ପ୍ରମୂଖ ଖବର
  • କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌
  • ||
  • ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ଗିରଫ, ୧ କୁଇଣ୍ଟାଲ ଗଞ୍ଜେଇ ଜବତ
  • ||
  • ଭାଲୁଡିଗୀ ଜଙ୍ଗଲରେ ଦୁଇ ଦିନରେ ୨୭ ଜଣ ମାଓବାଦୀ ନିହତ ଘଟଣା : ନୂଆପଡା ଗସ୍ତରେ ଯିବେ ଡିଜିପି
  • ||
  • ଚିକିତ୍ସାଧିନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ, ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା
  • ||
  • ଜଳେଶ୍ୱର : ଭରସାମ୍ୟ ହରାଇ ଶ୍ରମିକ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଗୁରୁତର
  • ||
  • କରଞ୍ଜିଆ : ମହିଳାଙ୍କୁ ହତ୍ୟା କରି ପୋତିଦେଲା ଯୁବକ, ମାଟିତଳୁ ଉଦ୍ଧାର ହେଲା ମୃତଦେହ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ୨୩ ରୁ ଖୋଲିବ ଭିତରକନିକା
  • ||
  • ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ଉତ୍କର୍ଷ ଓଡ଼ିଶା ସମ୍ମେଳନରେ ହେବେ ସାମିଲ
  • ||

ଗୋଟିଏ ଝଟକାରେ ବୁଦ୍ଧି ଶିଖେଇ ଦେଲା ଭାରତ , ୨୦୨୪ରେ ମାଳଦ୍ୱୀପକୁ ମହଙ୍ଗା ପଡ଼ିଲା ‘ଶତ୍ରୁତା’

Published By : Prameya | January 22, 2025 6:10 PM

ନୂଆଦିଲ୍ଲୀ : ଭାରତ ସହ ଶତ୍ରୁତା କେତେ ମହଙ୍ଗା ପଡ଼ିଛି , ଏହା ମାଳଦ୍ୱୀପ ବୁଝି ପାରିଲା। ଆଉ କାଳ ବିଳମ୍ୱ ନକରି ପୁଣି ଭାରତକୁ ବଢାଇଲା ବନ୍ଧୁତାର ହାତ। ନିଜ ଭୁଲ୍‌କୁ ସୁଧାରିବାରେ ଲାଗି ପଡ଼ିଲା। ଯାହାକି ଭାରତ ଓ ମାଳଦ୍ୱୀପ ମଧ୍ୟରେ ସଂପର୍କ ଏବେ ପୁଣି ଥରେ ଟ୍ରାକ୍‌କୁ ଫେରିଛି। ଦ୍ୱୀପଦେଶର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଭାରତର ପ୍ରମୁଖତା ସେତେବେଳେ ଅନ୍ଦାଜା ହେଲା, ଯେତେବେଳେ ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଠାରୁ ମୁହଁ ମୋଡି ନେଲେ, ଯେଉଁଥିରେ ତାକୁ ଭାରତର ଶତ୍ରୁତା ଆର୍ଥିକ ଭାବେ କ୍ଷତି ଘଟାଇଲା। 

ଗତବର୍ଷର ଆରମ୍ଭରେ ମାଳଦ୍ୱୀପର କିଛି ମନ୍ତ୍ରୀ ପିଏମ୍‌ ମୋଦିଙ୍କୁ ନେଇ ଆପତ୍ତିଜନକ କଥା କହିଥିଲେ, ଯାହା ପରେ ଉଭୟ ଦେଶର ସଂପର୍କ ବିଗିଡ଼ି ଯାଇଥିଲା। ଭାରତୀୟ ପର୍ଯ୍ୟଟକମାନେ ମାଳଦ୍ୱୀପ ଠାରୁ ଦୂରେଇ ଯାଇଥିଲେ, ଯାହାର ପ୍ରଭାବ ମଧ୍ୟ ନଜର ଆସିଥିଲା। ୨୦୨୪ ମସିହାରେ ମାଳଦ୍ୱୀପକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ୩୭.୪୭ ପ୍ରତିଶତ ହ୍ରାସ ଘଟଛି। 

‘ଦ ହିନ୍ଦୁ ବିଜନେସ୍‌ ଲାଇନ୍‌'ର ରିପୋର୍ଟ ଅନୁସାରେ,ମାଳଦ୍ୱୀପରେ ଗତ ବର୍ଷ ପାଖାପାଖି ୧.୩୦ ଲକ୍ଷ ଭାରତୀୟ ପର୍ଯ୍ୟଟକ ପହଞ୍ଚି ଥିଲେ , ଯାହା ୨୦୨୩ରେ ଏହି ଏହି ସଂଖ୍ୟା ୨.୦୯ ଲକ୍ଷ ଥିଲା। ମାଳଦ୍ୱୀପ ଏକ ଦ୍ୱୀପ ଦେଶ ଏବଂ ସେଠାକୁ ଯାଉଥିବା ପର୍ଯ୍ୟଟକଙ୍କ ଠାରୁ ହିଁ ଏହାର ଇକୋନମି ବଢିଥାଏ। ଭାରତୀୟ ପର୍ଯ୍ୟଟକମାନେ ମୁହଁ ଫେରେଇ ନେବା କାରଣରୁ ମାଳଦ୍ୱୀପକୁ ଅନେକ ମାସ ଯାଏ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡ଼ୁଥିଲା। ଗତ ଦେଢ ଦଶକରୁ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପର ଟପ୍‌-୧୦ ଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ସାମିଲ ରହିଛନ୍ତି। ଗତ ଦଶକରେ ଭାରତ ସର୍ବଦା ଟପ୍‌-୫ ଦେଶରେ ରହିଛି।

