ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କାନାଡାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ୨ ଜଣଙ୍କୁ ଗିରଫ କଲା ପୋଲିସ

Published By : Tapas Panda | December 8, 2024 7:38 PM

ନୂଆଦିଲ୍ଲୀ: କାନାଡାରେ ଜଣେ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଇଭାନ ରେନ୍‌ ଏବଂ ଜୁଡିଥ ସାଲ୍ଟୋକୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ, ହର୍ଷଦୀପ ସିଂହ କାନାଡାରେ ପଢ଼ିବା ସହ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରୁଥିଲେ ।

 ଶୁକ୍ରବାର ରାତି ପ୍ରାୟ ୧୨.୩୦ ସମୟରେ ଫ୍ଲାଟରେ ଥିବା ବଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ତେବେ ଅଭିଯୁକ୍ତମାନେ ହର୍ଷଦୀପଙ୍କୁ ଗୁଳି କରିବା ପୂର୍ବରୁ ବହୁ ହଇରାଣ କରିବା ସହ ସିଢ଼ିରୁ ତଳକୁ ଠେଲି ଦେଉଥିବା ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି ।  ଏହି ସମୟରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ତାଙ୍କୁ ପଛରୁ ଗୁଳି କରିଦେଉଛନ୍ତି । ଗୁଳି କରିବା ପରେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । 

କାନାଡାର ଏଡମୋଣ୍ଟନ ପୋଲିସର କହିବା ଅନୁଯାୟୀ, ହର୍ଷଦୀପଙ୍କୁ ସାଙ୍ଗେସାଙ୍ଗେ ହସ୍ପିଟାଲ୍‌ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ତଦନ୍ତକାରୀଙ୍କ ଅନୁସାରେ, ହୁଏତ ହର୍ଷଦୀପଙ୍କୁ ହତ୍ୟା କରାଯାଇ ନାହିଁ । ହେଲେ ଗଟଣାସ୍ଥଳରୁ ପୋଲିସ ଏକ ମାରଣାସ୍ତ୍ର ଜବତ କରିଛି । ମୃତଦେହର ପୋଷ୍ଟମର୍ଟମ ଡସେମ୍ବର ୯ରେ କରାଯିବ ବୋଲି ଜଣାପଡ଼ିଛି । ହତ୍ୟାର କାରଣ ସଂପର୍କରେ ସଠିକ୍‌ ସୂଚନା ମିଳିପାରି ନାହିଁ । ଏହା ପୂର୍ବରୁ କାନାଡାର ସରନିୟାରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.