ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

ବିଶ୍ୱ ସ୍ତରୀୟ କମ୍ପାନିଙ୍କୁ ଆକର୍ଷିତ କରୁଛି ଭାରତ, ସେମିକଣ୍ଡକ୍ଟର କ୍ଷେତ୍ରରେ ଆସିବ ୧.୩ ଲକ୍ଷ କୋଟି ନିବେଶ

ନୂଆଦିଲ୍ଲୀ,୩୦/୦୪: ସାରା ବିଶ୍ୱରେ ସେମିକଣ୍ଡକ୍ଟର ଚିପ୍‌ର ଚାହିଦା ଦ୍ରୁତ ହାତରେ ବୃଦ୍ଧି ହେଉଛି । ଏ କ୍ଷେତ୍ରରେ ରହିଥିବା ସୁଯୋଗକୁ ପରଖିବା ଦିଗରେ ମଧ୍ୟ ଘରୋଇ ବଜାର ସବୁ ପ୍ରକାର ପ୍ରସ୍ତୁତି କରୁଛି । ସରକାରଙ୍କୁ କିଛିଟା ନୂଆ ନିବେଶ ପ୍ରସ୍ତାବ ମିଳିଛି । ଏ ଦିଗରେ ସରକାର ଅଗ୍ରସର ହୋଇଛନ୍ତି । ଜାପାନର ଏକ କମ୍ପାନି ଘରୋଇ ବଜାରରେ ଡିସପ୍ଲେ ଫ୍ୟାବ୍‌ ୟୁନିଟ ନିର୍ମାଣ କରିବାକୁ ପ୍ରସ୍ତାବ ରଖିଛି । ଏଥିରେ ୪୦ ହଜାର କୋଟି ନିବେଶ ଆସିପାରେ । ଏହାବାଦ ଇସ୍ରାଏଲ ଭିତ୍ତିକ କମ୍ପାନି ଟାୱାର ସେମିକଣ୍ଡକ୍ଟର ଘରୋଇ ବଜାରରେ ୯୦ ହଜାର କୋଟିର ନିବେଶ ଯୋଜନା ରଖିଛି । 

ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି, ଏହି ପ୍ରସ୍ତାବ ଗୁଡିକୁ ତ୍ୱରିତ ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ନିବେଶ କ୍ଷେତ୍ରରେ ଭାରତ କିଭଳି ସହାୟତା ପ୍ରଦାନ କରିବ ସେ ନେଇ କମ୍ପାନିଗୁଡିକ ଜାଣିବାକୁ ଚାହିଁଛନ୍ତି । ଫଳରେ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସରକାରଙ୍କ ପ୍ରାଥମିକତା ପାଲଟିଛି । ସେମିକଣ୍ଡକ୍ଟର ଚିପ୍‌କୁ ବର୍ତ୍ତମାନ ଯୁଗର  ଇନ୍ଧନ ବୋଲି କୁହାଯାଉଛି । କାରଣ ଏହା ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି । ଏଥି ଯୋଗୁ ବିଶ୍ୱର ବିଭିନ୍ନ ଦେଶ ଏ କ୍ଷେତ୍ରକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । 

ଏବେ ସରକାର ସେମି କଣ୍ଡକ୍ଟର କ୍ଷେତ୍ର ଲାଗି ଆଉ ଏକ ବଡ ପ୍ୟାକେଜ ଆଣିବାକୁ ଯୋଜନା ରଖିଛନ୍ତି । ନୂଆ ପ୍ୟାକେଜ ନେଇ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଛି । ପୂର୍ବର ୭୬ ହଜାର କୋଟିର ପ୍ୟାକେଜ ତୁଳନାରେ ଏଥର ଆସିବ ବଡ ପ୍ୟାକେଜ । ନୂଆ ସରକାର ଆସିଲେ ଏ ଯୋଜନା ସମ୍ପର୍କରେ ଘୋଷଣା ହେବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

ସେମି କଣ୍ଡକ୍ଟର ଶିଳ୍ପକୁ ଉତ୍ସାହିତ କରିବା ଲାଗି ୨୦୨୧ ଡିସେମ୍ବରରେ କେନ୍ଦ୍ର ସରକାର ୭୬ ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ । ଏହା ଅଧିନରେ ଏବେ କମ୍ପାନିଗୁଡିକୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ନିବେଶ ହେଉଥିବାରୁ ଏହି ଯୋଜନା ଲାଗି ପ୍ରସ୍ତାବିତ ରାଶି ଏବେ ପ୍ରାୟ ଶେଷ ହୋଇଛି । 

