ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

ଓ୍ବାଙ୍ଖଡେରେ ଅଭିଷେକ ଶର୍ମା ଶୋ’, ଇଂଲଣ୍ଡ ସାମ୍ନାରେ ୨୪୮ ରନ୍‌ର ବିଜୟ ଲକ୍ଷ୍ୟ

Published By : Tapas Panda | February 2, 2025 8:53 PM

Image Courtesy: espncricinfo

ମୁମ୍ବାଇ: ଓ୍ବାଙ୍ଖଡେ ଷ୍ଟାଡିୟମରେ ଅଭିଷେକ ଶର୍ମା ଶୋ’ ଦେଖିବାକୁ ମିଳିଛି । ଇଂଲଣ୍ଡ ବୋଲରଙ୍କୁ ପାଣି ପିଆଇ ବିଶାଳ ସ୍କୋର କରିଛନ୍ତି ଅଭିଷେକ । ସେ ୫୪ ବଲ୍‌ରେ ୧୩ ଛକା ମାରି ୧୩୫ ରନ୍‌ କରିଛନ୍ତି । ୩୭ ବଲ୍‌ରେ ଶତକ କରି ଖେଳପ୍ରେମୀଙ୍କୁ ଚମାକାଇ ଦେଇଥିବା ଅଭିଷେକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ସେପଟେ ଇଂଲଣ୍ଡ ବିପକ୍ଷରେ ଭାରତୀୟ ଟିମ୍‌ ୨୦ ଓଭର ଶେଷ ସୁଦ୍ଧା ୨୪୭ ରନ୍‌ କରିଛି । ଭ୍ରମଣକାରୀ ଦଳ ଇଂଲଣ୍ଡ ଆଗରେ ୨୪୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ ।  

ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଓ୍ବାଙ୍ଖଡେରେ ଖେଳା ଯାଉଥିବା ସିରିଜର ଶେଷ ତଥା ପଞ୍ଚମ ଟି-୨୦ରେ ଭାରତ ବିଶାଳ ସ୍କୋର କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ଵିକେଟ୍ ହରାଇ ୨୪୭ ରନ କରିଛି। ମ୍ୟାଚ୍ ଜିତିବା ପାଇଁ ଇଂଲଣ୍ଡ ସମ୍ମୁଖରେ ୨୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ୨୧ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। ସଞ୍ଜୁ ସାମସନ(୧୬) ପୁଣି ସଟ୍ ବଲ୍ରେ ଆଉଟ୍ ହୋଇଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଅଭିଷେକ ଶର୍ମାଙ୍କ ପାଓ୍ଵାର ଶୋ’। 

ତିଳକ ବର୍ମା ୨୪ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୨) ପୁଣି ଥରେ ଖରାପ ପ୍ରଦର୍ଶନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ଅଭିଷେକ ଶର୍ମା ନିଜର ଧୂଆଁଧାର ବ୍ୟାଟିଂ ଜାରି ରଖି ଇଂଲଣ୍ଡ ବୋଲରଙ୍କୁ ପ୍ରହାର କରି ଚାଲିଥିଲେ । ମଧ୍ୟକ୍ରମରେ ଶିବମ ଦୁବେ ୩୦ରନ୍‌ କରି ଦଳୀୟ ସ୍କୋରକୁ ବଢ଼ାଇଥିଲେ । ଅଭିଷେକ ୩୭ ବଲ୍ରୁ ଅନ୍ତର୍ଜାତୀୟ ଟି-୨୦ରେ ତୃତୀୟ ଦ୍ରୁତ ତମ ଶତକ ହାସଲ କରିଥିଲେ। ଭାରତ ପକ୍ଷରୁ ରୋହିତ ଶର୍ମାଙ୍କ ପରେ ଅଭିଷେକ ଦ୍ଵିତୀୟ ଦ୍ରୁତତମ ଶତକ ଅର୍ଜନ କରିଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.