କଟକ,୨୪।୭(ବ୍ୟୁରୋ) : ଲାଞ୍ଚ କାରବାର ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଇଡି ଅଧିକାରୀ ଚିନ୍ତନ ରଘୁବଂଶୀଙ୍କୁ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଛନ୍ତି। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ବୁଧବାର ଏହି ମାମଲା ର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରି ଚିନ୍ତନ ରଘୁବଂଶୀଙ୍କୁ ଜାମିନ ପ୍ରଦାନ କରିଥିଲେ। ହାଇକୋର୍ଟ କେତେକ ସର୍ତ୍ତ ଧାର୍ଯ୍ୟ କରି ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲାବେଳେ ଇଡି ଅଧିକାରୀ ଶ୍ରୀ ରଘୁବଂଶୀଙ୍କୁ ଗତ ମେ’ ୩୦ତାରିଖରେ ସିବିଆଇ ଗିରଫ କରିଥିଲା । ଏହି ଘଟଣାରେ ନିୟମିତ ଜାମିନ୍ ଆବେଦନ କରି ଶ୍ରୀ ରଘୁବଂଶୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।