ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଅନ୍‌ଲାଇନ୍‌ରେ ପାର୍ବଣ ସେଲ୍‌ ଜୋରଦାର, ସପ୍ତାହରେ ୫୫,୦୦୦ କୋଟି ଉଡ଼ାଇଲେଣି ଭାରତୀୟ

ନୂଆଦିଲ୍ଲୀ, ୧୨/୧୦ : ଏବେ ସବୁଆଡେ ପାର୍ବଣ ସେଲିବ୍ରେଶନ । ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକରେ ଜୋରଦାର ବିକ୍ରି ଚାଲିଛି । ଲୋକେ ଅନ୍‌ଲାଇନ୍‌ରେ ପୋଷାକ, ଗହଣା, ଆସବାବପତ୍ର ଏବଂ ଇଲେକ୍ଟ୍ରୋନିକ୍ସ ଆଦି ସାମଗ୍ରୀ କ୍ରୟରେ ବ୍ୟସ୍ତ । ତେବେ ଫେଷ୍ଟିଭ୍‌ ସେଲ୍‌ର ପ୍ରଥମ ସପ୍ତାହରେ ଲୋକେ ପ୍ରାୟ ୫୫,୦୦୦ କୋଟି ଟଙ୍କା ଉଡ଼ାଇସାରିଲେଣି । ଗତବର୍ଷ ତୁଳନାରେ ଏ କ୍ଷେତ୍ରରେ ୨୬% ଅଭିବୃଦ୍ଧି ଦେଖିବାକୁ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ମୋଟ ବିକ୍ରିରେ ମୋବାଇଲ ଫୋନ୍‌, ଇଲେକ୍ଟ୍ରୋନିକ୍ସ, ଦୀର୍ଘସ୍ଥାୟୀ ଖାଉଟି ଉତ୍ପାଦ, ଗୃହପୋକରଣ ଏବଂ ପୋଷାକ ଆଦି ସେଗ୍‌ମେଣ୍ଟ୍‌ର ତିନି ଚତୁର୍ଥାଂଶ ଯୋଗଦାନ ରହିଥିବା ଜଣାପଡ଼ିଛି । ଡାଟମ୍‌ ଇଣ୍ଟେଲିଜେନ୍ସର ଆକଳନ ଅନୁସାରେ, ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକ ୨୦୨୩ ପାର୍ବଣ ତୁଳନାରେ ଚଳିତ ପାର୍ବଣର ପ୍ରଥମ ସପ୍ତାହରେ ୨୬% ଅଧିକ ବିକ୍ରି ଅଭିବୃଦ୍ଧି ହାସଲ କରିଛନ୍ତି । ସ୍ମାର୍ଟଫୋନ୍‌ ଏବଂ ଟିଭି ବିକ୍ରିରେ ଟିୟର-୨ ଏବଂ ଟିୟର-୩ ସହରଗୁଡ଼ିକର ଯୋଗଦାନ ୭୦%ରୁ ଅଧିକ ରହିଛି । 

