ପ୍ରମୂଖ ଖବର
  • ଯାଜପୁର : ଋଣ ଭାର ସହି ନପାରି ଜୀବନ ହାରିଲେ ଦମ୍ପତି, ପୋଲିସର ତଦନ୍ତ ଆରମ୍ଭ
  • ||
  • ଖଣ୍ଡଗିରି କୁମ୍ଭମେଳାରେ ଅଶ୍ଳୀଳ ନୃତ୍ୟକୁ ବିରୋଧ, ଠେଙ୍ଗା ପୂଜା କଲେ ଏକାମ୍ର ବିଧାୟକ
  • ||
  • ଲୁଟ୍‌ ଘଟଣାରେ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ରାତି ହେଲେ ଛାତି ଥରୁଛି
  • ||
  • ଦାରିଙ୍ଗବାଡ଼ି : ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ,୨ ଗୁରୁତର
  • ||
  • ଭୁବନେଶ୍ୱର : ଷ୍ଟାର୍ ହୋଟେଲ୍ ବାହାଘରରୁ ଚୋରି, ନଗଦ ୨.୫ ଲକ୍ଷ ସହ ସବୁ ଗହଣା ନେଇଗଲେ ୨ ଲୁଟେରା
  • ||
  • ମାନସିକ ରୋଗୀ ନିର୍ଯାତନା ଘଟଣା: ‘ସମର୍ଥ’ ସମ୍ପାଦକ ହରିଶ୍ଚନ୍ଦ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ଆଣିବ ପୁଲିସ
  • ||
  • ୮ ଘଣ୍ଟିଆ ବିନିକା ବନ୍ଦ ଡାକରା, ବିନିକା ସଚେତନ ନାଗରିକ ମଞ୍ଚ ତରଫରୁ ବନ୍ଦ ପାଳନ
  • ||
  • ଧୂର୍ତ୍ତ ଯୋଡି ହଂସିତା-ଅନୀଲଙ୍କ ବଢ଼ିଲା ଅଡୁଆ, ଆଜି ଜେଲ୍‌ରେ ଜେରା କରିବ ଆୟକର ବିଭାଗ
  • ||
  • ଭୁବନେଶ୍ୱର : ରେଣ୍ଟାଲ୍ କଲୋନୀରେ ଜଳିଗଲା କାର୍‌, କାରଣ ଅସ୍ପଷ୍ଟ
  • ||
  • କୋଣାର୍କରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୩ ଉଠା ଦୋକାନ
  • ||
  • ଫେବ୍ରୁଆରୀ ଆରମ୍ଭରୁ ଅସମ୍ଭାଳ ତାତି: ପ୍ରଥମ ଥର ୩୬ ଡିଗ୍ରୀ ପାର୍ କଲା ପାରଦ, ୫ ସହର ୩୫ ଡିଗ୍ରୀ ଉପରେ
  • ||
  • ଜଳେଶ୍ୱର : କଣ୍ଟେନରକୁ ଧକ୍କାଦେଲା କଣ୍ଟେନର, ଡ୍ରାଇଭର ଗୁରୁତର
  • ||

୧୯ବର୍ଷରୁ କମ୍ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ; ଟାଇଟଲ ହାତେଇଲା ଭାରତ

Published By : Ankita S | February 2, 2025 2:55 PM

ନୂଆଦିଲ୍ଲୀ,୦୨/୦୨: ଭାରତୀୟ ମହିଳା କ୍ରିକେଟ ଦଳର ସାନଦର.. ଦମଦାର ପ୍ରଦର୍ଶନ । ୧୯ବର୍ଷରୁ କମ୍ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ବାଜି ମାରି ନେଇଛି ଭାରତ । ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ଲଗାତାର ଦ୍ବିତୀୟ ଥର ଟି-ଟ୍ବେଣ୍ଟି ବିଶ୍ବକପ ଚାମ୍ପିଅନ ହୋଇଛି ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଜୁନିୟର ଭାରତୀୟ ମହିଳା ଦଳ । ସର୍ବାଧିକ ୱିକେଟ୍ ଟେକର ହୋଇଛନ୍ତି ବୈଷ୍ଣବୀ ଶର୍ମା । ସେ ଟୁର୍ଣ୍ଣାମେଣ୍ଟରେ ୭ଟି ମ୍ୟାଚ ଖେଳି ୧୭ଟି ୱିକେଟ ଅକ୍ତିଆର କରିଛନ୍ତି । ତ୍ରିଷା ଗଙ୍ଗାଡି ପ୍ଲୋୟର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ସେ ଫାଇନାଲ ମ୍ୟାଚରେ ୩ଟି ୱିକେଟ ସହ ଅପରାଜିତ ୪୪ରନ ସଂଗ୍ରହ କରିଥିଲେ ।

