ପ୍ରମୁଖ ଖବର
  • ରାଜଧାନୀରେ ରାଜନୈତିକ ହିଂସା, ବିଜେଡି କାର୍ଯାଳୟ ଉପରେ ବୋମା ମାଡ଼
  • ||
  • ମେ’ ୨୦ରେ ବଡ଼ଦାଣ୍ଡରେ ମୋଦିଙ୍କ ମେଗା ରୋଡ୍‌ ସୋ’, ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||
  • ରଥଖଳା ହାଲ୍‌ଚାଲ୍‌..ତୁମ୍ବରେ ସୁତା ବାଡ଼ିଆ ପରେ ବିନ୍ଧ ଅନୁକୂଳ, ଖଳାରେ ପହଞ୍ଚିଲା ତୁମ୍ବ ଖୋଦେଇ ଯନ୍ତ୍ର
  • ||
  • ଆଇପିଏଲ୍ ମହାସମର ମୁମ୍ବାଇକୁ ଭେଟିବ ଲକ୍ଷ୍ନୌ, ସମ୍ମାନ ପାଇଁ ଶେଷ ଲଢ଼େଇ
  • ||
  • ଶୁକ୍ରବାର ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କ ପାଇଁ ମାଗିବେ ଭୋଟ
  • ||
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ ପକ୍ଷରୁ କାମ୍ପାକୋଲାର ନୂତନ ଆକର୍ଷଣୀୟ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର/ମୁମ୍ବାଇ, ୩୦/୪ :  ଗ୍ରୀଷ୍ମ ଋତୁ ଆରମ୍ଭ ହେବା ସହିତ ଥଣ୍ଡା ପାନୀୟର ବଜାର ବୃଦ୍ଧି ପାଇବାରେ ଲାଗିଛି । ଭାରତୀୟ ଥଣ୍ଡା ପାନୀୟ ବଜାରରେ ପ୍ରସିଦ୍ଧ କାମ୍ପାକୋଲା ‘ନଏ ଇଣ୍ଡିଆ କା ଅପନା ଥଣ୍ଡା’ ଅର୍ଥାତ ନୂଆ ଇଣ୍ଡିଆର ନିଜର ଥଣ୍ଡା ନାମକ ଏକ ନୂତନ ଅଭିଯାନ ଶୁଭାରମ୍ଭ କରିଛି । ଏହି ଅଭିଯାନ ମାଧ୍ୟମରେ କାମ୍ପାକୋଲା ଥଣ୍ଡା ପାନୀୟ ବଜାରରେ ଅଗ୍ରଣୀ ବ୍ରାଣ୍ଡ ଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । କାମ୍ପାକୋଲା ବ୍ରାଣ୍ଡ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍‌ (ଆରସିପିଏଲ) ର ଅଂଶ ।

ଏହି ଅଭିଯାନ ଶୁଭାରମ୍ଭ ଅବସରରେ ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡର ସିଓଓ କେତନ ମୋଦି କହିଛନ୍ତି, “ଏହି ଅଭିଯାନ ଭାରତୀୟମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ଯୋଗାଇବା ଦିଗରେ ଆମର ଯାତ୍ରାର ପ୍ରଥମ ପଦକ୍ଷେପ । " ଏହି ଅଭିଯାନ ସହିତ, ଆରସିପିଏଲ୍‌ ଥଣ୍ଡା ପାନୀୟ ବଜାରରେ ଏହାର ଯୋଗାଣ ଶୃଙ୍ଖଳାକୁ ମଧ୍ୟ ମଜବୁତ କରୁଛି । ଉପଲବ୍ଧତାକୁ ସୁଗମ ଏବଂ ପ୍ରଭାବଶାଳୀ କରିବା ସହିତ କାମ୍ପାକୁ ଯୁବ ଭାରତୀୟଙ୍କ ଆକାଂକ୍ଷା ଅନୁରୂପ ପ୍ରସ୍ତୁତ କରାଯାଉଛି ।

ପ୍ରଖ୍ୟାତ ଲେଖକ ଓ ଆଡ଼ ଗୁରୁ ପ୍ରସୂନ୍‌ ଯୋଶୀଙ୍କ ଦ୍ୱାରା ପରିକଳ୍ପିତ ଏହି ଅଭିଯାନ ଏକକାଳୀନ ଭାବରେ ଟିଭି, ଡିଜିଟାଲ୍‌, ଆଉଟଡୋର ଏବଂ ପ୍ରିଣ୍ଟ ମିଡିଆରେ ଆରମ୍ଭ ହେଉଛି । ଅଭିଯାନ ଶୁଭାରମ୍ଭରେ ଖୁସି ବ୍ୟକ୍ତ କରି ପ୍ରସୂନ୍‌ ଯୋଶୀ କହିଛନ୍ତି, “ଏହି ନୂତନ ସୃଜନଶୀଳତା ସହିତ ବ୍ରାଣ୍ଡ କାମ୍ପା ଏକ ନୂତନ ଉଦୀୟମାନ ଭାରତ ସହିତ ସମତାଳରେ ରହିବାକୁ ଲକ୍ଷ୍ୟ ରଖିଛି ଯାହା ନୂତନ ଅନ୍ୱେଷଣ କରିବା ପାଇଁ ଆତ୍ମବିଶ୍ୱାସୀ ଏବଂ ବ୍ୟଗ୍ର ରହିଛି   । ଏହି ନୂତନ ଭାରତରେ ଏକ ଶୋଷ ରହିଛି ଯାହାକୁ ମେଣ୍ଟାଇବା ପାଇଁ ସ୍ୱତନ୍ତ୍ର କିଛି ର ଆବଶ୍ୟକତା ରହିଛି  ।"

ଏହି ଅଭିଯାନ ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଅରୁଣ ଗୋପାଳନ୍‌ ଏବଂ ଗାୟକ-ସଂଗୀତକାର ହେଉଛନ୍ତି ଶଙ୍କର ମହାଦେବନ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.