ପ୍ରମୂଖ ଖବର
  • ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡ ମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଗୁରୁତର
  • ||
  • କଟକ: କ୍ୟାଣ୍ଟନମେଣ୍ଟ ଥାନାରୁ ଚମ୍ପଟ ମାରିଲେ ୨ ମହିଳା ଅଭିଯୁକ୍ତ,ବାଲିଯାତ୍ରାରେ ମୋବାଇଲ ଓ ଚେନ୍‌ ଲୁଟ୍‌ ବେଳେ ଧରିଥିଲା ପୋଲିସ
  • ||
  • ବଣାଇ : ଗ୍ରେଡରରେ ଚାପି ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ
  • ||
  • କେନ୍ଦ୍ରାପଡ଼ା : ରେଳ ଲାଇନରେ କଟି ଚାଲିଗଲା ଯୁବକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ମାଆକୁ ପିଟି ପିଟି ହତ୍ୟା କଲା ପୁଅ, ଅଭିଯୁକ୍ତ ଗିରଫ
  • ||
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ସଇଁନ୍ତଳା ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ, କୁକୁର କାମୁଡାରେ ୧୭ ଆହତ

ଟିଟିଲାଗଡ଼,୧୭/୧୧: ସଇଁନ୍ତଳା ଅଞ୍ଚଳର ବିଭିନ୍ନ ଗ୍ରାମରେ କୁକୁର ଆତଙ୍କ ଦେଖିବାକୁ ମିଳିଛି । କୁକୁର କାମୁଡ଼ାରେ ୧୭ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ଭିତରୁ ୭ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ପିପୃଟ, କୁଇକେଡ଼ା, ବୁଡ଼ା, କେରମେଲି ଓ ସଇନ୍ତଳା ଗ୍ରାମରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ସଇଁନ୍ତଲା ବ୍ଲକ ଅନ୍ତର୍ଗତ ପିପୃଟ, କୁଇକେଡ଼ା, ବୁଡ଼ା, କେରମେଲି ଓ ସଇନ୍ତଳା ଗ୍ରାମର ମୋଟ ୧୭ ଜଣଙ୍କୁ ବୁଲା କୁକୁର କାମୁଡ଼ି ଥିଲା । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ତେବେ ଉକ୍ତ ଗାଁମାନଙ୍କରେ ବୁଲା କୁକୁରଙ୍କୁ ନେଇ ଭୟର ବାତାବରଣ ଲାଗି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର ଘଟଣା ଯେ, ଗୋଟିଏ ଦିନରେ ପ୍ରାୟ ଏକ ସମୟରେ ବିଭିନ୍ନ ଗାଁରେ ଏଭଳି ଭାବରେ କୁକୁର କାମୁଡା ହେଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.