ହରାରେ – ଭାରତ ଓ ଜିମ୍ୱାୱେ ମଧ୍ୟରେ ୫ମ ମ୍ୟାଚ୍ର ଟି-୨୦ ସିରିଜ୍ର ଶେଷ ମୁତାବିଲା ଖେଳା ଯାଉଛି । ଏହି ମ୍ୟାଚ୍ ହରାଏ ସ୍ପୋର୍ଟ୍ସରେ ଅନୁଷ୍ଠିତ ହେଉଛି, ଯେଉଁଥିରେ ଜିମ୍ୱାୱେର ଅଧିନାୟକ ସିକନ୍ଦର ରଜା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଜବାବରେ ଭାରତୀୟ ଟିମ୍ ୧୬୮ ରନ୍ର ଟାର୍ଗେଟ୍ ଦେଇଛି।
ଏହି ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍ ୬ ୱିକେଟ୍ ହରାଇ ୧୬୭ ରନ୍ କରିଛି। ଗୋଟେ ସମୟରେ ଟିମ୍ ୪୦ ରନ୍ରେ ୩ ୱିକେଟ୍ ହରାଇ ଦେଇଥିଲା। ଏହାପରେ ସଞ୍ଜୁ ସାମସନ ଓ ରିୟାନ ପରାଗ ୫୬ ଟି ବଲ୍ରେ ୬୫ ରନର ପ୍ରମୁଖ ପାର୍ଟନରସିପ୍ କରିଥିଲେ ଏବଂ ଟିମ୍କୁ ମୁସ୍କିଲ ସ୍ଥିତିରୁ ବାହାର କରିଥିଲେ।
ସଞ୍ଜୁ ୪୫ଟି ବଲରେ ୫୮ରନ୍ର ପାଳି ଖେଳି ଥିଲେ , ଯେଉଁଥିରେ ୪ଟି ଛକା ଓ ଗୋଟିଏ ଚୌକା ଥିଲା। ରିୟାନ ୨୨ରନ୍ କରିଛନ୍ତି। ଶେଷରେ ଶିବମ୍ ଦୁବେ ୧୨ଟି ବଲ୍ରେ ୨୨ ରନ୍ କରି ଥିଲେ। ଅନ୍ୟପଟେ ଜିମ୍ୱାୱେ ପାଇଁ ବ୍ଲେସିଂ ମୁଜାରବାନି ଜୋରଦାର ବୋଲିଂ କରିଥିଲେ ଏବଂ ୨ ୱିକେଟ୍ ଅକ୍ତିଆର କରିଥିଲେ। ଅଧିନାୟକ ସିକନ୍ଦର ରଜା ରିଚର୍ଡ ନଗାରୱା ଓ ବ୍ରେଣ୍ଡନ ମାଭୁତାଙ୍କୁ ୧-୧ ଗୋଟିଏ ମିଳିଛି।