ପ୍ରମୂଖ ଖବର
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରିକିଙ୍କ ଲିଷ୍ଟରେ ନାହିଁ ରୋହିତ- ଜୟସଓ୍ବାଲଙ୍କ ନାଁ, ଜାଣନ୍ତୁ ରହିଛନ୍ତି କେଉଁମାନେ

Published By : Gurupada Nath | October 30, 2024 4:34 PM

ମୁମ୍ବାଇ, ୩୦/୧୦ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ବାଛିଲେ ନିଜ ପସନ୍ଦର ୫ବ୍ୟାଟର । ଯେଉଁମାନଙ୍କ ଖେଳ ଦେଖିବାକୁ ତାଙ୍କୁ ବହୁତ ଭଲ ଲାଗେ । ରିକିଙ୍କ ଏହି ଲିଷ୍ଟକୁ ନେଇ ଚର୍ଚ୍ଚା ଜୋରଦାର । ତାଙ୍କ ଲିଷ୍ଟରେ ନାହାନ୍ତି ରୋହିତ- ଜୟସଓ୍ବାଲ । ଯାହାକୁ ନେଇ ଚର୍ଚ୍ଚା ଜାରି ରହିଛି । ସ୍କାଇ ସ୍ପୋର୍ଟ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ ୫ବ୍ୟାଟରଙ୍କ ନାଁ ନେଇଛନ୍ତି । ପ୍ରଥମ ନମ୍ବରରେ ଶୁଭମନ ଗିଲଙ୍କୁ ରଖିଥିବାବେଳେ ଦ୍ବିତୀୟରେ ସେ ଋଷଭ ପନ୍ତଙ୍କୁ ରଖିଛନ୍ତି । ଏହାପରେ ବିରାଟ କୋହଲୀଙ୍କ ଖେଳ ଦେଖିବାକୁ ତାଙ୍କୁ ବହୁତ ପସନ୍ଦ ଆସୁଥିବା ସେ କହିଛନ୍ତି । ସେହିଭଳି ସଞ୍ଜୁ ସାମସନ ଏବଂ ଜୋସ ବଟଲରଙ୍କ ବି ନାଁ ନେଇଛନ୍ତି । ସଞ୍ଜୁଙ୍କୁ ନେଇ କହିଛନ୍ତି କି ସେ ଛୋଟ ଫର୍ମାଟରେ ବହୁତ ଭଲ ଅନ୍ଦାଜରେ ଖେଳିଥାନ୍ତି । ଜୋସଙ୍କୁ ଛୋଟ ଫର୍ମାଟର ଶ୍ରେଷ୍ଠ ବ୍ୟାଟରର ଆଖ୍ୟା ଦେଇଛନ୍ତି । 

ଅନ୍ୟପଟେ ଟେଷ୍ଟ କ୍ରିକେଟରେ ନିଜ ମନ ପସନ୍ଦର ବ୍ୟାଟର ବାଛିଛନ୍ତି ରିକି । ସେ ନିଜର ପସନ୍ଦିତା ଖେଳାଳୀ ଲିଷ୍ଟରେ ଜୋ ଋଟଙ୍କୁ  ରଖିଛନ୍ତି । ମାତ୍ର ୟଶସ୍ବୀ ଜୟସଓ୍ବାଲ ଏବଂ ରୋହିତ ଶର୍ମାଙ୍କ ନାଁ ନେଇ ନାହାନ୍ତି । ଯାହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି । ଜୟସଓ୍ବାଲ ଚଳିତ ବର୍ଷ ଭାରତ ତରଫରୁ ଟେଷ୍ଟରେ ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟର ଅଟନ୍ତି । ଏହାପରେ ବି ସେ ତାଙ୍କ ଲିଷ୍ଟରେ ଜୟସଓ୍ବାଲଙ୍କୁ ରଖିନାହାନ୍ତି । ଏହା ବ୍ୟତୀତ ରିକି ଭାରତର ଅନୀଲ କୁମ୍ବଲେ ଏବଂ ହରଭଜନ ସିଂହଙ୍କୁ ସବୁଠାରୁ ବିପଦପୂର୍ଣ୍ଣ ସ୍ପିନର ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି କି ଏହି ଦୁଇ ସ୍ପିନରଙ୍କ ବିପକ୍ଷରେ ଖେଳିବା ତାଙ୍କୁ ବହୁ କଷ୍ଟ ଲାଗିଥାଏ । ଅନ୍ତର୍ଜାତୀୟ କ୍ରିକେଟରେ ଭଜ୍ଜି ମୋତେ ବହୁ ଥର ଆଉଟ କରିଛନ୍ତି । ଭାରତୀୟ ସ୍ପିନର ବହୁତ ବଢିଆ ଥିଲେ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.