ପ୍ରମୁଖ ଖବର
  • ସୁନା ଦର ୭୪ ହଜାର ଟଙ୍କା ପାର୍, ବର୍ଷକରେ ୮୫,୦୦୦କୁ ଯିବ
  • ||
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ମେ’ରୁ କ୍ରେଡିଟ କାର୍ଡ ବିଲ୍‌ ଭରିବା ହେବ ମହଙ୍ଗା, ଆଇସିଆଇସିଆଇ ସଞ୍ଚୟ ଖାତା ସହ ଜଡ଼ିତ ସର୍ଭିସ ଚାର୍ଜ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ, ୧।୫: ପ୍ରତି ମାସ ପହିଲାରେ ଦେଶ ମଧ୍ୟରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋଇଥାଏ । ବୁଧବାର ଠାରୁ ମେ’ ମାସ ଆରମ୍ଭ ହେଉଛି । ବିଭିନ୍ନ ନିୟମରେ ପରିବର୍ତ୍ତନ ଲୋକଙ୍କ ଜୀବନ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇବ । ଏହି ପରିବର୍ତ୍ତନ ସମ୍ପର୍କରେ ପୂର୍ବରୁ ଜାଣି ରଖିବା ଜରୁରୀ ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବରିଷ୍ଠ ନାଗରିକ ସ୍କିମ୍: 

ଏଚ୍‌ଡିଏଫ୍‌ସି ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ଜାରି ରହିଥିବା ଏଫ୍‌ଡି ସ୍କିମର ଅବଧି ମେ’ ୧୦ରେ ଶେଷ ହେଉଛି । ଏଥିରେ ନିବେଶ କ୍ଷେତ୍ରରେ ଅତିରିକ୍ତ ୦.୭% ସୁଧହାର ମିଳିବ । ନିବେଶ ଲାଗି ଖୁବ୍‌ କମ୍‌ ସମୟ ରହିଛି ।

ୟେସ୍‌ ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟ: 

ପହିଲାରୁ ୟେସ୍‌ ବ୍ୟାଙ୍କ ସଞ୍ଚୟ ଖାତା କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିବ । ଏହି ବର୍ଗର ଆକାଉଣ୍ଟଧାରୀଙ୍କଠାରୁ ସେବା ଲାଗି ପହିଲାରୁ ଅଧିକ ଦେୟ ଲାଗିବ । ବ୍ୟାଙ୍କ ସେଭିଂ ଆକାଉଣ୍ଟ ଲାଗି ବିଭିନ୍ନ ଚାର୍ଜ ବଢ଼ାଇଛି । । ବ୍ୟାଙ୍କ ସର୍ବନିମ୍ନ ହାରାହାରି ବାଲାନ୍ସ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିଛି । ୟେସ ବ୍ୟାଙ୍କର ପ୍ରୋ-ମ୍ୟାକ୍ସ ସେଭିଂ ଆକାଉଣ୍ଟ ଲାଗି ଅନ୍ୟୁନ ହାରାହାରି ୫୦ ହଜାର ଟଙ୍କାର ବାଲାନ୍ସ ରଖିବାକୁ ହେବ । ସେହିଭଳି ମାକ୍ସିମମ୍‌ ଚାର୍ଜକୁ ୧ ହଜାର ଟଙ୍କାକୁ ପରିବର୍ତ୍ତନ କରାଯାଇଛି । ଏହବାଦ ପ୍ରୋ ପ୍ଲସ୍‌ ୟେସ୍‌ ରେସ୍‌ପେକ୍ଟ ଏସ୍‌ଏ ଏବଂ ୟେସ୍ ଏସେନ୍ସ ଏସ୍‌ଏ ଖାତାର ସର୍ବନିମ୍ନ ହାରାହାରି ବାଲାନ୍ସ ସୀମା ୨୫ ହଜାର ଏବଂ ସର୍ବୋଚ୍ଚ ଚାର୍ଜ ୭୫୦ ଟଙ୍କା କରାଯାଇଛି । ଆକାଉଣ୍ଟ ପ୍ରୋରେ ମିନିମମ୍‌ ବାଲାନ୍ସ ୧୦ ହଜାର ଟଙ୍କା ଏବଂ ସର୍ବାଧିକ ୭୫୦ ଟଙ୍କାର ଚାର୍ଜ ଲଗାଯାଇପାରିବ ।

ଆଇସିଆଇସିଆଇ ଡେବିଟ କାର୍ଡ ସେବା : 

