ସୋର, ୨୫।୧୧ : ମୋବାଇଲ ଲୁଟ୍ ହେଲା କାଳ। ଲୁଟ କରି ଫେରାର ହେଉଥିବା ବେଳେ ବାଇକରୁ ପଡି ଲୁଟେରା ମୃତ। ୧୬ ନଂ ଜାତୀୟ ରାଜପଥ ପାଇକାଳି ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ମୃତକ ଜଣକ ହେଲେ ଗୋପାଳପୁର ଥାନା ମଦନାପୁରର କହ୍ନେଇ।
ଆଶ୍ରମ ଛକରେ ରହୁଥିବା ଅନିତା ସେନ ତାଙ୍କ ପୁଅ ସହିତ ବାଇକରେ ଯାଉଥିଲେ। ୧୬ ନଂ ଜାତୀୟ ରାଜପଥ ଦହିସଡା ନିକଟରେ କହ୍ନେଇ ବାଇକରେ ଆସି ଅନିତାଙ୍କ ମୋବାଇଲ ଲୁଟ କରି ଦ୍ରୁତ ଗତିରେ ଯାଉଥିଲା । ୧୬ ନମ୍ବର ଜାତୀୟ ରାଜପଥ ପାଇକlଳି ନିକଟରେ ବାଇକରୁ ଭାରସାମ୍ୟ ହରାଇ କହ୍ନେଇ ପଡିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ଲୁଟେରାଙ୍କ ନାମରେ ପୂର୍ବରୁ ଚୋରି ଅଭିଯୋଗ ରହିଛି ବୋଲି ପୋଲିସ ସୂଚନା ଦେଇଛି।