ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲେ ଡ୍ରିମ୍‌ଗାର୍ଲ, ସାଲିଆ ସାହିରେ ଜନସଭା କରିବେ ହେମାମାଳିନୀ
  • ||
  • ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ବୋଲେରୋ: ୨ ମୃତ, ୮ ଗୁରୁତର
  • ||
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ରାଜ୍ୟରେ ଇସ୍ପାତ ଉତ୍ପାଦନ ୨୬ ନିୟୁତ ଟନ୍, ୨୦୨୨-୨୩ ତୁଳନାରେ ୧୧% ବଢ଼ିଲା

ଭୁବନେଶ୍ୱର, ୧।୫: ଆର୍ଥିକ ବର୍ଷ ୨୦୨୩-୨୪ରେ ରାଜ୍ୟରେ ଇସ୍ପାତ ଉତ୍ପାଦନ ୧୧% ବୃଦ୍ଧି ହୋଇ ୨୬ ନିୟୁତ ଟନ୍‌ ଛୁଇଁଛି । ଫଳରେ ଏ କ୍ଷେତ୍ରରେ ଏକ ଟପ୍‌ ର‌୍ୟାଙ୍କ ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା । ରାଜ୍ୟରେ ଉପଲବ୍ଧ ପ୍ରାକୃତିକ ସମ୍ବଳ, ବନ୍ଦରଗୁଡିକୁ ପରିବହନ ସୁବିଧା, ଦକ୍ଷ ମାନବ ସମ୍ବଳ ଏବଂ ଦୃଢ଼ ନୀତିଗତ ପଦକ୍ଷେପ ଯୋଗୁ ଇସ୍ପାତ କ୍ଷେତ୍ରରେ ରାଜ୍ୟ ଏକ ପ୍ରମୁଖ ସ୍ଥଳ ପାଲଟିଛି । ଇସ୍ପାତ ଉତ୍ପାଦନ ପାଇଁ ପ୍ରମୁଖ କଞ୍ଚାମାଲ କୁହାଯାଉଥିବା ଲୁହାପଥର, କୋଇଲା ସମେତ ଅନ୍ୟ ଆବଶ୍ୟକୀୟ ସାମଗ୍ରୀ ରାଜ୍ୟରେ ନିରନ୍ତର ଭିତ୍ତିରେ ଉପଲବ୍ଧ ହେଉଛି । ଫଳରେ ବାହାରୁ ଏଗୁଡିକୁ ଆମଦାନି କରିବାକୁ ପଡୁନି । ସେହିଭଳି ପାରାଦୀପ ଏବଂ ଧାମରା ଭଳି ଅଭିବୃଦ୍ଧିଶୀଳ ବନ୍ଦରଗୁଡିକ ଇସ୍ପାତ ରପ୍ତାନି କ୍ଷେତ୍ରରେ ପ୍ରମୁଖ ଯୋଗଦାନ ଦେଉଛନ୍ତି । 