ପ୍ରକାଶଯୋଗ୍ୟ, ପାର୍ବଣ ସେଲ୍‌ର ପ୍ରଥମ ସପ୍ତାହରେ ବିକ୍ରି ଅଧିକ ରହିଥାଏ । କାରଣ ଫେଷ୍ଟିଭ୍‌ ସେଲ୍‌ରେ ଗ୍ରାହକଙ୍କୁ ଆକର୍ଷଣୀୟ ଅଫର ଏବଂ ରିହାତି ମିଳିଯାଏ । ଶିଳ୍ପ ସହ ଜଡ଼ିତ ଜଣେ ଅଧିକାରୀଙ୍କ କହିବାନୁସାରେ, କ୍ଷୁଦ୍ର ସହରରେ ଥିବା ବଡ଼ ଭାଗ ଗ୍ରାହକ ହାୟର ଆଭେରେଜ୍‌ ସେଲିଂ ପ୍ରାଇସ୍‌(ଏଏସ୍‌ପି) ଦେଇ ସାମଗ୍ରୀ କିଣୁଛନ୍ତି । ସେହିଭଳି କିଛି ଗ୍ରାହକ ଇଏମ୍‌ଆଇ ବିକଳ୍ପ ବାଛୁଛନ୍ତି । ଚାହିଦା ଏତେ ମାତ୍ରାରେ ଅଧିକ ରହିଛି ଯେ ଯୋଗାଣଜନିତ ସମସ୍ୟାକୁ ନେଇ ଅନେକ ବ୍ରାଣ୍ଡ୍‌ ଏବେ ଚିନ୍ତିତ । ସେପ୍ଟେମ୍ବର ଅନ୍ତିମ ସପ୍ତାହରୁ ଇ-କମର୍ସ ପ୍ଲାଟ୍‌ଫର୍ମ ଫ୍ଲିପ୍‌କାର୍ଟ ଏବଂ ଆମାଜନ ଇଣ୍ଡିଆ ସେମାନଙ୍କ ବାର୍ଷିକ ଫେଷ୍ଟିଭ୍‌ ସେଲ୍‌ ଯଥାକ୍ରମେ ବିଗ୍‌ ବିଲିୟନ ଡେଜ୍‌ ଏବଂ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଆରମ୍ଭ କରିଛନ୍ତି । ପାର୍ବଣ ଋତୁର ଆରମ୍ଭ ସେପ୍ଟେମ୍ବର ୨୬ରୁ ହୋଇଛି । ଏହା ନଭେମ୍ବର ୩ ପର୍ଯ୍ୟନ୍ତ ଚାଲିବ । ଏଥର ପାର୍ବଣରେ ୧ ଲକ୍ଷ କୋଟି ଟଙ୍କାର ବିକ୍ରି ଆଶା ରହିଛି । ସଫ୍ଟବ୍ୟାଙ୍କ ସମର୍ଥନପ୍ରାପ୍ତ ମିସୋ ଏହାର ମିସୋ ମେଗା ବ୍ଲକ୍‌ବଷ୍ଟର ସେଲ୍‌ ଆରମ୍ଭ କରିଛି । ଅର୍ଡର କ୍ଷେତ୍ରରେ ୪୦% ରୁ ଊଦ୍ଧ୍ୱର୍ ବୃଦ୍ଧି ଦେଖିବାକୁ ମିଳିଛି । ଟିୟର୨ ସହରରୁ ମଜଭୁତ ଚାହିଦା ଦେଖିବାକୁ ମିଳୁଛି । ଟିୟର-୪ ଏବଂ ଅନ୍ୟାନ୍ୟ ସ୍ଥାନରୁ ପାଖାପାଖି ୪୫% କ୍ରେତା ରହିଛନ୍ତି । 

ମିସୋ ସହ-ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭିଦିତ୍‌ ଆତ୍ରୈ କୁହନ୍ତି ଯେ, ଯୋଜନା ଅନୁସାରେ ଆମର ପ୍ରଥମ ସପ୍ତାହ ସେଲ୍‌ ଅତ୍ୟନ୍ତ ଆକର୍ଷଣୀୟ ରହିଛି । କାରଣ ଲୋକେ ଚାହାନ୍ତି ଯେ, ପୂଜାର ଯଥେଷ୍ଟ ପୂର୍ବରୁ ସେମାନଙ୍କ ନିକଟରେ ପ୍ରଡକ୍ଟ ପହଞ୍ଚିଯାଉ । ତେଣୁ ଆଗୁଆ ଅର୍ଡର ସଂଖ୍ୟା ବୃଦ୍ଧି ପାଇଛି ।  ଫ୍ଲିପ୍‌କାର୍ଟର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାନି ଦେଶର ସମସ୍ତ ପିନ୍‌କୋଡ୍‌ରେ ତ୍ୱରିତ ଡେଲିଭରୀ ଉପରେ ଧ୍ୟାନ ଦେଇଆସୁଛି । ଏପରିକି ସମାନ ଦିନ ଏବଂ ପରବର୍ତ୍ତୀ ଦିନ ଡେଲିଭରୀ ସିଷ୍ଟମ୍‌କୁ ଏହା ସମ୍ପ୍ରସାରଣ କରିଛି । ନୂଆଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁରେ ଚାହିଦା ଢ଼େର ରହିଥିବାବେଳେ ମେଦିନପୁର, ହିସାର, ବ୍ରହ୍ମପୁର, ବଙ୍କୁରା ଏବଂ ଅଗର୍‌ତାଲା ଭଳି ଟିୟର-୨୍ମ ସହରଗୁଡ଼ିକରେ ବି ଚାହିଦା ମଜଭୁତ ରହିଛି ।  ରିପୋର୍ଟ ଅନୁସାରେ, ଫ୍ୟାଶନ୍‌, ଗ୍ରୋସେରି, ବିଉଟି ଏବଂ ପର୍ସନାଲ କେୟାର ସହ ଜଡ଼ିତ ସାମଗ୍ରୀ ବିକ୍ରିରେ ୨ରୁ ୩ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି । ସ୍ମାର୍ଟ ଟିଭି, ଏୟାର୍‌ ଫ୍ରାୟର, ଲଗେଜ୍‌, ସୁରକ୍ଷା କ୍ୟାମେରା, ୱାଟର ପ୍ୟୁରିଫାୟର, ଲାପ୍‌ଟପ୍‌, ଏୟାର୍‌ କଣ୍ଡିଶନର, ୱାଟର ହିଟର, ୱାଶିଂ ମେଶିନ୍‌ ଆଦିର ଚାହିଦା ମଧ୍ୟ ଢ଼େର ଅଧିକ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.