ପ୍ରମୂଖ ଖବର
  • ଭୁବନେଶ୍ୱର : ପାଣି ଫ୍ୟାକ୍ଟ୍ରିରେ ଦେଶୀ ମଦ କାରଖାନା: ଚଢାଉ କଲା ଅବକାରୀ ଟିମ୍‌, ବିପୁଳ ପରିମାଣର ମଦ ସହ ୪ ଗାଡ଼ି ଜବତ
  • ||
  • ୮ ରୁ ୯ ତାରିଖ ଯାଏ ବଦଳିବନି ପାଗ, ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ବର୍ଷା
  • ||
  • ଭୁବନେଶ୍ୱର : ପାରିବାରିକ କଳହର କରୁଣ ପରିଣତି, ବାପାକୁ ହତ୍ୟା କଲା ନାବାଳକ ପୁଅ
  • ||
  • କୋରାପୁଟ : ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ୍ ନିକଟରେ ଅଘଟଣ, ମହୁମାଛି ଆକ୍ରମଣରେ ଯୁବକଙ୍କ ମୃତ୍ୟୁ
  • ||
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ଭାରତର ଆକ୍ସନ ପ୍ଲାନ୍ ପାକିସ୍ତାନରେ ଲିକ୍, ପିଓକେରେ ୧୦୦୦ରୁ ଉର୍ଦ୍ଧ୍ଵ ମଦ୍ରାସା ବନ୍ଦ

Published By : Prameya | May 2, 2025 1:42 PM

ନୂଆଦିଲ୍ଲୀ, ୦୨/୦୫ : ଭାରତର ଆକ୍ସନ ପ୍ଲାନ୍ ପାକିସ୍ତାନରେ ଲିକ୍। ଭୟରେ ପାକ୍ ସରକାର। ପିଓକେରେ ୧୦୦୦ରୁ ଉର୍ଦ୍ଧ୍ଵ ମଦ୍ରାସା ବନ୍ଦ। ଆସନ୍ତା ୧୦ ଦିନ ଯାଏଁ ସମସ୍ତ ଧାର୍ମିକ କାର୍ଯ୍ୟକ୍ରମ ସ୍ଥଗିତ। ଭାରତର ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନ ସରକାରଙ୍କ ବଡ଼ ପଦକ୍ଷେପ। ନ୍ୟୁଜ୍ ଏଜେନ୍ସି ରୟଟର୍ସ୍‌କୁ ଏନେଇ ସୂଚନା ଦେଇଛନ୍ତି ପାକିସ୍ତାନୀ ଅଧିକାରୀ ହାଫିଜ୍ ନାଜିର ଅହମଦ। ତେବେ ହିଟ୍ ୱେଭ୍ ପାଇଁ ମଦ୍ରାସା ଗୁଡ଼ିକ ବନ୍ଦ ରଖାଯାଇଥିବା କହିଛନ୍ତି ନାଜିର। 

ପାକିସ୍ତାନୀ ଅଧିକାରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପାକିସ୍ତାନ ଏବେ ୨ ପ୍ରକାର ହିଟ୍‌ୱେଭ୍‌ର ସାମ୍ନା କରୁଛି। ଗୋଟିଏ ହେଉଛି ପ୍ରଚଣ୍ଡ ରୌଦ୍ରତାପ ଏବଂ ଅନ୍ୟଟି ହେଉଛି ମୋଦି ସରକାରଙ୍କ କ୍ରୋଧ। ତେଣୁ ହିଟୱେଭ୍ କାରଣରୁ ପାକିସ୍ତାନୀ ମଦ୍ରାସା ଗୁଡ଼ିକୁ ବନ୍ଦ ରଖାଯାଇଛି। ପିଓକେରେ ୪୪୫ଟି ପଞ୍ଜିକୃତ ମଦ୍ରାସା ରହିଛି। ଏହି ସବୁ ମଦ୍ରାସା ଗୁଡ଼ିକରେ ୨୬ ହଜାରରୁ ଉର୍ଦ୍ଧ୍ଵ ଛାତ୍ର ଅଧ୍ୟୟନ କରୁଛନ୍ତି। 

ସୂଚନାନୁଯାୟୀ, ଦୀର୍ଘ ଦିନ ହେଲା ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍ ଏବଂ ପ୍ରଶିକ୍ଷଣ ଉପରେ ଭାରତ ନଜର ରଖିଛି। ଏହି ମଦ୍ରାସା ଗୁଡ଼ିକରେ ଜିହାଦି ପ୍ରଶିକ୍ଷଣ ଦିଆଯାଉଥିବା ନେଇ ବହୁ ଗୁଇନ୍ଦା ଇନପୁଟ୍‌ ସୂଚନା ଦେଇଛନ୍ତି। 

ଏହି ଖବରଟିକୁ ପଢନ୍ତୁ-NIA ରିପୋର୍ଟରେ ବଡ ଖୁଲାସା: 'ଆଇଏସଆଇରୁ ମିଳିଥିଲା ନିର୍ଦ୍ଦେଶ, ବେତାବ ଘାଟିରେ ଲୁଚାଇ ରଖାଯାଇଥିଲା ଅସ୍ତ୍ରଶସ୍ତ୍ର



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.