ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବାରବାଟି ମ୍ୟାଚ୍‌ ପାଇଁ ଭୁବନେଶ୍ବରରେ ଟିମ୍‌ ଇଣ୍ଡିଆ; ନାଚ, ଗୀତ ମାଧ୍ୟମରେ କରାଗଲା ଭବ୍ୟ ସ୍ବାଗତ

Published By : Soubhagya Ranjan | February 7, 2025 8:27 PM

ଭୁବନେଶ୍ବର,୦୭/୦୨: ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଇଣ୍ଡିଆ ଓ ଇଂଲଣ୍ଡ ଟିମ୍‌ର ଖେଳାଳି। ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆସି ପହଞ୍ଚିଛନ୍ତି । ସେମାନେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଭୁବନେଶ୍ୱରର ମେ’ ଫେୟାର ହୋଟେଲରେ ପହଞ୍ଚିଛନ୍ତି। ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଦେଖିବାକୁ ହୋଟେଲ ବାହାରେ ଏବଂ ରାସ୍ତାକଡ଼ରେ ପ୍ରଶଂସକଙ୍କ ବେଶ୍‌ ଭିଡ଼ ଜମିଥିଲା। 

କେବଳ ରାସ୍ତାକଡ଼ ନୁହେଁ ଏବଂ ହୋଟେଲ ନୁହେଁ ବରଂ ବିମାନବନ୍ଦର ବାହାରେ ମଧ୍ୟ ବହୁ କ୍ରିକେଟ୍‌ ଫ୍ୟାନ୍‌ ଖେଳାଳିଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲେ। ବିମାନବନ୍ଦରରୁ କଡ଼ା ସୁରକ୍ଷାରେ ମେଫେୟାର ହୋଟେଲକୁ ନିଆଯାଇଥିଲା। ଆଗ ବସ୍‌ରେ ଟିମ୍‌ ଇଣ୍ଡିଆ ଯାଉଥିବା ବେଳ ପଛ ବସ୍‌ରେ ଇଂଲଣ୍ଡ ଖେଳାଳି ଆସିଥିଲେ। 

ଏହା ପୂର୍ବରୁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର କଡ଼ା ଯାଞ୍ଚ କରାଯାଇଥିଲା। ବିଶେଷକରି ଖେଳାଳିଙ୍କ ସୁରକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଖେଳାଳିମାନେ ଭୁବନେଶ୍ବରରୁ କଟକ ଯିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମୋଟ ୫୦ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.