ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଆପଣ ବି ଜିରା ପାଣି ପିଉଛନ୍ତି କି ? ମିଳିବ ଏହି ସବୁ ଫାଇଦା

ଜିରା ପ୍ରତ୍ୟେକ ରୋଷେଇ ଘରେ ବ୍ୟବହୃତ ହେଉଥିବା ଏକ ସାଧାରଣ ମସଲା। ଡାଲମା ହେଉ କି ତରକାରୀ ସବୁଥିରେ ବ୍ୟବହାର ହୋଇଥାଏ ଜିରା । ହେଲେ ଆପଣ ଜାଣନ୍ତିକି ଏହା କେବଳ ଖାଦ୍ୟରସ୍ବାଦ ବଢାଇ ନ ଥାଏ ସ୍ବସ୍ଥ୍ୟ ପାଇଁ ମଧ୍ୟ ବେଶ ଉପକାରୀ । ଜିରା ଅନେକ ସ୍ବାସ୍ଥ୍ୟପଯୋଗୀ ଗୁଣରେ ଭରପୂର । ଏଥିରେ ଭିଟାମିନ ସି,ଆଣ୍ଟିଅକ୍ସିଡାଣ୍ଟ ରହିଛି। ଯାହା ଆମ ଇମ୍ୟୁନିଟି ସିଷ୍ଟମ ମଜଭୁତ କରି ବିଭିନ୍ନ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ସେହିପରି ହଜମ ପ୍ରକ୍ରିୟା ଉନ୍ନତ କରିବାଠାରୁ ନେଇ ଓଜନ କମାଇବା, ବ୍ଲଡ ସୁଗାର ସ୍ତର ନିୟନ୍ତ୍ରଣ କରିବା ଯାଏ। ତେଣୁ ପ୍ରତିଦିନ ଜିରା ପାଣି ପିଇବା ଫଳରେ ଏହିଭଳି ଅନେକ ଫାଇଦା ମିଳିଥାଏ । ତେବେ ଆସନ୍ତୁ ଜାଣିବା ଜିରା ପାଣି ପିଇବାଦ୍ବାରା କଣ ସବୁ ଫାଇଦା ମିଳିଥାଏ।

ଜିରା ପାଣି ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଏହା ଶରୀର ଖାଦ୍ୟ ହଜମ ସହଜ କରିବା ସହ ଏଥିରୁ ଭଲ ପୋଷକ ତତ୍ତ୍ବ ଅବଶୋଷିତ କରିବାରେ କାମ କରେ । ଗ୍ୟାସ୍ ପାଇଁ ପେଟ ଫୁଲିଲେ କିମ୍ବା ଅସହଜ ଅନୁଭବ କରିଥିଲେ ଜିରା ପାଣି ପିଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ସେହିପରି ଜିରା ପାଣି ମେଟାବୋଲିଜିମ ବୃଦ୍ଧି କରେ, ଯାହା କ୍ୟାଲୋରୀ ବର୍ଣ୍ଣ କରିବାରେ ସାହାଯ୍ୟ କରେ ଓ ଭୋକ ନିୟନ୍ତ୍ରଣ କରେ । ଜିରା ପାଣିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ଏ, ସି, କପର ଓ ମାଙ୍ଗାନିଜ ରହିଛି, ଏହା ଫ୍ୟାଟକୁ ଭାଙ୍ଗି ଓ ଭଲ ବ୍ୟାକ୍ଟେରିଆ ବଢାଇ ଓଜନ କମାଇବାରେ ସାହାଯ୍ୟ କରେ । ତେଣୁ ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଜିରା ପାଣି ଏକ ଭଲ ଘରୋଇ ଉପାୟ ।

ଜିରା ପାଣି ପିଇବା ଦ୍ବାରା ଶରୀରରେ ଖରାପ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହା ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ରକ୍ତ ବାହିକାକୁ ଆରାମ ଦିଏ । ଯାହାର ଅର୍ଥ ହୃଦୟ ଉପରେ ଚାପ କମ୍ ହୁଏ । ଜିରା ପାଣି ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଥିବାରୁ ଏହା ଆପଣଙ୍କ ତ୍ବଚା ଓ କେଶ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏଥିରେ ଥିବା ଭିଟାମିନ ଓ ମିନେରାଲ ତ୍ବଚାରେ ଗ୍ଲୋ ଆଣେ ଓ କେଶ ମଜଭୁତ କରେ । ଏଥିସହ ଏହା ନ୍ୟାଚୁରାଲ ଡିଟକ୍ସିଫାୟର ଭାବେ କାମ କରେ । ସେହିପରି ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଇନସୁଲିନ ସାହାଯ୍ୟ କରେ । ଜିରା ପାଣି ଆପଣଙ୍କ ଶରୀରର କୋଷିକାଗୁଡିକୁ ଇନସୁଲିନ ପ୍ରତି ଅଧିକ ସମ୍ବେଦନଶୀଳ କରେ ଯାହାକି ଭଲ । ଏହା ଆପଣଙ୍କ ବ୍ଲଡ ସୁଗାର ସ୍ଥିର ରଖେ ଏବଂ ଯେପରି ଇନସୁଲିନ ଭଲ ଭାବେ ଉପଯୋଗ ହେବ ସେନେଇ କାର୍ଯ୍ୟ କରେ । ସେହିପରି ଜିରା ପାଣି ଆଇରନରେ ଭରପୂର ଥିବାରୁ ଏନିମିଆ ରୋଗୀଙ୍କ ପାଇଁ ଭଲ । ଏହା ହିମୋଗ୍ଲୋବିନ ଲେବୁଲ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.