ଏମିତି କି, ୨୦୨୦ପରେ କିଛି ବର୍ଷ ଯାଏ ମାଳଦ୍ୱୀପକୁ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ବିଶ୍ୱର ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ ଥିଲା। ୨୦୨୦ରେ ୧୧.୩ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୧ରେ ଏହି ସଂଖ୍ୟା ୨୨.୧ପ୍ରତିଶତ ଯାଏ ପହଞ୍ଚି ଯାଇଛି। ହେଲେ ପୁଣି ୨୦୨୨ରେ ୧୪.୪ ପ୍ରତିଶତ ଓ ୨୦୨୩ରେ ହ୍ରାସ ପାଇ ୧୧.୧ ପ୍ରତିଶତ ହୋଇଛି। ଗତ ବର୍ଷ ଭାରତ ୬ଷ୍ଠ ସ୍ଥାନରେ ରହିଛି। ଏହା ପୂର୍ବରୁ ଚୀନ, ରୁଷ୍‌ , ୟୁକେ , ଜର୍ମାନୀ ଓ ଇଟାଲୀ ଭଳି ଦେଶ ଥିଲା। ୨୦୨୧ରେ ମାଳଦ୍ୱୀପ ପହଞ୍ଚୁ ଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୨.୯୧ ଲକ୍ଷ ଯାଏ ପହଞ୍ଚି ଯାଇ ଥିଲା। 

୨୦୨୩ରେ ଭାରତ ଓ ମାଳଦ୍ୱୀପର ସଂପର୍କ ଖରାପ ହେବାକୁ ଲାଗିଲା। ମହମ୍ମଦ ମୁଇଜ୍ଜୁ ଭାରତ ବିରୋଧରେ ନାରା ଲଗାଇ ରାଷ୍ଟ୍ରପତି ପଦର ନିର୍ବାଚନ ଜିତି ଥିଲେ। ସେ ଦ୍ୱୀପ ଦେଶରୁ ଭାରତୀୟ ସେନାକୁ ଫେରେଇ ଦେବାକୁ ନିଷ୍ପତ୍ତି ନେଇ ଥିଲା , ଯେଉଁଥିରେ ଦୁଇ ଦେଶ ମଧ୍ୟରେ ସଂପର୍କ ଖରାପ ହୋଇଗଲା। ପରେ ଗତ ବର୍ଷର ଆରମ୍ଭରେ ମାଳଦ୍ୱୀପର ମନ୍ତ୍ରୀଙ୍କର ବୟାନବାଜି ନିଆଁରେ ଘିଅ ଭଳି କାମ କଲା। ହେଲେ ମୁଇଜ୍ଜୁ ଆକ୍ସନ ନେବା କ୍ଷଣି ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଲେ , କିନ୍ତୁ ସେତେବେଳକୁ ଖୁବ୍‌ ବିଳମ୍ୱ ହୋଇ ଯାଇ ଥିଲା। ପରେ ଅପ୍ରେଲରେ ଭାରତୀୟ ଟୁରିଷ୍ଟଙ୍କର ସଂଖ୍ୟା ପାଖାପାଖି ୭୭୮୦ ହୋଇଯାଇ ଥିଲା, ଯାହାକି ଗତ ଏହି ମାସର ତୁଳନାରେ ୫୫ ପ୍ରତିଶତ କମ୍‌ ଥିଲା।

ଯେବେ ଭାରତୀୟ ଟୁରିଷ୍ଟଙ୍କର ସଂଖ୍ୟା ଖସିବାକୁ ଲାଗିଲା , ସେତେବେଳେ ମୁଇଜ୍ଜୁଙ୍କ ହୋସ୍‌ ଆସିଲା। ଚୀନର ନିକଟତର ହେଉଥିବା ମୁଇଜ୍ଜୁ ପୁଣି ଭାରତ ଆଢକୁ ଢଳିଲେ ଏବଂ ଭାରତ ପୁଣି ଦ୍ୱିତୀୟ ସୁଯୋଗ ଦେଲା। ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ମଧ୍ୟ ମୁଇଜ୍ଜୁଙ୍କୁ ନିମନ୍ତ୍ରଣ କରାଗଲା ଏବଂ ପୁଣି ସେଠାକୁ ସଂପର୍କର ଟ୍ରାକକୁ ଫେରିବାର ଆରମ୍ଭ ହେଲା। ମହମ୍ମଦ ମୁଇଜ୍ଜୁ ମଧ୍ୟ ଭାରତ ଗସ୍ତ କଲେ ଏବଂ ତାଙ୍କର ବିଦେଶ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ନିକଟରେ ଭାରତ ଆସିଥିଲେ। ଏହି ସମୟରେ ନିଜର ସମକକ୍ଷଙ୍କ ସହ ବୈଠକ ମଧ୍ୟ କଲେ। ଭାରତ ମଧ୍ୟ ମାଳଦ୍ୱୀପକୁ ନିଜର ସହଯୋଗୀ ଦର୍ଶାଇ ପୂରା ସାହାଯ୍ୟ କରିବାକୁ ଭରସା ଦେଇଛି, ଯେଉଁଥିରେ ପୁଣି ଥରେ ସମ୍ୱନ୍ଧ ଠିକ୍‌ ହେବାରେ ଲାଗିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.