ପ୍ରମୂଖ ଖବର
  • Operation sindoor; 'ଲୁଚିବାକୁ ମିଳିବନି ଜାଗା...ପାକିସ୍ତାନକୁ ଗାତ ଖୋଳିବାକୁ ହେବ' ଭାରତୀୟ ସେନାର ଟଫ୍ ଅଫିସରଙ୍କ ଚେତାବନୀ
  • ||
  • ଖୁବ୍‌ଶୀଘ୍ର ପ୍ରକାଶ ପାଇଁ ଯୁକ୍ତ ୨ ରେଜଲ୍ଟ୍, ବଢ଼ିବ ଯୁକ୍ତ ୩ ନାମଲେଖା ଆବେଦନ ଅବଧି
  • ||
  • କଡ଼ ଲେଉଟାଇଲାଣି କରୋନା; ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ
  • ||
  • ଜୟଦେବ ବିହାର-ନନ୍ଦନକାନନ ଏଲିଭେଟେଡ୍‌ ରୋଡ୍‌ କରିଡର, ଦୁଇଥାକିଆ ରାସ୍ତା ପାଇଁ ହେବ ସାନି ଟେଣ୍ଡର
  • ||
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କଲା ଭାରତ; ଶୁଭେଚ୍ଛା ଜଣାଇଲେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ

Published By : Bijay Swain | May 20, 2025 12:08 AM

ଭୂବନେଶ୍ୱର,୧୯/୫: ସପ୍ତମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ବାଂଲାଦେଶକୁ ପରାସ୍ତ କରି ଭାରତୀୟ ଫୁଟବଲ ଟିମ୍ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ନିମନ୍ତେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ଟିମ୍ ଭାରତର ସମସ୍ତ କ୍ରୀଡ଼ାବିତମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି। 

ନିଜର ଶୁଭେଚ୍ଛା ବାର୍ତ୍ତାରେ ସେ କହିଛନ୍ତି ଯେ, ୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ରେ ଭାରତୀୟ ଫୁଟବଲ୍‌ ଟିମ୍‌ ର ଐତିହାସିକ ବିଜୟ ପାଇଁ ଆମ ଦେଶ ଆଜି ଗର୍ବିତ। କଠିନ ପରିଶ୍ରମ ଓ ବିଚକ୍ଷଣ ପ୍ରଦର୍ଶନ ମାଧ୍ୟମରେ କ୍ରୀଡ଼ାବିତମାନେ ଏହି ସଫଳତା ଅର୍ଜନ କରିଛନ୍ତି। ଏହି ବିଜୟ ଆମ ଦେଶ ଓ ରାଜ୍ୟର ହଜାର ହଜାର କ୍ରୀଡ଼ାବିତମାନଙ୍କୁ କ୍ରୀଡ଼ାକ୍ଷେତ୍ରରେ ନିଜ ପାଇଁ ଏକ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣ କରିବାକୁ ନିଶ୍ଚିତ ଭାବରେ ପ୍ରେରିତ କରିଛି। ଆଗକୁ ମଧ୍ୟ ଆମ କ୍ରୀଡ଼ାବିତମାନେ ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ପାଇଁ ଗର୍ବ ଓ ଗୌରବ ଅର୍ଜନ କରି ଆମକୁ ଗୌରବାନିତ୍ବ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ ଯେ, ସାଉଥ୍ ଏସିଆନ୍‌ ଫୁଟବଲ୍‌ ଫେଡ଼େରେସନ୍‌ ଦ୍ୱାରା ଆୟୋଜିତ ୭ମ SAFF U-19 ଫୁଟବଲ୍‌ ଚାମ୍ପିୟାନସିପ୍‌ ବିଗତ ୯ ମେ' ଠାରୁ ଆରମ୍ଭ ହୋଇ ୧୮ ମେ' ପର୍ଯ୍ୟନ୍ତ ଭାରତର ଅରୁଣାଚଳପ୍ରଦେଶ ଠାରେ ଅନୁଷ୍ଠିତ ହୋଇଥିଲା। ବିଗତ ମେ' ୧୮ ତାରିଖରେ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ବିଜୟ ହାସଲ କରି ଚାମ୍ପିୟନ୍‌ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.