ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

କେଏଲ ରାହୁଲ ନୁହେଁ ବରଂ ଏହି ବିଦେଶ ଖେଳାଳୀଙ୍କୁ ରିଟନ କରିବ ଲକ୍ଷ୍ନୌ

Published By : Prameya | October 29, 2024 9:19 PM

ନୂଆଦିଲ୍ଲୀ,୨୯/୧୦ : ଲକ୍ଷ୍ନୌ ସୁପର ଜାୟଣ୍ଟ୍ସଙ୍କ ରିଟେନଶନ ଲିଷ୍ଟରେ ବହୁତ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । କ୍ରିକବଜ ଅନୁସାରେ ଓ୍ବେଷ୍ଟଇଣ୍ଡିଜର ଓ୍ବିକେଟକିପର ବ୍ୟାଟର ନିକୋଲସ ପୁରନ ମଙ୍ଗଳବାର ଏଲଏସଜିର ମାଲିକ ସଞ୍ଜିବ ଗୋୟନକାଙ୍କୁ ଭେଟିବାକୁ ଆରପିଜିଏସ ହାଉସ ପହଞ୍ଚିଥିଲେ । ଏହି ରିପୋର୍ଟରେ କୁହାଯାଇଛି କି ପୁରନ ଆଗାମୀ କେତେକ ସିଜନ ଖେଳିବା ଲାଗି ଡିଲ୍ ସାଇନ କରି ନେଇଛନ୍ତି । ସମ୍ଭବତଃ ପୁରନ ଏବେ ଆଇପିଏଲ୍୨୦୨୫ ଲାଗି ଡିଲ୍ ପାଇଥିବା ପ୍ରଥମ ଖେଳାଳୀ ହୋଇଯାଇଛନ୍ତି । 

ସୂଚନା ଅନୁସାରେ ନିକୋଲସ ପୂରନଙ୍କୁ ପ୍ରଥମ ରିଟେନଶନ ଭାବେ ତଥା ୧୮କୋଟି ଟଙ୍କାରେ ରିଟନ କରାଯାଇଛି । ବିସିସିଆଇ ଦ୍ବାରା ଜାରି ହୋଇଥିବା ରିଟେନଶନ ପଲିସି ଅନୁସାରେ ପ୍ରଥମ ନମ୍ବରରେ ରିଟନ ହେବାକୁ ଥିବା ଖେଳାଳୀଙ୍କୁ ୧୮କୋଟି ଟଙ୍କାର ରାଶି ମିଳିବ । କିନ୍ତୁ ଟିମ୍ ନିଜ ହିସାବରେ ଖେଳାଳୀଙ୍କୁ ଏହାଠାରୁ ଅଧିକ ଟଙ୍କା ଦେଇ ରିଟନ କରିପାରନ୍ତି । ପ୍ରକାଶ ଯେ, ପୁରନଙ୍କୁ ଗତ ଥର ଅକ୍ସନରେ ଏଲଏସଜି ୧୬କୋଟି ଟଙ୍କାରେ କିଣିଥିଲା । ତଥା ଏଥର ତାଙ୍କୁ ୨କୋଟି ଟଙ୍କାର ଲାଭ ହେଉଛି ।

କ୍ରିକବଜ ଅନୁସାରେ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସର ଜନୈକ ଅଧିକାରୀ କହିଛନ୍ତି କି, ନିକୋଲାସ ପୁରନ ଏଲଏସଜି ଲାଗି ପ୍ରତିବଦ୍ଧ ଅଟନ୍ତି ଏବଂ ବିଜୟର ମାନସିକତା ନେଇ ଆଗକୁ ବଢିବାକୁ ଚାହୁଁଛନ୍ତି । ତାଙ୍କର ଭାବିବାର ପ୍ରକ୍ରିୟା ଭିନ୍ନ ଅଟେ ଏବଂ କୌଣସି ବି ବ୍ୟାଟିଂ କ୍ରମ ଏବଂ କୌଣସି ବି ପରିସ୍ଥିତିରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ଅଟନ୍ତି । ପୁରନଙ୍କୁ ରିଟନ କରାଯିବା ଖବର ଏଭଳି ସମୟରେ ଆସୁଛି ଯେତେବେଳେ କେଏଲ ରାହୁଲଙ୍କୁ ଏଲଏସଜିରୁ ରିଲିଜ କରାଯିବାର ଚର୍ଚ୍ଚା ଚରମ ସୀମାରେ ରହିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.