ନୀଳଗିରି,୧୫/୧୧:ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଚଳଚଞ୍ଚଳ ହୋଇ ଉଠିଛି । ଶୁକ୍ରବାର ପଞ୍ଚୁକର ଶେଷ ଦିବସ ହୋଇଥିବା ବେଳେ ସମସ୍ତ ଦେବାଳୟରେ ଭକ୍ତଙ୍କ ସୁଅ ଛୁଟିଛି । ଭୋର ସମୟରେ ଗାଡିଆ ଓ ନଦୀରେ ଡଙ୍ଗା ଭସାଇ ତୁଳସୀ ଚଉଁରା ମୂଳରେ ମୁରୁଜ ପକାଇ ପୂଜା କରିଛନ୍ତି । ପରେ ଗାଁର ଦେବୀ, ଶିବ ମନ୍ଦିର, ଗୋପୀନାଥ ମନ୍ଦିର ସମେତ ନୀଳଗିରି ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ମଙ୍ଗଳା ମନ୍ଦିର, ହନୁମାନ ମନ୍ଦିରରେ ଦୀପ ଜାଳି ପୂଜାର୍ଚ୍ଚନା କରି ଆଶିଷ କାମନା କରିଛନ୍ତି ।
୨୬ରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ...