ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

କାଳବୈଶାଖୀରେ ଉଚ୍ଚ ବିଦ୍ୟାଳୟର ଛପର ଉଡ଼ିଲା

Published By : Prameya | May 16, 2025 8:04 PM

ମହାବିରୋଡ଼,୧୬/୫ : କଙ୍କଡାହାଡ଼ ବ୍ଲକ ଅଞ୍ଚଳରେ କାଳ ବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶୀପୁର ପଞ୍ଚାୟତ ଅନ୍ତର୍ଗତ ଗୁରୁଜାଙ୍ଗୁଲିସ୍ଥିତ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଛପର ଉଡ଼ି ଯାଇଛି । ଶୁକ୍ରବାର ଅପରାହ୍ନ ୩ଟା ୩୦ପାଖାପାଖି କାଳବୈଶାଖୀ ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ଗୋଟିଏ କୋଠରୀର ଛପର ଉଡ଼ିଯାଇଥିଲା। ଗତ ବର୍ଷ ଏହି ଶ୍ରେଣୀ ଗୃହ ମରାମତି ନାଁରେ ଲକ୍ଷାଧିକ ଟଙ୍କା ବ୍ୟୟ ହୋଇଥିଲା ହେଲେ, ଠିକାଦାର ନିମ୍ନମାନର କାମ କରି ଆଜବେଷ୍ଟକୁ ଠିକରେ କ୍ଲାମ୍ପ ନ କରି କେବଳ ଛପର କରିଥିବା କାରଣରୁ ଉଡ଼ିଯାଇ ଥିବା ଅଭିଯୋଗ ହୋଇଛି । ଏଠାରେ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।

ସେହିପରି କାଳ ବୈଶାଖୀରେ ଗଛ ଭାଙ୍ଗି ଦଶୀପୁର-ଭାଲୁମୁଣ୍ଡା ରାସ୍ତା ଅବରୋଧ ହୋଇଛି। ଦଶିପୁର-ଭାଲୁମୁଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ସିଧାସଳଖ ଗଡ଼ପଳାଶୁଣି ଓ କଙ୍କଡାହାଡ଼ ସହିତ ସିଧାସଳଖ ସଂଯୋଗ ଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ଖବରପାଇ ଉଭୟ ଗାଁର ଯୁବକମାନେ ରାସ୍ତାରେ ପଡିଥିବା ଗଛ କାଟି ହଟାଇବା ପାଇଁ ଲାଗିଛନ୍ତି । ସେହିପରି ଦଶୀପୁର ଗ୍ରାମ ବସଷ୍ଟାଣ୍ଡ ପାଖରେ ଥିବା ଗଛ ଭାଙ୍ଗି ପଡିଥିବା ଜଣା ପଡ଼ିଛି। ଦଶୀପୁର-କୁସୁମୁଣ୍ଡିଆ ରାସ୍ତାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.