ପ୍ରମୁଖ ଖବର
  • ବାଙ୍ଗିରିପୋଷି, ସାପ କାମୁଡ଼ାରେ ୯ ବର୍ଷର ଶିଶୁପୁତ୍ର ମୃତ
  • ||
  • କଣ୍ଟାବାଞ୍ଜି ଆସନରୁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ସକାଳୁ ଆକାଶରୁ ନିଆଁ ବର୍ଷା, ସାଢ଼େ ୮ଟା ସୁଦ୍ଧା ତାଳଚେର ତାତି ୩୭ ଡିଗ୍ରୀ ପାର୍
  • ||
  • ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ସ୍କୁଟିକୁ ପିଟିଲା ଟ୍ରକ, ମହିଳାଙ୍କ ଚାଲିଗଲା ଜୀବନ
  • ||
  • ଗୁରୁବାର ସମ୍ୱଲପୁରରୁ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ଅରୁପ ପଟ୍ଟନାୟକ ଭରିବେ ନାମାଙ୍କନ
  • ||
  • ଆଇପିଏଲ 2024: ଆଜି ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ-ରାଜସ୍ଥାନ ରୟାଲ୍ସ
  • ||
  • ଆହୁରି ତିନି ଦିନ ଯାଏ ପ୍ରଚଣ୍ଡ ତାତି, ହିଟ୍ଓ୍ବେବ ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
  • ||

ଆସୁଛି 'ମେଡ୍‌ ଇନ୍‌ ଇଣ୍ଡିଆ' ବୁଲେଟ୍‌ ଟ୍ରେନ୍‌, ଘଣ୍ଟାକୁ ବେଗ ରହିବ ୨୫୦ କିମିରୁ ଅଧିକ...

ନୂଆଦିଲ୍ଲୀ,୧୮/୦୪: ବୁଲେଟ୍‌ ଟ୍ରେନ୍‌ର ସ୍ୱପ୍ନ ଯେତିକି ବଡ଼ ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବା ଏବଂ ବୁଲେଟ୍‌ ଟ୍ରେନ ସେଟ୍‌ କିଣିବାରେ ଖର୍ଚ୍ଚ ମଧ୍ୟ ସେହିଭଳି ବଡ଼ । ତେବେ ଭାରତ ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ଏ ବାବଦ ଖର୍ଚ୍ଚ କମାଇବା ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ରଣନୀତି । ବିଦେଶରୁ ମହଙ୍ଗା ଟ୍ରେନ୍‌ କିଣିବାକୁ ଯେପରି ନ ପଡ଼ିବ ସେଥିପାଇଁ ମେଡ୍‌ ଇନ୍‌ ଇଣ୍ଡିଆ ବୁଲେଟ୍‌ ଟ୍ରେନ୍‌ ନିର୍ମାଣ ଆରମ୍ଭ ହୋଇଥିବା ଏକ ସରକାରୀ ସୂତ୍ରରୁ ଜଣାପଡ଼ିଛି । ଭାରତରେ ପ୍ରସ୍ତୁତ ବୁଲେଟ୍‌ ଟ୍ରେନ୍‌ର ବେଗ ଘଣ୍ଟା ପିଛା ୨୫୦ କିମିରୁ ଅଧିକ ରହିବ  ।

ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ, ଭାରତ ଏକ ଘରୋଇ ବୁଲେଟ୍‌ ଟ୍ରେନ୍‌ ନିର୍ମାଣ ଉପରେ କାର୍ଯ୍ୟ ଆରମ୍ଭ କରିଛି । ଏହାର ବେଗ ଘଣ୍ଟା ପିଛା ୨୫୦ କିମିରୁ ଅଧିକ ରହିବ । ଭାରତୀୟ ରେଳପଥ ଟ୍ରାକ୍‌ରେ ଚାଲୁଥିବା ସମସ୍ତ ଟ୍ରେନ୍‌ଗୁଡ଼ିକଠାରୁ ଏହାର ବେଗ ଅଧିକ ରହିବ । 

ରେଳବୋର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ‘ଏହାକୁ ବନ୍ଦେ ଭାରତ ପ୍ଲାଟ୍‌ଫର୍ମରେ ପ୍ରସ୍ତୁତ କରାଯାଉଛି, ଯାହାକି ଘଣ୍ଟା ପିଛା ସର୍ବାଧିକ ୨୨୦ କିମି ବେଗ ଧରିବାର କ୍ଷମତା ରଖୁଛି । ମେଡ୍‌ ଇନ୍‌ ଇଣ୍ଡିଆ ବୁଲେଟ୍‌ ଟ୍ରେନ୍‌ର ଡିଜାଇନ୍‌ ଭାରତୀୟ ରେଳର ଚେନ୍ନାଇ ସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରେ ତିଆରି କରାଯାଉଛି ।’

ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ତରରେ ବହୁ ଜଣାଶୁଣା ଫ୍ରେଞ୍ଚ ଟିଜିଭି ଏବଂ ଜାପାନର ଶିଙ୍କାନ୍‌ସେନ୍‌ ଭଳି ହାଇସ୍ପିଡ୍‌ ଟ୍ରେନ୍‌ ଘଣ୍ଟାକୁ ୨୫୦ କିମିରୁ ଊଦ୍ଧ୍ୱର୍ ବେଗରେ ଦୌଡ଼ିଥାଏ । ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍‌ ଟ୍ରେନ୍‌ଗୁଡ଼ିକ ପାଇଁ ଭାରତ ଜାପାନ ଟେକ୍ନୋଲୋଜି ଉପରେ ନିର୍ଭରଶୀଳ । ଶିଙ୍କାନସେନ୍‌ ଇ୫ ଶୃଙ୍ଖଳାର ବୁଲେଟ୍‌ ଟ୍ରେନ୍‌, ଯାହାକୁ ଭାରତ ଏହି ରୁଟ୍‌ରେ ଚଲାଇବ ତାହା ଘଣ୍ଟାକୁ ୩୨୦ କିମି ବେଗରେ ଗତି କରିପାରେ । ଜାପାନ ଇଣ୍ଟର୍‌ନ୍ୟାସ୍‌ନାଲ କୋଅପରେଶନ୍‌ ଏଜେନ୍ସି(ଜିକା) ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍‌ ରେଳ ପରିଯୋଜନା ପାଇଁ ପ୍ରାୟ ୪୦,୦୦୦ କୋଟିର ସଫ୍ଟ ଲୋନ୍‌ ପ୍ରଦାନ କରୁଛି । ମୋଟ ପରିଯୋଜନା ଖର୍ଚ୍ଚ ୧.୦୮ ଲକ୍ଷ କୋଟିରୁ ଅଧିକ ରହିଛି । 

ରେଳବୋର୍ଡର ଅଧିକାରୀଜଣକ କହିଛନ୍ତି ଯେ, ଏଯାବତ ଭାରତୀୟ ରେଳ ଟ୍ରେନ୍‌ଗୁଡ଼ିକର ଗତିରେ ସୁଧାର ଆଣିବା ଉପରେ ଧ୍ୟାନ ଦେଇଆସୁଛି । ସେ ଆହୁରି କହିଲେ ଯେ, ‘ବନ୍ଦେ ଭାରତ ଟ୍ରେନଗୁଡ଼ିକର ପ୍ରସ୍ତାବିତ ବୁଲେଟ୍‌ ଭାରିଆଣ୍ଟ ୫୨ ସେକେଣ୍ଡରେ ୦ରୁ ୧୦୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ତେବେ ବର୍ତ୍ତମାନ ଯେଉଁ ବୁଲେଟ୍‌ ଟ୍ରେନ୍‌ଗୁଡ଼ିକ ରହିଛି, ସେଗୁଡ଼ିକ ୫୪ ସେକେଣ୍ଡରେ ଏହି ଗତି ଧରୁଛି ।’

ଉଲ୍ଲେଖଯୋଗ୍ୟ, ଆଇସିଏଫ୍‌ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ବନ୍ଦେ ଭାରତ ଟ୍ରେନ୍‌ଗୁଡ଼ିକର ନିର୍ମାଣ କରିଥାଏ । ଭାରତରେ ନିର୍ମିତ ବୁଲେଟ ଟ୍ରେନ୍‌ ଉତ୍ତର, ଦକ୍ଷିଣ, ପୂର୍ବ ପଥରେ ଚାଲିବ । ନିକଟରେ ଏହି ଘୋଷଣା କରାଯାଇଥିଲା । ଅଧିକାରୀଜଣକ କହିଛନ୍ତି ଯେ, ନୂଆ କରିଡରରେ ଭାରତୀୟ ଟେକ୍ନୋଲୋଜି ଏବଂ ଘରୋଇ ବିନିର୍ମାଣର ଅଧିକ ଉପଯୋଗ କରାଯିବ । 

ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ନିର୍ମାଣ ହେଉଥିବା ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ନ୍ୟାସ୍‌ନାଲ ହାଇସ୍ପିଡ୍‌ ରେଲ୍‌ କର୍ପୋରେଶନ୍‌ ଲିମିଟେଡ୍‌(ଏନ୍‌ଏଚ୍‌ଏସ୍‌ଆର୍‌ସିଏଲ୍‌) କରୁଛି। କମ୍ପାନି ନିକଟରେ ଘୋଷଣା କରିଛି ଯେ, ଏହି ପ୍ରକଳ୍ପ ଅଧୀନରେ ୩୦୦ କିମି ପର୍ଯ୍ୟନ୍ତ ପିୟର୍‌ ୱାର୍କ ସମ୍ପୂର୍ଣ୍ଣ ହୋଇଛି । ଏହି ୫୦୮ କିମି ଲମ୍ବା ପରିଯୋଜନା ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଗତ ଜାନୁଆରୀରେ ସମ୍ପୂର୍ଣ୍ଣ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.