ପ୍ରମୂଖ ଖବର
  • ରାଜଧାନୀରେ ପିଲା ବିକ୍ରି ଅଭିଯୋଗ, ୬ ଅଟକ
  • ||
  • ଭିଜିଲାନ୍ସ ଜାଲରେ ବେଗୁନିଆପଡା ସିଡିପିଓ, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ଭଦ୍ରକ : ଦୁଇ ହଜାର ଲିଟର ଚୋରା ଦେଶୀ ମଦ ଜବତ, ୨ ଗିରଫ
  • ||
  • ଆନନ୍ଦପୁର : ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର
  • ||
  • ରାଜ୍ୟରେ ୨୦୨୫ ଲୁଦ୍ଧା ଲାଗୁ ହେବ ଏନଇପି, ଗଠନ ହୋଇଛି ଟାସ୍କ ଫୋର୍ସ କମିଟି
  • ||
  • କରଞ୍ଜିଆ : ବାର୍ଶିଆ ଗାଁରେ ଅଘଟଣ, ନିଆଁ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭିଜିଲାନ୍ସ ଜାଲରେ ଜୁନିୟର ମାଇନିଂ ଅଫିସର, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ଡିସେମ୍ବର ୫ରେ କୋଣାର୍କ ସାହିତ୍ୟ ଆସର, ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡ଼ିଆ ବିଶ୍ୱବିଦ୍ୟାଳୟର ପ୍ରଥମ କୂଳପତି
  • ||
  • ରାଜଧାନୀରେ ଲୁଟ୍‌ ପାଇଁ ମହିଳାଙ୍କୁ ହତ୍ୟା ଘଟଣା, ମୋଷ୍ଟ ୱାଣ୍ଟେଡ୍‌କୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରିରେ ଶୀତର ଲହରୀ, ଘନ କୁହୁଡ଼ି ପାଇଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ
  • ||
  • ବିଧାନସଭା ଶୀତ ଅଧିବେଶନର ଦ୍ୱିତୀୟ ଦିନ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହିବ ଗୃହ
  • ||
  • ବୌଦ୍ଧରେ ଅପରେସନ ଗ୍ରୀନ୍‌ କ୍ଲିନ୍‌ ଜାରି, ଗୋଟିଏ ଦିନରେ ୧୨୧ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ
  • ||
  • ବୈପାରୀଗୁଡାରେ ଅପରେସନ ଗ୍ରୀନ୍ କ୍ଲିନ୍‌, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁବର୍ଣ୍ଣପୁରରେ ଶୀତ ଲହରୀ, ସକାଳ ୯ଟା ପର୍ଯ୍ୟନ୍ତ ରହୁଛି ଘନ କୁହୁଡିର ଆସ୍ତରଣ
  • ||

ବିଦ୍ୟାଳୟ ପରିସରରୁ ବେଆଇନ ଭାବେ ଗଛ କାଟି ବିକ୍ରି ଅଭିଯୋଗ

ନୀଳଗିରି,୨୭/୧୧(ଆ.ପ୍ର):ନୀଳଗିରି ବ୍ଲକ କଳାକାଦ ଗ୍ରାମରେ ଥିବା ବିଦ୍ୟାଳୟ ପରିସରରୁ ନିମ୍ବ ଗଛକାଟି ନେଇ ବିକ୍ରୀ  କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ବନବିଭାଗ ଖବର ପାଇ ସ୍କୁଲରେ ପହଞ୍ଚି ତଦନ୍ତ କରିଛି। 

 ସୂଚନାଯୋଗ୍ୟ ନୀଳଗିରି ବ୍ଲକ ଅଧିନ ଗରଡ଼ିହି ପଞ୍ଚାୟତରେ ଥିବା କଳାକାଦ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୧୨ ରୁ ଅଧିକ ବିରାଟକାୟ ନିମ୍ବ ଗଛ ରହିଛି। ହେଲେ ଏହି ଗଛ ଗୁଡିକୁ କାଟି କ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ବୁଧବାର ସକାଳେ ଗ୍ରାମବାସୀ ଗଛ ଗୁଡିକ କଟା ହୋଇଥିବା ଦେଖିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ବେଆଇନ କାର୍ଯ୍ୟ ପାଇଁ ଟୁଇଟ କରିଥିଲେ ଗ୍ରାମବାସୀ। ପରେ ଅଭିଯୋଗ ପାଇ କୁଳଡିହା ବନ ବିଭାଗ ତରଫରୁ ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ କରିଥିଲେ।ପରେ କିଛି ପଡିଥିବା   କାଠ ଗଣ୍ଡିକୁ ସିଜ୍‌ ମଧ୍ୟ କରିଥିଲେ। ଏପରିକି ସ୍କୁଲ ପରିଚାଳନା କମିଟି ଓ ପ୍ରଧାନଶିକ୍ଷୟିତ୍ରୀ ଗଛ କାଟିବା ନେଇ କୌଣସି ଅନୁମତି ନେଇ ନ ଥିବା ବନ ବିଭାଗ କହିଥିଲା।  

ସ୍କୁଲର ଶିକ୍ଷୟତ୍ରୀ ମିନତିମଣି ଟୁଡୁଙ୍କୁ ପଚାରିବାରୁ ସେ ଗଛ କାଟିବା ବିଷୟରେ କିଛି ଜାଣି ନାହାନ୍ତି ବୋଲି କହିଥିଲେ।ଏପରିକି ବିଇଓଙ୍କୁ ଘଟଣା ବିଷୟରେ ଅବଗତ କରିଥିବା କହିଥିଲେ। ସେପଟେ ସ୍କୁଲ ପରିଚାଳନା କମିଟିର ସଭାପତି ମଳୟ ବେହେରାଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ  ମଧ୍ୟ ସେ ଫୋନ ଉଠାଇ ନଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.