ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଟାରିଫ୍‌ ୱାର୍‌ ମଧ୍ୟରେ ଆମେରିକାକୁ ଡାଳିମ୍ୱ ପଠାଇଲା ଭାରତ , ଏଥିରେ ଦୁଇ ଦେଶର ବଢିବ ବାଣିଜ୍ୟ କାରବାର

Published By : Prameya | April 19, 2025 7:08 PM

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏକ ନୂଆ ବାଣିଜ୍ୟିକ ଚୁକ୍ତି, ଭାରତୀୟ ଡାଳିମ୍ୱକୁ ଆମେରିକୀୟ ବଜାରରେ ପହଞ୍ଚାଇ ଦେଇଛି। ୪,୨୦୦ଟି ବାକ୍ସ ଡାଳିମ୍ୱ ସମୁଦ୍ର ପଥ ଦେଇ ନ୍ୟୁୟର୍କରେ ପହଞ୍ଚିଛି। ଏହି ଚୁକ୍ତି କାରଣରୁ ଗତବର୍ଷ ଡାଳିମ୍ୱର ଏକ୍ସପୋର୍ଟରେ ବୃଦ୍ଧି ଘଟିଛି। ଆଶା ରହିଛି କି , ଏଥିରେ ଭାରତ ଓ ଆମେରିକା ମଧ୍ୟରେ ୨୦୩୦ ସୁଦ୍ଧା ଟ୍ରେଡ୍‌କୁ ୫୦୦ ବିଲିୟନ ଡଲାର ଯାଏ ପହଞ୍ଚାଇବାରେ ମଧ୍ୟ ସହଜ ହେବ। 

ପୂର୍ବରୁ ଆମେରିକାରେ ଭାରତୀୟ ଡାଳିମ୍ୱ ପଠାଇବା ସହଜ ନଥିଲା। ଦୃଢ ନିୟମ ଓ ଦୀର୍ଘ ଦୂରତା କାରଣରୁ ଚାଷୀଙ୍କୁ ଅସୁବିଧା ହେଉଥିଲା। କିନ୍ତୁ ୨୦୨୩ରେ ଭାରତ ଓ ଆମେରିକା ଏକ ସ୍ୱତନ୍ତ୍ର ଚୁକ୍ତି କଲେ, ଏହି ଅନୁସାରେ ଭାରତୀୟ ଡାଳିମ୍ୱକୁ ସମୁଦ୍ର ପଥରେ ଆମେରିକା ପଠାଗଲା। ମହାରାଷ୍ଟ୍ର , ଯାହା ଭାରତର ସବୁଠୁ ବଡ଼ ଡାଳିମ୍ୱ ଉତ୍ପାଦକ ରାଜ୍ୟ, ଏହି ଚୁକ୍ତିରେ ସବୁଠୁ ଅଧିକ ଫାଇଦା ଉଠାଉଛି।

ନୂଆଦିଲ୍ଲୀରୁ ଫେବ୍ରୁଆରୀ ୨୦୨୪ରେ ଆମେରିକା ପାଇଁ ୪,୨୦୦ଟି ବାକ୍ସ ବା ୧୨.୬ ଟନ୍‌ ଫଳର ସାମଗ୍ରୀକୁ ସବୁଜ ପତାକା ଦେଖା ଯାଇଥିଲା। ଏହାପରେ ସାମଗ୍ରୀ ଏବେ ନ୍ୟୁୟର୍କରେ ପହଞ୍ଚି ଯାଇଛି। ଏପିଇଡିଏ ଚାଷୀଙ୍କ ସାହାଯ୍ୟ ପାଇଁ ଅନେକ ପଦକ୍ଷେପ ନେବ। ସେ ଡାଳିମ୍ୱକୁ ସଠିକ୍‌ ଉପାୟରେ ପ୍ୟାକ୍ କରିବା ଓ ତାଜା ରଖିବାର ଟ୍ରେନିଂ ଦେଇଛି। ଏହା ବ୍ୟତୀତ ଏପିଇଡିଏର ଅଧ୍ୟକ୍ଷ ଅଭିଷେକ ଦେବ କହିଛନ୍ତି ଯେ , ଭାରତୀୟ ଆମ୍ୱ ପୂର୍ବରୁ ହିଁ ପାଖାପାଖି ୩,୫୦୦ ଟନ୍‌ର ବାର୍ଷିକ ରପ୍ତାନୀ ଯାଏ ପହଞ୍ଚି ସାରିଛି ଏବଂ ଆମର ଆଶା ଯେ , ଆଗାମୀ ବର୍ଷ ଗୁଡ଼ିକରେ ଡାଳିମ୍ୱ ମଧ୍ୟ ଏମିତି ହିଁ ମଜବୁତ୍‌ ସଂଖ୍ୟାରେ ପହଞ୍ଚିବ। 

ଆମେରିକା ସହ ଭାରତ ପକ୍ଷରୁ ବିଟିଓକୁ ଆହୁରି ମଜବୁତ୍ କରିବା କଥା ଚାଲିଛି। ଏହାର ଫଳ ସ୍ୱରୂପ ସାମୁଦ୍ରିକ ପଥରେ ଭାରତୀୟ ଡାଳିମ୍ୱ ଆମେରିକାର ବଜାର ଗୁଡ଼ିକରେ ପହଞ୍ଚୁଛି। ଡାଳମ୍ୱ ରପ୍ତାନୀରେ ୨୦୨୫ରେ ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି। ଏହାର ଏକ୍ସପୋର୍ଟ ବାର୍ଷିକ ୨୧ପ୍ରତିଶତରୁ ବଢି ୫୯.୭୬ ମିଲିୟନ ଡଲାର ହୋଇ ଯାଇଛି। ଭାରତର ଡାଳିମ୍ୱ ଆମେରିକା ବ୍ୟତୀତ ୟୁଏଇ, ବାଂଲାଦେଶ, ନେପାଳ , ନେଦରଲ୍ୟାଣ୍ଡ ,ସାଉଦୀ ଆରବ , ଶ୍ରୀଲଙ୍କା , ଥାଇଲ୍ୟାଣ୍ଡ ବାହାରିନ୍‌ , ଓମାନ ଭଳି ଦେଶକୁ ମଧ୍ୟ ଯାଇଥାଏ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.