । ଏହାର ଝଲକ୍‌ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ାଇ ଦେଇଛି ।

‘ହନୁମାନ’ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ପୂର୍ବରୁ ଘୋଷଣା କରିଥିଲେ ଯେ ସେ ଭାରତୀୟ ପୁରାଣ ଉପରେ ଆଧାରିତ ଏକ ନୂଆ ଫିଲ୍ମ ୟୁନିଭର୍ସ ଗଢ଼ିବାକୁ ଯାଉଛନ୍ତି, ଯାହାର ନାଁ ପ୍ରଶାନ୍ତ ବର୍ମା ସିନେମାଟିକ୍‌ ୟୁନିଭର୍ସ । ‘ମହାକାଲୀ’ ଏହି ୟୁନିଭର୍ସର ଏକ ନୂଆ ସୁପର୍‌ହିରୋ ଚରିତ୍ର ଓ କାହାଣୀ ସହିତ ଆସିଛି, ଯାହାର ପ୍ରଥମ ଝଲକ୍‌ ଦମ୍‌ଦାର ହୋଇଛି । ନିର୍ମାତା ଦୁର୍ଗା ସପ୍ତମୀ ଅବସରରେ ଏହି ଫିଲ୍ମ ଘୋଷଣା କରିଛନ୍ତି, ଯାହାର ମୁଖ୍ୟ ଚରିତ୍ର ମା କାଳୀଙ୍କ ଦ୍ୱାରା ପ୍ରେରିତ ।




‘ମହାକାଲୀ’ ଘୋଷଣା ଭିଡିଓରେ ଦମ୍‌ଦାର ଥିମ୍‌ ମ୍ୟୁଜିକ୍‌ ରହିଛି । ଏଥିରେ ନୂଆ ସୁପର୍‌ହିରୋ ଚରିତ୍ର ବିଷୟରେ ଉଲ୍ଲେଖ ହୋଇଛି ‘ସେ ଶାନ୍ତି ବି ସେ ଅରାଜକତା ବି । ସେ ନିଃଶବ୍ଦ ବି ସେ ଗର୍ଜନ ବି । ସୃଜନ ବି ଏବଂ ବିନାଶ ବି... ମହାକାଲୀ ।’ ଭିଡିଓ ଶେଷରେ ଏକ ପୋଷ୍ଟର୍‌ ଦେଖିବାକୁ ମିଳିଛି । ଏଥିରେ ଜଣେ ଝିଅ ବାଘର ମୁଣ୍ଡରେ ନିଜ ମୁଣ୍ଡକୁ ଲଗାଇଛି । ଫିଲ୍ମର କାହାଣୀ ପଶ୍ଚିମବଙ୍ଗ ପୃଷ୍ଠଭୂମି ଉପରେ ପର୍ଯ୍ୟବସିତ । ପ୍ରଶାନ୍ତ ଏହାର କାହାଣୀ ଓ ପଟ୍ଟକଥା ଲେଖିଛନ୍ତି । ନିର୍ଦ୍ଦେଶନା ଦେବେ ଅପର୍ଣ୍ଣା କୋଲ୍ଲୁରୁ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.