ଆଇସିଆଇସିଆଇ ସଞ୍ଚୟ ଖାତା ସହ ଜଡ଼ିତ ସର୍ଭିସ ଚାର୍ଜ ନିୟମକୁ ପରିବର୍ତ୍ତନ କରିଛି । ଏବେ ଡେବିଟ କାର୍ଡ ଲାଗି ସହରାଞ୍ଚଳ ଗ୍ରାହକଙ୍କୁ ୨୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ୯୯ ଟଙ୍କାର ବାର୍ଷିକ ଦେୟ ଦେବାକୁ ପଡ଼ିବ । ସେହିଭଳି ୨୫ ପୃଷ୍ଠା ବିଶିଷ୍ଟ ଚେକ୍‌ ବୁକ୍‌ ପାଇଁ କୌଣସି ଦେୟ ଲାଗିବନି । ମାତ୍ର ଏହା ପରେ ପ୍ରତି ପେଜ୍‌ ପିଛା ୪ ଟଙ୍କା ହିସାବରେ ଚାର୍ଜ ଦେବାକୁ ପଡିବ । ଆଇଏମ୍‌ପିଏସ୍‌ ନେଣଦେଣ ଅର୍ଥକୁ ୨.୫୦ ଟଙ୍କାରୁ ୧୫ ଟଙ୍କା ଯାଏ ଦେବାକୁ ପଡ଼ିବ ।

କ୍ରେଡିଟ କାର୍ଡ ବିଲ୍‌ ଭରିବା ମହଙ୍ଗା:  

ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫ୍‌ସି ଫାଷ୍ଟ ଗ୍ରାହକଙ୍କ ପାଇଁ ମେ’ ପହିଲାରୁ ନୂଆ ନିୟମ । ମେ’ ପହିଲାରୁ ଏହି ବ୍ୟାଙ୍କର ଗ୍ରାହକମାନଙ୍କୁ ୟୁଟିଲିଟି ବିଲ୍‌ ଦେୟ କ୍ଷେତ୍ରରେ ଅଧିକ ରାଶି ଭରିବାକୁ ପଡ଼ିବ । କ୍ରେଡିଡ କାର୍ଡରେ ବିଲ୍‌ ଭରିବା କ୍ଷେତ୍ରରେ ନୂଆ ଫି’ ଲାଗୁ କରିବାକୁ ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫ୍‌ସି ବ୍ୟାଙ୍କ ଘୋଷଣା କରିଛନ୍ତି । ଏହି ୨ ବ୍ୟାଙ୍କର ଗ୍ରାହକ ଯଦି କ୍ରେଡିଟ କାର୍ଡରେ ୧୫ ଶହ ଟଙ୍କାର ବିଲ୍‌ ଭରିଛନ୍ତି ତେବେ ଅତିରିକ୍ତ ୧୫ ଟଙ୍କା ଦେବାକୁ ପଡିବ । ଏହି ୨ ବ୍ୟାଙ୍କ ଗ୍ରାହକଙ୍କୁ ଯଥାକ୍ରମେ ୧୫ ହଜାର ଟଙ୍କା ଓ ୨୦ ହଜାର ଟଙ୍କାର ଫ୍ରି ୟୁସେଜ ଲିମିଟ ଦେଇଛନ୍ତି । ଏହା ମଧ୍ୟରେ ଖର୍ଚ୍ଚ କଲେ ଅତିରିକ୍ତ ଦେୟ ଲାଗିବନି । ୧୫ ହଜାର ଟଙ୍କାରୁ ଊଦ୍ଧ୍ୱର୍ ଖର୍ଚ୍ଚ କ୍ଷେତ୍ରରେ ୧% ଅତିରିକ୍ତ ଦେୟ ସହ ୧୮% ଜିଏସ୍‌ଟି ଲାଗିବ । ଆଇଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ କାର୍ଡ କ୍ଷେତ୍ରରେ ସମାନ ନିୟମ ଲାଗୁ ହେଉଛି । 

ଏଲ୍‌ପିଜି ସିଲିଣ୍ଡର ଦର: 

ପ୍ରତି ମାସ ପହିଲାରେ ଏଲ୍‌ପିଜି ସିଲିଣ୍ଡର ଦର ସମ୍ପର୍କରେ ଘୋଷଣା ହୋଇଥାଏ । ତୈଳ ବିପଣନ କମ୍ପାନିଗୁଡ଼ିକ ୧୪ କିଲୋ ଏବଂ ୧୯ କିଲୋ ବିଶିଷ୍ଟ ଏଲ୍‌ପିଜି ଦର ନିର୍ଦ୍ଧାରଣ କରିଥାନ୍ତି । ସେହିଭଳି ସିଏନ୍‌ଜି ଏବଂ ପିଏନ୍‌ଜି ଦର ମଧ୍ୟ ନିର୍ଦ୍ଧାରଣ ହୋଇଥାଏ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.