ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସୁପର-୮: ଗ୍ରୁପ୍ ୨ରେ ଦକ୍ଷିଣ ଆଫ୍ରିକା- ଇଂଲଣ୍ଡ ମଧ୍ୟରେ ଲଢ଼େଇ, ବିଜୟ ଲକ୍ଷ୍ୟରେ ଉଭୟ ଟିମ୍

ଗ୍ରସ ଆଇଲେଟ୍‌,୨୧/୦୬: ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ଏକ ବହୁ ପ୍ରତିକ୍ଷୀତ ମୁକାବିଲା ଖେଳାଯିବ । ଗ୍ରୁପ୍‌-୨ର ଦୁଇ ଶକ୍ତିଶାଳୀ ଦଳ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମୁକାବିଲା ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇବେ। ଡାରେନ ସାମି ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡ଼ିୟମ୍‌(ସେଣ୍ଟ  ଲୁସିଆ)ରେ ଏହି ମ୍ୟାଚ୍‌ ଖେଳାଯିବ ।  

ଦକ୍ଷିଣ ଆଫ୍ରିକା ଲିଗ୍‌ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଜିତିବା ସହ ସୁପର-୮ରେ  ୟୁଏସଏକୁ ହରାଇ ସାରିଛି । ଇଂଲଣ୍ଡ ଲିଗ୍‌ ପର୍ଯ୍ୟାୟରେ ସଂଘର୍ଷ କରିଥିଲା । ମାତ୍ର  ସୁପର-୮ରେ ଦମ୍‌ଦାର ପ୍ରଦର୍ଶନ କରି  ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ସାରିଛି । ଫଳରେ ଶୁକ୍ରବାର ମ୍ୟାଚ୍‌ ଦର୍ଶକଙ୍କ ଉତ୍କଣ୍ଠା ବଢାଇ ଦେଇଛି । 

ଉଭୟ ଦଳର  ବ୍ୟାଟିଂ ବିଭାଗ ବେଶ୍‌  ଶକ୍ତିଶାଳୀ । ତେଣୁ ବୋଲରମାନେ ମ୍ୟାଚ୍‌ର ଫଳାଫଳ ନିର୍ଦ୍ଧାରଣ କରିବେ । ଯେଉଁ ଦଳ  ଶ୍ରେଷ୍ଠ ବୋଲିଂ କରିବ, ସେହି ଦଳ ବିଜୟୀ  ହେବ । ଉଭୟ ଦଳର ବୋଲିଂ ବିଭାଗ ମଧ୍ୟ  ବେଶ୍‌ ସନ୍ତୁଳିତ । ଦକ୍ଷିଣ ଆଫ୍ରିକା ବୋଲିଂ  ବିଭାଗରେ ବିଭିନ୍ନତା ରହିଛି । ଇଂଲଣ୍ଡ  ମୁଖ୍ୟତଃ ଜୋଫ୍ରା ଆର୍ଚରଙ୍କ ଉପରେ ନିର୍ଭର  କରିବ । ଉଭୟ ଦଳ ଏକାଦଶ  ଅପରିବର୍ତ୍ତିତ ରଖିବା ଆଶା କରାଯାଉଛି । 

ଗ୍ରସ ଆଇଲେଟ୍‌ ପିଚ୍‌ ବ୍ୟାଟିଂ ପାଇଁ  ଅନୁକୂଳ ରହିବ । ଇଂଲଣ୍ଡ ଓ ୱେଷ୍ଟ  ଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ  ମୋଟ୍‌ ୩୬୧ ରନସଂଗୃହୀତ ହୋଇଥିଲା । ଦ୍ୱିତୀୟରେ ବ୍ୟାଟିଂ କରି ଇଂଲଣ୍ଡ  ଜିତିଥିଲା । ମାତ୍ର ଦିନ  ବେଳା ମ୍ୟାଚ୍‌ ରହିଥିବାରୁ ଟସ୍‌ ଉପରେ  ମଧ୍ୟ ଉଭୟ ଦଳ ନିର୍ଭର କରିପାରନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.