୮୩ରନର ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ । ଯାହାକୁ ଗୋଟିଏ ୱିକେଟ ହରାଇ ହାସଲ କରିନେଇଥିଲା । ୧୧.୩ ଓଭରରେ ଭାରତ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଓପନର ଜି ତ୍ରିଷା ଅପରାଜିତ ୪୪ରନ କରିଥିଲେ । ୯ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଲଗାତାର ଦ୍ବିତୀୟ ଥର ଟି-ଟ୍ବେଣ୍ଚି ବିଶ୍ବକପ ଜିତିଛି ଭାରତ । ମ୍ୟାଚ ପରେ ସେଲିବ୍ରେସନ କରିଥିଲା ଦଳ । ଖେଳାଳିଙ୍କ ଆଖିରେ ବିଜୟର ଲୁହ ଦେଖିବାକୁ ମିଳିଥିଲା । ସମଗ୍ର ଟୁର୍ଣ୍ଣମେଣ୍ଟରେ ଭାରତ ଦମଦାର ପ୍ରଦର୍ଶନ କରିଥିଲା । ଅପରାଜେୟ ରହିଥିଲା ଭାରତ । ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଦଳ ଭଲ ପ୍ରଦର୍ଶନ କରିଥିଲା ।


ଏହା ବି ପଢନ୍ତୁ...ଭାରତୀୟ ସ୍ପିନରଙ୍କ କମାଲ, ୮୨ରନରେ ଆଣ୍ଠେଇଲା ସାଉଥ୍ ଆଫ୍ରିକା

ଦକ୍ଷିଣ ଆଫ୍ରିକା ଇନିଂସ-ଅଣ୍ଡର ୧୯ ମହିଳା ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲ କୁଆଲାଲମ୍ପୁର ବୟୁମାସ ଓବଲରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକାର ଦଳୀୟ ସ୍କୋର ମାତ୍ର ୧୧ରନରେ ପ୍ରଥମ ୱିକେଟ ପଡିଥିଲା । ୪୪ ରନରେ ଦଳର ୫ଟି ୱିକେଟ ପତନ ହୋଇଥିଲା । ୬ୱିକେଟ ପତନରେ ୩୦ରନ ପାର୍ଟନରସିପ ହୋଇଥିଲା । ୨୦ ଓଭରରେ ଦକ୍ଷିଣ ଆଫ୍ରିକା ୮୨ରନ କରିଥିଲା । ଦଳ ପକ୍ଷରୁ ଏମ ଭାନ ଭ୍ରୁସ୍ତ ସର୍ବାଧିକ ୨୩ ରନ କରିଥିଲେ । ଅନ୍ୟ ସମସ୍ତ ବ୍ୟାଟର ଫେଲ ମାରିଥିଲେ । ୧୦ ଓଭର ଖେଳ ଚାଲିଥିବା ମଧ୍ୟରେ ଦଳୀୟ ସ୍କୋର ୩୩ରେ ଦକ୍ଷିଣ ଆପ୍ରିକା ୩ଟି ୱିକେଟ ହରାଇ ସାରିଥିଲା । ଭାରତ ପକ୍ଷରୁ ଜି ତ୍ରିଶା ୩ଟି, ପୁର୍ଣ୍ଣିମା ସିସୋଦିଆ ୨ଟି ଓ ସବନମ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଭାରତ ଆଗରେ ୮୩ରନର ଛୋଟିଆ ବିଜୟ ଲକ୍ଷ୍ୟ ରହିଥିଲା । ଯାହାକୁ ସହଜରେ ହାସଲ କରି ନେଇଥିଲା ନିକି ପ୍ରସାଦଙ୍କ ନେତୃତ୍ବାଧୀନ ଭାରତୀୟ ମହିଳା ଦଳ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.