ପ୍ରମୂଖ ଖବର
  • ଗଞ୍ଜାମ : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସବ୍‌ରେଜିଷ୍ଟର୍‌, ୨ଟି ସ୍ଥାନରେ ଏକକାଳୀନ ଚଢାଉ
  • ||
  • ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌
  • ||
  • ବିଶ୍ୱ ବଜାର ଉପରେ ଶୁଳ୍କ ଯୁଦ୍ଧ ପ୍ରଭାବ, ୪ ମାସରେ ୧ ଟ୍ରିଲିୟନ ଡଲାର ସ୍ୱାହା
  • ||
  • ମାଲକାନଗିରି : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୧୭ ମାଓବାଦୀଙ୍କ ଆତ୍ମସମର୍ପଣ
  • ||
  • କୋରାପୁଟ : ବେଆଇନ୍‌ ମଦ ଭାଟିରେ ଅବକାରୀ ଚଢ଼ାଉ: ବିପୁଳ ପରିମାଣର ଦେଶୀ ମଦ ଜବତ, ବ୍ୟବସାୟୀ ଚମ୍ପଟ
  • ||
  • ମାଲକାନଗିରି : ବନ୍ଧୁ ମିଳନରେ ଜମିଲା ଭୋଜି ଭାତର ଆସର, ବିଷାକ୍ତ ଛତୁ ଏବଂ ପନିର୍ ଖାଇ ୨୨ ଅସୁସ୍ଥ
  • ||
  • ମହିଳା ପ୍ରିମିୟର ଲିଗ୍‌ ୨୦୨୫: ଫାଇନାଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ, ଶନିବାର ହେବ ଟକ୍କର
  • ||
  • କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ବସ୍: ୭ ଆହତ, ଜଣେ ଗୁରୁତର
  • ||
  • କାନାଡାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମାର୍କ କାର୍ଣ୍ଣି
  • ||
  • ସାଲିଆସାହିରେ ଚାଲିଥିଲା ବେଆଇନ୍‌ ଦେଶୀ ମଦ କାରବାର, ଚଢାଉ କଲା ଅବକାରୀ ବିଭାଗ, ୮ ଗିରଫ
  • ||
  • ରାଜଧାନୀ ଉପକଣ୍ଠରେ ରକ୍ତର ହୋଲି ଖେଳିଲେ ଆକ୍ରମଣକାରୀ: ଖଣ୍ଡାଚୋଟରେ ଯୁବକ ମୃତ, ମା, ସାଙ୍ଗ ଗୁରୁତର
  • ||
  • ଭୁବନେଶ୍ୱର : ସୂର୍ଯ୍ୟନଗରରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି, ରତ୍ନ ସିଂହାସନ ଶ୍ରୀବିଗ୍ରହଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ
  • ||
  • ଦୋଳ, ହୋଲିରେ ନାକେଦମ କରିବ ଗରମ, ୧୭ ଯାଏ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରକୋପ; ଆଜି ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ରାଜଧାନୀରେ ମାତାଲ ଯୁବତୀଙ୍କ ହାଇଡ୍ରାମା, ୨ ଘଣ୍ଟା ନାକେଦମ୍‌ ହେଲେ ହର୍‌ ଟିମ୍‌

Published By : Harapriya Sethi | March 14, 2025 12:05 PM

ଭୁବନେଶ୍ୱର,୧୪/୦୩: ରାଜଧାନୀରେ ମାତାଲ ଯୁବତୀଙ୍କ ଉତ୍ପାତ । ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ କାଣ୍ଡ କରି ଚାଲିଛନ୍ତି ଯୁବତୀ । ନିଶାଶକ୍ତ ଅବସ୍ଥାରେ ଲୋକଙ୍କୁ କଲେ ଗାଳି ଗୁଲଜ । ଉଦ୍ଧାର କରିବାକୁ ଆସିଥିବା ପୋଲିସ ଏବଂ କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ କଲେ ନାକେଦମ୍‌ । ପିସିଆର୍ ଭ୍ୟାନରେ ନେଲା ବେଳେ ଗାଡ଼ିକୁ ମାରିଲେ ଗୋଇଠା ବିଧା । ଦୀର୍ଘ ୨ ଘଣ୍ଟା ପରେ ଯୁବତୀଙ୍କୁ କଣ୍ଟ୍ରୋଲ କଲା ହର୍‌ ଟିମ୍‌ । ଗତ ଦୁଇ ମାସ ତଳେ ଏହିଭଳି ଭାବେ ନିଶାସକ୍ତ ହୋଇ ମହିଳା ପୋଲିସ କର୍ମୀଙ୍କୁ କରିଥିଲେ ଆକ୍ରମଣ । ସେଥିଲାଗି ଯୁବତୀଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଆଗରୁ ମାମଲା ରହିଛି ।

ଏହି ଖବରଟିକୁ ପଢନ୍ତୁ- ନିଶାରେ ଚୁର୍‌ ଯୁବତୀ କଲେ ହଙ୍ଗାମା, ଛାଡ଼ି ପଳାଇଲେ ବୟଫ୍ରେଣ୍ଡ୍‌... 

ସୂଚନା ମୁତାବକ, ଗୋଟିଏ ମାମଲା ରଫା ଦଫା ନହେଉଣୁ ପୁଣି ଉତ୍ପାତ ହେଲେ ମାତାଲ ଯୁବତୀ । ଗତ ଦୁଇମାସ ତଳେ ନିଶାସକ୍ତ ଅବସ୍ଥାରେ ଜଣେ ପୋଲିସ କର୍ମଚାରୀଙ୍କ ଆକ୍ରମଣ କରି ତାଙ୍କ ମୁଣ୍ଡ ଫଟାଇ ଦେଇଥିଲେ । ଯୁବତୀଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଏହି ଘଟଣାର କିଛି ମାସ ଭିତରେ ପୁଣି ରାଜଧାନୀରେ ମଦ ପିଇ ରାସ୍ତାରେ ଉତ୍ପାତ ହେଲେ ଯୁବତୀ । ନିଶାସକ୍ତ ଅବସ୍ଥାରେ ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଖବର ପାଇ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା । ହେଲେ ପିସିଆର୍ ଭ୍ୟାନରେ ନେବାବେଳେ ଗାଡ଼ିକୁ ଗୋଇଠା ବିଧା ମାରିଥିଲେ ଯୁବତୀ । ପୋଲିସକୁ ନାକେଦମ୍‌ କରିବା ପରେ ପଡ଼ିଲା ଡାକ୍ତରଙ୍କ ପାଳି । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଡାକ୍ତରଙ୍କୁ ମଧ୍ୟ ଛାଡ଼ି ନଥିଲେ ମାତାଲ ଯୁବତୀ । ଏପରିକି ହର୍‌ ଟିମ୍‌ର  ଦୁଇଜଣ ଯୁବତୀ ମଧ୍ୟ ତାଙ୍କୁ କଣ୍ଟ୍ରୋଲ କରି ପାରିନଥିଲେ । ହସ୍ପିଟାଲରେ ଉତ୍ପାତ ହୋଇ ଗାଳି ଗୁଲଜ କରିଥିଲେ । ଦୀର୍ଘ ୨ ଘଣ୍ଟା ପରେ ଯୁବତୀଙ୍କୁ କାବୁ କରିବାରେ ପୋଲିସ ସଫଳ ହୋଇଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.