ପ୍ରମୂଖ ଖବର
  • ରାଜଧାନୀରେ ସମାଜସେବୀଙ୍କୁ ଗୋଡ଼ାଇ ହାଣିଲେ, ଆତଙ୍କ ଖେଳାଇଲେ ଦୁର୍ବୃତ୍ତ: ସଙ୍କଟାପନ୍ନ ଅବସ୍ଥାରେ ଏମ୍‌ସରେ ଭର୍ତ୍ତି
  • ||
  • କାର ଧକ୍କାରେ ଆଇକନିକ୍‌ ଟ୍ରାଫିକ୍‌ ପୋଷ୍ଟ ଛିନ୍‌ଛତ୍ର, ମହିଳାଙ୍କ ସମେତ ୩ ଆହତ
  • ||
  • ସ୍ୱାମୀକୁ ଗଛରେ ବାନ୍ଧି ପତ୍ନୀଙ୍କୁ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ, ଲୁଟି ନେଲେ ସୁନା ଗହଣା
  • ||
  • ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ଦେହାନ୍ତ, ୪୨ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ, ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ଲଢ଼େଇ
  • ||

ଦାଉଦ ଇବ୍ରାହିମ ସହ ମୋ ନାଁ ଯୋଡ଼ିଲେ...; ଚେତାବନୀ ଦେଲେ ଏନସିପି ନେତା ନଓ୍ବାବ ମଲିକ

Image Courtesy: indiatoday

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବୟାନବାଜି ଜୋର ଧରିଛି । ଅଜିତ ପାଓ୍ବାରଙ୍କ ଗୋଷ୍ଠୀର ନେତା ନଓ୍ବାବ ମଲିକ ନିଜ ନାଁକୁ ଅଣ୍ଡରଓ୍ବାର୍ଲଡ୍‌ ଡନ ଦାଉଦ ଇବ୍ରାହିମ ସହ ଯୋଡ଼ାଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି କୌଣସି ବ୍ୟକ୍ତି ମୋ ନାଁକୁ ଦାଉଦ ସହ ଯୋଡ଼ିବ ତା ବିରୋଧରେ ମାନହାନୀ ମାମଲା କରିବି ବୋଲି ଚେତାବନୀ ଦେଇଛନ୍ତି ନଓ୍ବାବ ମଲିକ । 

ଏନସିପି ନେତା ମଲିକ ପିଟିଆଇକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁଭଳି ମୋ ନାଁ ଦାଉଦ ସହ ଯୋଡ଼ାଯାଉଛି, ମୋତେ ଆତଙ୍କବାଦୀ ବୋଲି କହିବାକୁ ଚେଷ୍ଟା କରାଯାଉଛି । ଯେତେବଡ଼ ସାମ୍ବାଦିକ କିମ୍ବା ମିଡିଆ ହାଉସ୍‌ ହେଉ, ସମସ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିର ନେତା ନଓ୍ବାବ ମଲିକ ଆହୁରି କହିଛନ୍ତି, ମୋ ଛବି ଖରାପ କରୁଥିବା ଲୋକଙ୍କ ବିରୋଧରେ ମାନହାନୀ ମକୋଦ୍ଦମା କରିବି । ସେମାନଙ୍କୁ ବୁଝିବାକୁ ପଡ଼ିବ ଯେ, ମୁଁ କାର୍ଯ୍ୟାନୁଷ୍ଠାନ ନେବି ।  

ସେପଟେ ଅଜିତ ପାଓ୍ବାରଙ୍କ ଏନସିପି ଆଗାମୀ ବିଧାନସଭା ନିର୍ବାଚନ ଲାଗି ନଓ୍ବାବ ମଲିକଙ୍କୁ ମାନଖୁର୍ଦ ଶିବାଜୀ ନଗରରୁ ଟିକେଟ ଦେଇଛି ।  ନଓ୍ବାବ ମଲିକଙ୍କ ନାଁ ଉପରେ ଶେଷ ମୁହୂର୍ତ୍ତରେ ମୋହର ଲାଗିଥିଲା । ପ୍ରଥମେ ତାଙ୍କୁ ଦଳ ପକ୍ଷରୁ ଏବି ଫର୍ମ ମିଳିନଥିବାରୁ ସେ ସ୍ବାଧୀନ ପ୍ରାର୍ଥୀ ଭାବରେ ନାମାଙ୍କନ ଭରିଥିଲେ । ପରେ ତାଙ୍କୁ ଦଳ ପକ୍ଷରୁ ଏବି ଫର୍ମ ମିଳିବାରୁ ସେ ଏବେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ, ୨୦୨୨ରେ ରାଜ୍ୟର ବରିଷ୍ଠ ନେତା ନଓ୍ବାବ ମଲିକଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କରିଥିଲା ।  ସେ ଏବେ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଜାମିନ ପାଇ ବାହାରେ ଅଛନ୍ତି । 

  • Maharastra
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.