ପ୍ରମୂଖ ଖବର
  • ବରଗଡ : ବଜ୍ରପାତରେ ଚାଲିଗଲା୨ ମହିଳାଙ୍କ ଜୀବନ
  • ||
  • ଢେଙ୍କାନାଳ : ମଶାଣିରୁ ଝୁଲନ୍ତା ମୃତଦେହ ଠାବ, ପରିଚୟ ଅସ୍ପଷ୍ଟ
  • ||
  • ରାଉରକେଲା : ବିସ୍ଫୋରକ ଲୁଟି ସରଣ୍ଡା ଜଙ୍ଗଲକୁ ନେଇଛନ୍ତି ମାଓବାଦୀ, ପ୍ରାଥମିକ ତଦନ୍ତରୁ ଖୁଲାସା
  • ||
  • ଝାରସୁଗୁଡ଼ା : ସ୍କୁଟିକୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍, ଚାଲିଗଲା ୨ ଜୀବନ
  • ||
  • କନ୍ଧମାଳ : ତହସିଲ ଅଫିସରେ ଲାଞ୍ଚ ନେବା ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଉପଜିଲ୍ଲାପାଳ
  • ||
  • କେନ୍ଦୁଝର : ସାପ କାମୁଡାରେ ଯୁବକ ମୃତ
  • ||
  • ପୁରୀ: ନିଶାସକ୍ତ ପୁଅର ନୃଶଂସ କାଣ୍ଡ, ଗାଁ ଦାଣ୍ଡରେ ମା'କୁ କୋଦାଳରେ ହାଣି ମାରିଲା ପୁଅ
  • ||
  • ଗଜପତି: ହୋମଗାର୍ଡ ଇଣ୍ଟରଭ୍ୟୁ ଦେବାକୁ ଆସି ଯୁବକ ମୃତ
  • ||
  • ଲକ୍ଷପତି ଦିଦି ସମ୍ମିଳନୀ-୨୦୨୫: ଆଜି ଏକାଠି ହେବେ ୨୫ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଲକ୍ଷପତି ଦିଦି
  • ||
  • IPL 2025: ଆଜି ପଞ୍ଜାବ- ବେଙ୍ଗାଲୁରୁ ପ୍ରଥମ କ୍ୱାଲିଫାୟର, ଜିତିଲେ ଫାଇନାଲ ଟିକେଟ୍
  • ||
  • ଗଞ୍ଜାମ : ଟ୍ରକ୍‌କୁ ପିଟିଲା ଯାତ୍ରୀବାହୀ ବସ୍‌, ୨୦ ଆହତ
  • ||
  • ଓଡ଼ିଶାରେ ମୌସୁମୀ ବାୟୁ: ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

କାଶ୍ମୀରରୁ ଗୁଜରାଟ, ପଞ୍ଜାବ ଏବଂ ରାଜସ୍ଥାନ ପର୍ଯ୍ୟନ୍ତ, ପାକିସ୍ତାନକୁ ଲାଗିଥିବା ସୀମାବର୍ତ୍ତୀ ରାଜ୍ୟରେ ଆରମ୍ଭ ହେବ ମକଡ୍ରିଲ୍

Published By : Harapriya Biswal | May 28, 2025 4:26 PM

ନୂଆଦିଲ୍ଲୀ,୨୮।୫: ପାକିସ୍ତାନକୁ ଲାଗିଥିବା ରାଜ୍ୟରେ ଗୁରୁବାରଠାରୁ ଆରମ୍ଭ ହେବ ମକଡ୍ରିଲ୍। ଏହି ମକ୍ ଡ୍ରିଲ୍ ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କଶ୍ମୀରରେ ହେବ। ଏହି ସମୟରେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସରକାର ଏହି ୪ଟି ରାଜ୍ୟରେ ମକ୍ ଡ୍ରିଲ୍ କରିବାକୁ ନିର୍ଦେଶ ଦେଇଛନ୍ତି। କାରଣ ଏହା ପାକିସ୍ତାନରର ସୀମାକୁ ଲାଗିକି ଅଛି।

ଭାରତ ଓ ପାକିସ୍ତାନ ଭିତରେ ୩,୩୦୦ କିଲୋମିଟରରୁ ଅଧିକ ଲମ୍ବା ସୀମାରେ ହେବ ମକ୍ ଡ୍ରିଲ୍‌। ଗୁଜରାଟ, ପଞ୍ଜାବ, ରାଜସ୍ଥାନ ଓ ଜମ୍ମୁ-କାଶ୍ମୀର ଭଳି ୪  ସୀମାନ୍ତ ରାଜ୍ୟ ଗୁଡିକରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସରକାର। ଏହା ପୂର୍ବରୁ କେନ୍ଦ୍ର ସରକାର ପାକିସ୍ତାନ ସହ ଉତ୍ତେଜନା ଭିତରେ ୭ ମଇରେ ଦେଶର ୨୪୪ ଜିଲ୍ଲାରେ ମକ୍‌ଡ୍ରିଲ୍ କରିବାର ଘୋଷଣା କରିଥିଲେ। କିନ୍ତୁ ୬-୭ ମଇ ରାତିରେ ଭାରତ-ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ‘ଅପରେସନ୍ ସିନ୍ଦୂର’ ଅନୁସାରେ ଭାରତ-ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା। ଯେଉଁଥିରେ ବହୁ ଆତଙ୍କୀ ନିହତ ହୋଇଥିଲେ। କିନ୍ତୁ ପାକିସ୍ତାନର ଆହୁରି ୧୨ ଆତଙ୍କୀ ଆଡ୍ଡାର ଲିଷ୍ଟ ତିଆରି କରାଯାଉଛି। ପିଓକେରୁ ନେଇ ପାକିସ୍ତାନ ଭିତର ପର୍ଯ୍ୟନ୍ତ ଆତଙ୍କବାଦକୂ ମୂଳରୁ ଶେଷ କରିବାର ଅପରେସନ୍ ଚାଲିଛି। 

ଭାରତର ଅପରେସନ ସିନ୍ଦୁର ଦ୍ବାରା ଆତଙ୍କରେ ରହିଛି ପାକିସ୍ତାନ। ପୁରା ଦେଶରେ ଭୟ। ଏହା ଭିତରେ ପାକିସ୍ତାନକୁ ‘ଅପରେସନ୍ ସିନ୍ଦୂର’ ଭାବରେ ଆଉ ଏକ ଅପରେସନ୍ ଭୟ ରହିଛି। ଭାରତ ଏବେ କେବଳ ୯ ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଛି। ଏଭଳି ସ୍ଥିତିରେ ପାକିସ୍ତାନରେ ଥିବା ଆହୁରି ୧୨ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କାଯାଇପାରେ। ଏହା ପୂର୍ବରୁ ଭାରତ ସ୍ପଷ୍ଟ କରିଥିଲା ଯେ, ଆତଙ୍କବାଦୀ ବାକି ଥିବା ଆଡ୍ଡାକୁ ମାଟିରେ ମିଶାଇ ଦେବୁ।  ଏଥିପାଇଁ ପୁରା ପ୍ରସ୍ତୁତି ଆରମ୍ଭ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.