ଆଠଗଡ଼,୨୩/୦୧: ମଙ୍ଗୁଳି ଠାରୁ ଖୁଣ୍ଟୁଣୀ ଦେଇ ସମ୍ବଲପୁରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥରେ ଘନ କୁହୁଡ଼ି ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେପଟେ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଶେଷ ହୋଇ ନଥିବା ବେଳେ କେଉଁଠି ରାସ୍ତା ଖୋଳା ଯାଇଛି ଏବଂ କେଉଁଠି ପୋଲ ଉପରକୁ ଯିବାପାଇଁ ରାସ୍ତା କରାଯାଇଛି ତାହା ଜଣାପଡ଼ୁନାହିଁ । ଯାହା ଫଳରେ ଯାନବାହନ ଯାହାୟତରେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ଘନ କୁହୁଡ଼ି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି । ରାସ୍ତାରେ ଗାଡ଼ି ଚଳାଇବା ବେଳେ କିଛି ବି ଦୃଶ୍ୟମାନ ହେଉନାହିଁ । ଏହି କାରଣରୁ ଦୁର୍ଘଟଣା ହେବାର ସମ୍ଭାବନା ମଧ୍ୟ ବଢିଛି । ଯହା ଜନସାଝାରଣ ପାଇଁ ତଚିନ୍ତାର ବିଷୟ ପାଲଟିଛି । ସକାଳୁ ପିଲାମାନେ ସ୍କୁଲ ଯିବାରେ ଅସୁବିଧା ଭୋଗୁଛନ୍ତି । ସକାଳୁ ଙନ କୁହୁଡ଼ିରେ ଲୋକେ ନିଜ ନିଜର କର୍ମକ୍ଷେତ୍ରକୁ ଯାଇ ପାରୁ ନାହାନ୍ତି ।