ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ପ୍ରଥମ ଥର ୭୦୦ ବିଲିୟନ ଡଲାର ପାର୍‌ କଲା ବିଦେଶୀ ମୁଦ୍ରା ଭଣ୍ଡାର; ଗୋଟିଏ ସପ୍ତାହରେ ୧୨.୮୫ ଅରବ ଡଲାର ବୃଦ୍ଧି

Published By : Prameya | October 4, 2024 6:06 PM

Image source: Business Today

ନୂଆଦିଲ୍ଲୀ,୦୪/୧୦: ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମୁଦ୍ରା ପାଣ୍ଠି ୭୦୦ ବିଲିୟନ ଡଲାର ଅତିକ୍ରମ କରି ଇତିହାସ ସୃଷ୍ଟି କରିଛି। ଆରବିଆଇ ତଥ୍ୟ ଅନୁଯାୟୀ, ୨୭ ସେପ୍ଟେମ୍ବର ୨୦୨୪ ଶେଷ ସପ୍ତାହରେ ୧୨.୫୮୮ ବିଲିୟନ ଡଲାର ବୃଦ୍ଧି ସହିତ ବୈଦେଶିକ ବିନିମୟ ରିଜର୍ଭ ୭୦୪.୮୮୫ ବିଲିୟନ ଡ଼ଲାରର ସ୍ଥରରେ ପହଞ୍ଚିଛି। ଏହାର ପୂର୍ବ ସପ୍ତାହରେ ଏହା ୬୯୨.୨୯ ବିଲିୟନ ଡ଼ଲାର ଥିଲା। ଏଫ୍‌ପିଆାଇ ନିବେଶରେ ବିପୁଳ ବୃଦ୍ଧି ହେତୁ ବିଦେଶୀ ମୁଦ୍ରା ଭଣ୍ଡାର ସର୍ବକାଳୀନ ଉଚ୍ଚରେ ପହଞ୍ଚିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ୪ ଅକ୍ଟୋବର ୨୦୨୪ରେ ବିଦେଶୀ ମୁଦ୍ରା ଭଣ୍ଡାରର ତଥ୍ୟ ଜାରି କରିଥିଲା, ଯେଉଁଥିରେ ୨୭ ସେପ୍ଟେମ୍ବର ୨୦୨୪, ଅର୍ଥାତ୍‌ ଶେଷ ସପ୍ତାହରେ ୧୨.୫୮୮ ବିଲିୟନ ଡଲାରର ବୃଦ୍ଧି ଦହିତ ୭୦୪.୮୮୫ ବିଲିୟନ ଡଲାର ସ୍ଥରରେ ପହଞ୍ଚିଥିଲା। ଏହାରି ଭିତରେ ବିଦେଶୀ ମୁଦ୍ରା ସମ୍ପତ୍ତିରେ ୧୦.୪୬ ବିଲିୟନ ଡଲାରର ବୃଦ୍ଧି ହୋଇଛି ଏବଂ ଏହା ୬୧୬.୧୫୪ ବିଲିୟନ ଡଲାର ହୋଇଛି।

ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ପରେ ଆରବିଆଇର ସୁନା ସଂରକ୍ଷଣର ମୂଲ୍ୟ ବୃଦ୍ଧି ହୋଇଛି ଏବଂ ଏହା ୨.୧୮୪ ବିଲିୟନ ଡ଼ଲାରରେ ବୃଦ୍ଧି ହୋଇ ୬୫୭.୯୬ ବିଲିୟନ ଡ଼ଲାରରେ ପହଞ୍ଚିଛି। ୩୦୮ ମିଲିୟନ ଡଲାର ବୃଦ୍ଧି ସହିତ ଏସ୍‌ଡିଆର୍‌ ୧୮.୫୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଏହି ଏହାରି ଭିତରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଜମା ହୋଇଥିବା ସଂରକ୍ଷଣ ହ୍ରାସ ପାଇଥିବା ବେଳେ ଏହା ୭୧ ମିଲିୟନ ଡ଼ଲାରରୁ ୪.୩୮ ବିଲିୟନ ଡ଼ଲାରକୁ ଖସି ଆସିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.