ମୁମ୍ବାଇ,୨୪/୧୧: ଆକ୍ଟିଂକେ ଜଙ୍ଗଲ ମେ ସେର ରେହେତେ ହେଁ...ସୁନା ହେ ଉସେ ଅନୁପମ ଖେର କେହେତେ ହେଁ । ଜଣେ କଳାକାର ପାଇଁ ଏହାଠୁ ବଡ ଟ୍ୟାଗ୍ ଆଉ କଣ ବା ଦରକାର । ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ଅନୁପମ ଖେର । କମେଡି ହେଉ କି ସପୋଟିଂ କ୍ୟାରେକ୍ଟର ସବୁଥିରେ ସେ ମାହିର । ଅନୁପମଙ୍କୁ ନେଇ କିଛି ବଡ ଖବର ସାମ୍ନାକୁ ଆସିଛି । ସେ ଦଶମ ଶ୍ରେଣୀରେ ଫେଲ୍ ହୋଇଥିଲେ । ସେ ନିଜେ ଗୋଆରେ ଆୟୋଜିତ ୫୫ତମ ଆଇଏଫଏଫଆଇରେ ଖୁଲାସା କରିଛନ୍ତି । ବିଫଳତା ଏକ ଉତ୍ସବ ଏହା କେବେ ଜଣେ ବ୍ୟକ୍ତି ହୋନଥାଏ ବୋଲି କହିଛନ୍ତି ଭର୍ସାଟାଇଲ ଆକ୍ଟର ଅନୁପମ ଖେର ।
ଦଶମରେ ଫେଲ୍ ହୋଇଥିଲେ ଅନପମ ଖେର୍- ୫୫ତମ ଆଇଏଫଏଫଆଇରେ ଅନୁପମ ଖେର ତାଙ୍କ ପିଲା ଦିନ କଥା କହିଛନ୍ତି । ସେ ଦଶମ ଶ୍ରେଣୀରେ ଫେଲ ହୋଇଥିଲେ । ତାଙ୍କ ବାପାଙ୍କୁ ଯେବେ ଏହା ଜଣାପଡିଥିଲା ସେ କହିଥିଲେ ବିଫଳତାକୁ ଜୀବନରେ ଏକ ଉତ୍ସବ ଭାବେ ପାଳନ କରିବା ଦରକାର । ଏହି ଖବର ସେ ଜାଣିବା ପରେ ମୋତେ ଏକ ରେଷ୍ଟୁରାଣ୍ଟ ନେଇଥିଲେ । ମୁଁ ଭାବୁଥିଲି ସେ ମୋତେ ଏଠାକୁ କାହିଁକି ଆଣିଛନ୍ତି । ସେ ହିଁ କହିଥିଲେ ବିଫଳତା ଏକ ଉତ୍ସବ । ଏହା କେବେ ଜଣେ ବ୍ୟକ୍ତି ନୁହେଁ । ବାପା ହିଁ ମୋତେ ମଜଭୂତ କରିଥିଲେ ।
ବାପା କରିଥିଲେ ଷ୍ଟ୍ରଙ୍ଗ୍- ମୁଁ ଯେବେ ହାରିଯାଉଥିଲି ମୋତେ ବାପା ଓ ଜେଜେବାପା ମଜଭୂତ କରିଥିଲେ । ମୁମ୍ବାଇ ଛାଡିବା ସମୟରେ ମୋ ଜେଜେବାପା ଚିଠି ଲେଖିଥିଲେ ସେ କହିଥିଲେ ଓଦା ହୋଇଥିବା ବ୍ୟକ୍ତିର ବର୍ଷାକୁ ଡର କାହିଁକି । ସଫଳତା ହାସଲ କରିବାକୁ ହେଲେ ପରିବାର ସାହାରା ନିହାତି ଦରକାର ।