ଅପରପକ୍ଷେ ଓଡ଼ିଶାର ଷ୍ଟ୍ରାଟେଜିକ ଅବସ୍ଥିତି କେବଳ ଘରୋଇ ବଜାର ନୁହେଁ ଦକ୍ଷିଣ ପୂର୍ବ ଏସିଆ ପାଇଁ ବଜାର ସୁଯୋଗ ସୃଷ୍ଟି କରୁଛି । ରାଜ୍ୟରେ ସଡ଼କ, ରେଳପଥ, ବନ୍ଦର ଏବଂ ଲଜିଷ୍ଟିକ୍ସ କ୍ଷମତା ବୃଦ୍ଧି ଦିଗରେ ନୂଆ ନିବେଶ ଜାରି ରହିଛି । ଫଳରେ ଏହା ଇସ୍ପାତ ଉତ୍ପାଦନକାରୀଙ୍କୁ ରାଜ୍ୟରେ ନିବେଶ ଲାଗି ଉତ୍ସାହିତ କରୁଛି । ଏହା ଦ୍ୱାରା ଉଭୟ କଞ୍ଚାମାଲ ଏବଂ ଚୂଡ଼ାନ୍ତ ଉତ୍ପାଦ ପରିବହନରେ ସହାୟକ ହେଉଛି ବୋଲି କହିଛନ୍ତି ବଜାର ବିଶେଷଜ୍ଞ । ଇସ୍ପାତ କ୍ଷେତ୍ରରେ ନିବେଶକୁ ଉତ୍ସାହିତ କରିବା ଲାଗି ରାଜ୍ୟ ସରକାର ବିଭିନ୍ନ ପ୍ରୋତ୍ସାହନ ପଦକ୍ଷେପ ଗ୍ରହଣ କରିଛନ୍ତି । ଟିକସ ରିହାତି, ସୁବିଧାରେ ଜମି ଯୋଗାଣ ସହ ନିୟାମକ ଧାରାକୁ ସରଳୀକରଣ କରାଯାଇଛି । ଇସ୍ପାତ ଉତ୍ପାଦନ ପାଇଁ ରାଜ୍ୟରେ ସ୍ୱତନ୍ତ୍ର ଭାବେ କଳିଙ୍ଗନଗର ଇଣ୍ଡଷ୍ଟ୍ରିଆଲ କମ୍ପେ୍ଲକ୍ସ ସ୍ଥାପନ କରାଯାଇଛି । ଏଭଳି କ୍ଲଷ୍ଟର ଦ୍ୱାରା କଞ୍ଚାମାଲ ସୁବିଧା ସହ ଅନ୍ୟ ଲିଙ୍କେଜ କମ୍ପାନିଗୁଡିକ ଲାଭ ହୋଇପାରୁଛନ୍ତି । ରାଜ୍ୟରେ ଥିବା ବୈଷୟିକ ଶିକ୍ଷା ପ୍ରତିଷ୍ଠାନ ଏବଂ ଦକ୍ଷତା ବିକାଶ ପ୍ରତିଷ୍ଠାନଗୁଡିକରୁ ଶିଳ୍ପ ଆବଶ୍ୟକ କରୁଥିବା କୁଶଳୀ ଶ୍ରମଶକ୍ତି ମିଳିପାରୁଛି । ଯାହା ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ସହାୟକ ହେଉଛି । 

ରାଜ୍ୟ ସରକାରଙ୍କ ଏଜେନ୍ସି ଇପିକଲର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରାଜ୍ୟକୁ ଏଫ୍‌ଡିଆଇ ଟାଣିବା ଦିଗରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ବିଦେଶୀ ନିବେଶକଙ୍କ ସହ ନିରନ୍ତର ଭିତ୍ତିରେ ଆଲୋଚନା ହେଉଛି । ଏହା ଦ୍ୱାରା ଅତ୍ୟାଧୁନିକ ଟେକ୍ନୋଲୋଜି, ବିଶ୍ୱସ୍ତରୀୟ ପରିଚାଳନା ଧାରା ଏବଂ ପୁଞ୍ଜି ପ୍ରବାହ ଜାରି ରହିଛି । ଅନ୍ୟ ପଟେ ଦେଶ ଏବେ ଅଭିବୃଦ୍ଧି ପଥରେ ଥିବାରୁ ସହରୀକରଣ ଏବଂ ଶିଳ୍ପାୟନ ଯୋଗୁ ଇସ୍ପାତର ଆବଶ୍ୟକତା ରହୁଛି । ଏଭଳି ସ୍ଥିତିରେ ରାଜ୍ୟରେ ଅବସ୍ଥିତ ଇସ୍ପାତ ମାନୁଫାକ୍‌ଚର୍ସ ପାଇଁ ଉଭୟ ଘରୋଇ ବଜାର ଏବଂ ବିଶ୍ୱ ବଜାରକୁ ରପ୍ତାନିର ଏକ ବ୍ୟାପକ ସୁଯୋଗ ରହିଛି । ରାଜ୍ୟରେ ଏବେ ଟାଟା ଷ୍ଟିଲ, ଜେଏସ୍‌ପିଏଲ ଏବଂ ଜିନ୍ଦଲ ଷ୍ଟେନ୍‌ଲେସ ସେମାନଙ୍କର ସମନ୍ୱିତ ଇସ୍ପାତ କାରଖାନା ବସାଇଛନ୍ତି । ଏହି ଧାରାରେ ଯୋଡ଼ି ହେବାକୁ ଯାଉଛନ୍ତି ଏଏମ୍‌/ଏନ୍‌ଏସ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.