ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଓଲା ଇଲେକ୍ଟ୍ରିକ୍‌ର ମୁସ୍କିଲ ବଢିବାରେ ଲାଗିଛି , ପ୍ରମାଣପତ୍ର ଏଜେନ୍ସିକୁ ଅଭିଯୋଗର ଯାଞ୍ଚ କରାଇବାକୁ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭବିଶ ଅଗ୍ରୱାଲଙ୍କର ଓଲା ଇଲେକ୍ଟ୍ରିକ୍‌କୁ ଏହି ସପ୍ତାହର ଆରମ୍ଭରେ କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ (ସିସିପିଏ)ରୁ କାରଣ ଦର୍ଶାଅ ନୋଟିସ୍‌ ମିଳିଛି। ଇଲେକ୍ଟ୍ରିକ୍‌ ଗାଡିର (ଇଭି) ନିର୍ମାତା ଏବେ ଭାରତ ସରକାରଙ୍କର ଯାଞ୍ଚର ପରିସରକୁ ଆସିଛନ୍ତି। କାରଣ ଭାରୀ ଶିଳ୍ପ ମନ୍ତ୍ରଣାଳୟ (ଏମଏଚଆଇ) ଅଟୋମେଟିଭ୍‌ ରିସର୍ଚ୍ଚ ଆସୋସିଏସନ ଅଫ୍‌ ଇଣ୍ଡିଆ (ଏଆରଏଆଇ)କୁ ଓଲା ଇଲେକ୍ଟ୍ରିକ୍ ବିରୋଧରେ ଉପଭୋକ୍ତା ଅଭିଯୋଗ ବିଷୟରେ ବିସ୍ତୃତ ସୂଚନା ଦେବାର ନିର୍ଦ୍ଦେଶ ଦେଇଛି। ପିଟିଆଇ ସୂତ୍ରରୁ ଏହି ସୂଚନା ମିଳିଛି।

ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ୍‌ର ତଥ୍ୟରୁ ଜଣାପଡ଼ିଛି ଯେ, ତାକୁ ୧ ସେପ୍ଟେମ୍ୱର, ୨୦୨୩ ରୁ ୩୦ ଅଗଷ୍ଟ, ୨୦୨୪ ଯାଏ ଓଲା ଇ-ସ୍କୁଟର ବିରୋଧରେ ୧୦,୬୪୪ଟି ଅଭିଯୋଗ ମିଳିଛି। ଏଥିରୁ ୩,୩୮୯ଟି ଅଭିଯୋଗ ସର୍ଭିସ୍‌ରେ ବିଳମ୍ୱ ସମ୍ୱନ୍ଧିତ, ୧୮୯୯ ନୂଆ ଗାଡ଼ିର ଡେଲିଭରୀରେ ବିଳମ୍ୱ ସଂପର୍କିତ ରହିଛି ଏବଂ ୧,୪୫୯ ପ୍ରତିଶ୍ରୁତି ପୂରା କରା ନଯିବା ସେବା ସହ ସମ୍ୱନ୍ଧିତ। 

ଓଲା ଇଲେକ୍ଟ୍ରିକ୍‌ FAME II (ଫେମ୍‌-୨) ଓ PM E-DRIVE ( ପିଏମ୍‌ ଇ-ଡ୍ରାଇଭ ) ଯୋଜନା ଗୁଡ଼ିକର ଲାଭାର୍ଥି। ଏହାର ପାତ୍ରତା ପ୍ରମାଣପତ୍ର ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣ ଅନୁସାରେ, ପ୍ରମାଣପତ୍ର ଓ ପରୀକ୍ଷଣ ଏଜେନ୍ସି  ARAI ଦ୍ୱାରା ପ୍ରଦାନ କରାଯାଇଛି । 

FAME II (ଫେମ୍‌-୨) ଓ PM E-DRIVE ( ପିଏମ୍‌ ଇ-ଡ୍ରାଇଭ ) ଯୋଜନା ଗୁଡ଼ିକ ଅନୁସାରେ, ଓଲା ଇଲେକ୍ଟ୍ରିକ୍‌ ଭଳି ମୂଳ ଉପକରଣ ନିର୍ମାତାଙ୍କୁ ( ଓଇଏମ) ଗ୍ରାହକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ସର୍ଭିସ ସେଣ୍ଟର ଗଠନ କରିବାର ଆବଶ୍ୟକତା ହୋଇଥାଏ । ଏହା ବ୍ୟତୀତ , ସବୁ ଓଇଏମ୍‌କୁ ଏହି ଯୋଜନାର ପାର୍ଟ ଭାବେ ୱାରେଣ୍ଟି ଦେବା ଜରୁରୀ । 

ଟେଷ୍ଟିଂ ସେଣ୍ଟରକୁ ପଠାଯାଇଥିବା ମନ୍ତ୍ରଣାଳୟର ଚିଠିରେ କୁହାଯାଇଛି , ଓଲା ଇଲେକ୍ଟ୍ରିକ୍‌ ଏହି ଯୋଜନା ଅନୁସାରେ ଲାଭାର୍ଥି, ଯାହାର FAME II ଓ PM E-DRIVE ଅନୁସାରେ, ପାତ୍ରତା ମାନଦଣ୍ଡ ଏଆରଏଆଇ ଦ୍ୱାରା ଜାରି କରାଯାଇଛି। ଏଥିପାଇଁ , ଆପଣଙ୍କୁ ଏହି ମାମଲାରେ ଏମଏଚଆଇକୁ ଖୁବ୍‌ ଶୀଘ୍ର ନିଜର ଟିପ୍ପଣୀ ଦେବାକୁ ହେବ।

ଉଲ୍ଲେଖନୀୟ ଯେ , ଚଳିତ ସପ୍ତାହର ଆରମ୍ଭରେ , ୭ ଅକ୍ଟୋବରରେ , କେନ୍ଦ୍ରୀୟ ଉପଭୋକ୍ତା ସଂରକ୍ଷଣ ପ୍ରାଧିକରଣ ଉପଭୋକ୍ତା ଅଧିକାରୀର କଥିତ ଉଲ୍ଲଂଘନ , ଭ୍ରମାତ୍ମକ ବିଜ୍ଞାପନ ଓ ଅନୁଚିତ ଟ୍ରେଡ୍‌ ପ୍ରାକ୍ଟିସେସ୍‌  ପାଇଁ ଓଲା ଇଲେକ୍ଟ୍ରିକ୍‌କୁ କାରଣ ଦର୍ଶାଇ ନୋଟିସ୍ ଜାରି କରିଛି। ନୋଟିସ୍‌ ମୁତାବିକ, ଭବିଶ ଅଗ୍ରୱାଲଙ୍କ ଦ୍ୱାରା ପରିଚାଳିତ ଇଭି କମ୍ପାନୀକୁ ନୋଟିସ ପାଇବାର ୧୫ ଦିନ ଭିତରେ ଜବାବ ଦେବା ଜରୁରି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.