ଅଧିକାରୀ କହିଛନ୍ତି, ପ୍ୟାକେଜରେ ପ୍ରମୁଖ ଏଜେଣ୍ଡା ଉପରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଆମେରିକା ଏବଂ ଚୀନ ଭଳି ଦେଶରେ ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶ କରୁଥିବା କମ୍ପାନିଗୁଡିକୁ ଆକର୍ଷିତ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି । ଡିସପ୍ଲେ ଏବଂ ସେମିକଣ୍ଡକ୍ଟର ଫ୍ୟାବ୍ରିକେଟର୍ସଙ୍କ ନିବେଶ ଯୋଜନା କ୍ଷେତ୍ରରେ ୫୦% ଯାଏ ବିତ୍ତୀୟ ସହାୟତା ପ୍ରଦାନ କରୁଛନ୍ତି । 

ଗତ କିଛି ବର୍ଷ ହେବ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ କାମ କରୁଛି । ତେବେ ନିକଟରେ ଭାରତକୁ ଏ କ୍ଷେତ୍ରରେ କିଛି ଟା ସଫଳତା ମିଳିଛି । ଆମେରିକା ଭିତ୍ତିକ କମ୍ପାନି ମାଇକ୍ରନ ୨୨,୫୦୦ କୋଟି ଟଙ୍କା ବିନିଯୋଗରେ ଗୁଜରାଟରେ ଏକ ଟେଷ୍ଟିଂ ଏବଂ ପ୍ୟାକେଜିଂ ୟୁନିଟ ସ୍ଥାପନ କରିବା ଲାଗି ଘୋଷଣା କରିଛି । ଘରୋଇ ବଜାରରେ ନିବେଶ କ୍ଷେତ୍ରରେ ଏହା ପ୍ରଥମ କମ୍ପାନି । 

ଚଳିତ ବର୍ଷ ଫେବ୍ରୁଆରିରେ ଏ କ୍ଷେତ୍ରରେ ୧.୩ ଲକ୍ଷ କୋଟି ଟଙ୍କା ନିବେଶ ପ୍ରସ୍ତାବକୁ ସରକାର ମଞ୍ଜୁରୀ ଦେଇଛନ୍ତି । ଟାଟା ତାଇୱାନ ଭିତ୍ତିକ କମ୍ପାନି ପାୱାରଚିପ୍‌ ସେମିକଣ୍ଡକ୍ଟର ମାନୁଫାକଚରିଂ କର୍ପ ସହ ମିଳିତ ହୋଇ ଗୁଜରାଟର ଧୋଲେରାରେ ଦେଶର ପ୍ରଥମ ସେମିକଣ୍ଡକ୍ଟର ଫ୍ୟାବ୍‌ ୟୁନିଟ ସ୍ଥାପନ କରିବେ । ଏଥିରେ ୮୧ ହଜାର କୋଟି ଟଙ୍କାର ନିବେଶ ନେଇ ପ୍ରସ୍ତାବ ରହିଛି ।

ସେହିଭଳି ଟାଟା ଆସାମର ମୋରିଗାଓଁରେ ୨୭ ହଜାର କୋଟି ଟଙ୍କା ନିବେଶରେ ସେମିକଣ୍ଡକ୍ଟର ଆସେମ୍ବଲ ଏବଂ ଟେଷ୍ଟିଂ ୟୁନିଟ ବସାଇବ । ସେହିଭଳି ସିଜି ପାୱାର ଜାପାନ କମ୍ପାନି ରେନେସା ଇଲେକଟ୍ରୋନିକ୍ସ ଏବଂ ଥାଇଲାଣ୍ଡ ଷ୍ଟାର୍ସ ଇଲେକଟ୍ରୋନିକ୍ସ ସହ ୭୬୦୦ କୋଟି ଟଙ୍କା ବିନିଯୋଗରେ ଏକ ପ୍ରକଳ୍ପ ଆଣିବା ଲାଗି ଯୋଜନା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.