ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ମନ ମୋହୁଛି ବିଚଲ ରାଗିଣୀ ମଗରକୁଣ୍ଡ ଝରଣା ପାଣିର ଜଳେଶ୍ଵର ପୀଠ

Published By : Prameya | October 26, 2024 8:22 PM

ମାଲକାନଗିରି, ୨୬/୧୦ : ବଣ ପାହାଡ଼ ଘେରା ମାଲକାନଗିରି ଜିଲ୍ଲାର ଚତୁପାର୍ଶ୍ଵରେ ଘେରି ରହିଛି ସୁ ଉଚ୍ଚପର୍ବତ ଘଞ୍ଚ ଜଙ୍ଗଲ  ପାହାଡି ଝରଣାର କୁଳୁ କୁଳୁ ରାଗିଣୀ ସାଙ୍ଗ କୁ ବିଭିନ୍ନ ପ୍ରାକୃତିକ ଓ ଐତିହାସିକ ପୁରାଣ କିମ୍ବଦନ୍ତୀର ପର୍ଯ୍ୟଟନ ସ୍ଥଳୀ ଏବଂ ଦେଵା ଦେବୀ ପୀଠ।

ସେଥି ମଧ୍ୟରୁ ଶୁଳିଆ ପାହାଡ଼ ଘେରରେ ଥିବା ନବ ଜୋର୍ତି ଲିଙ୍ଗ ମିଳିଥିବା ବିଚଲ ରାଗିଣୀ ମଙ୍ଗରକୁଣ୍ଡ ଝରଣା ପାଣି ଭିତରେ ଥିବା ଜଳେଶ୍ଵର ପୀଠ।ଏହି ପୀଠ ଟି ଏବେ ପର୍ଯ୍ୟଟକ ଓ ଶିବ ଭକ୍ତ ଙ୍କ ମନ ମୋହୁଛି। ଏହା ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ   ଦୃଷ୍ଟି ଅଡୁଆଳରେ ରହିଥିଲେ ମଧ୍ୟ ଏହି ପୀଠକୁ ପ୍ରତିଦିନ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ   ଭକ୍ତ ଓ ପର୍ଯ୍ୟଟକ ଆସିଥାନ୍ତି, । 

ଏହି ପୀଠଟି ମାଲକାନଗିରି ବାଲିମେଳା ମୁଖ୍ୟରାସ୍ତା କୋରକୁଣ୍ଡା ବ୍ଲକ ସ୍ଥ ଟେକଗୁଡା   ସାହି ନିକଟରେ ଥିବା ସୁଳିଆ ପାହାଡ଼ କୋରଡ ଦେଇ ବୋହି ଆସିଥିବା ଝରଣା ପାଣି ଭିତରେ କେଉଁ ଆବାହନ କାଳରୁ ବିଚଲରା଼ଙ୍ଗିଣୀ ମଙ୍ଗରକୁଣ୍ଡ ଜଳେଶ୍ଵର ପୀଠ ରହିଛି। ଏହି ଝରଣା ରୁ ୯ଟି ଜୋର୍ତିଲିଙ୍ଗ ମିଳିଥିବାରୁ ଏହାକୁ ମହାନ ଶୈବ ପୀଠ ଭାବେ ୫୨ ଖଣ୍ଡଗ୍ରାମର ଲୋକେ ପୂଜିଥାନ୍ତି।

ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର କିମ୍ବ ଦନ୍ତି ସମ୍ପର୍କରେ ଟେକଗୁଡା ଗ୍ରାମର ବୃଦ୍ଧ ଧୋବୁଲ ମୁଦୁଲି ଓ ଆଦିବାସୀ ନେତା ଘେନୁ ମୁଦୁଲି କୁହନ୍ତି. ପୁରାଣ କିମ୍ବଦନ୍ତି ଅନୁସାରେ ସୁଳିଆ ପର୍ବତ ଏହି ପୀଠ ଟିକୁ ଘେରି ରହିଛି । ସୁଦୂର କଣ୍ଟାମାଡି ମହୁପଦର ପର୍ବତ ରୁ ଏହି ଝରଣା ଟି ଟେକଗୁଡା ବିଚଲ ରଙ୍ଗିଣୀ ମଂଗରକୁଣ୍ଡ ଦେଇ ଗୁଡ଼ୁମପଦର, ରଙ୍ଗିଣୀ ଗୁଡା ହୋଇ ପବିତ୍ର ତମସା ନଦୀରେ ମିଶିଛି। 

କୋରକୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ଡାକ୍ତର    ଆଚାର୍ଯ୍ୟ ସୂର୍ଯ୍ୟକାନ୍ତ ପାଟ ଯୋଶୀ ଜଣେ ଶିବ ଭକ୍ତ ଓ ଧାର୍ମିକ ସମାଜ ସେବୀ ଥିବାରୁ ତାଙ୍କୁ ସମସ୍ତେ ଭଗବାନ ଡାକ୍ତର ଭାବେ ଡାକନ୍ତି। ଗତ ୨୦୦୫ ମସିହାରେ ତାଙ୍କୁ ସ୍ୱପ୍ନାକୃତ ହେଲା ବିଚଲରଙ୍ଗିଣୀ ମଂଗର କୁଣ୍ଡ ଝରଣା ରେ ଶିବଙ୍କ ଜୋର୍ତି ଲିଙ୍ଗ ବୁଡି ରହିଛି। ସେ ଏ ସମ୍ପର୍କ ରେ ଗ୍ରାମ ବାସୀ ମାନଙ୍କୁ କହିଥିଲେ, ଗ୍ରାମବାସୀଙ୍କ ସହିତ ଡାକ୍ତର ସେ ଝରଣାକୁ ଯାଇ ପାଣିରେ ଖୋଜିବାରୁ ବୃହତ ବୃହତ ୯ଟି ଶିବ ଲିଙ୍ଗ ମିଳିଥିଲା। ଝରଣା ମଝିରୁ ମିଳିଥିବା ଜୋର୍ତି ଲିଙ୍ଗଟିକୁ ସେହି ଝରଣା ପାଣିର ମଝିରେ ପ୍ରତିଷ୍ଠା କରି ଜଳେଶ୍ଵର ମହାଦେବରେ ପୂଜା ଆରମ୍ଭ କଲେ। ଅନ୍ୟ ଲିଙ୍ଗ ଗୁଡିକୁ ଟେକଗୁଡାରେ ଥିବା ଵନବାସୀ ସେବାଶ୍ରମ, ଡୁଟେଲଗୁଡା, କଣ୍ଟା ମାଢି, ବାଲ କାଟି, ଗଙ୍ଗଳାଗୁଡା, ପୋ ଟ୍ରେଲ ଗ୍ରାମ ଗୁଡିକରେ ମନ୍ଦିର କରି ପ୍ରତିଷ୍ଠା କରାଗଲା । 

ଏହି ଝରଣାରେ ଅନେକ ବର୍ଷ ତଳେ  ମଗର (କୁମ୍ଭୀର ) ରହୁଥିବାରୁ ଝରଣା ମଝିକୁ ମଙ୍ଗରକୁଣ୍ଡ ବୋଲି ଲୋକେ ନାମ ଦେଇଛନ୍ତି। ଏହି ଝରଣାଟିରେ ମସୃଣ ଖସଡ଼ା ପଥର ଥିବାରୁ ଆଦିବାସୀ ଭାଷାରେ ବିଚଲରଙ୍ଗିଣୀ ବୋଲି ରହିଛି। ଏଠାରେ ପ୍ରତିବର୍ଷ ଧୁମଧାମରେ ଶିବରାତ୍ର ପାଳନ କରାଯାଇଥାଏ, ନୂଆ ବର୍ଷାରେ  ବିଭିନ୍ନ ସ୍ଥାନ ରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସି ବଣଭୋଜୀର ମଜା ନେଇଥାନ୍ତି । ଏହି ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀଟିକୁ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ସୁ ଦୃଷ୍ଟି ଦେଇ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଵା ସହିତ ଏହିପୀଠ ର ଉନ୍ନତି କରିବା ପାଇଁ ଟେକ ଗୁଡା ଗ୍ରାମର ଯୁବକ କୁମର ଯାନୀ, ପୂର୍ଣ୍ଣିମୁଦୁଲି, ମଙ୍ଗଳା ହଳବା, ବୁଟି ହଳବା, ଶ୍ୟାମସୁନ୍ଦର ମୁଦୁଲି, ରାଜ କବାସୀ, ଶୁଷେନ ମଣ୍ଡଳ, ଜଗା ମାଢି ପ୍ରମୁଖ ଦାବି କରୁଛନ୍ତି। ଏହା ବ୍ୟତିତ ଚଳିତ ବର୍ଷ ଜିଲ୍ଲା ଲୋକଉତ୍ସବ ମାଲ୍ୟବନ୍ତ ମହୋତ୍ସବର ଶୁଭ କଳସ ଜଳ ସଂଗ୍ରହ କରା ଯାଇ ଏହି ପୀଠ ରୁ କଳସଯାତ୍ରା ଆରମ୍ଭ କରିବା  ପାଇଁ ଆଦିବାସୀ ନେତା ଘେନୁମଦୁଲି ଓ ବିଭିନ୍ନ ଆଦିବାସୀ ଗ୍ରାମର ଲୋକେ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.