ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଭଙ୍ଗ ହୋଇପାରେ ହରିଆଣା ବିଧାନସଭା, ଜରୁରି କ୍ୟାବିନେଟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧/୦୯ : ହରିଆଣାରେ ସେପ୍ଟେମ୍ବର ୧୨ ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଡାକିବା ଓ ବିଧାନସଭା ଭଙ୍ଗ କରିବା ନେଇ ସାମ୍ବିଧାନିକ ସଙ୍କଟ ଭିତରେ ହରିଆଣା ସରକାର ବୁଧବାର ଜରୁରି ମନ୍ତ୍ରିମଣ୍ଡଳର ବୈଠକ ଡାକିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବୈଠକରେ ବିଧାନସଭା ଭଙ୍ଗ କରିବାକୁ ନିଷ୍ପତ୍ତି ନିଆଯିବ । ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ ସାମିଲ ହେବେ । 

ସୂଚନା ଅନୁସାରେ ମଙ୍ଗଳବାର ଏହି ବୈଠକ ବସିବାର ଥିଲା । କିନ୍ତୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ଯୋଗୁ ତାହା ସମ୍ଭବ ହୋଇପାରି ନଥିଲା । ତେଣୁ ମନ୍ତ୍ରିମଣ୍ଡଳ ବୈଠକ ଆଜିକୁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ କେତେବେଳେ ଏହି ବୈଠକ ବସିବ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ବୈଠକରେ ସାମିଲ ହେବାକୁ ମନ୍ତ୍ରୀମାନଙ୍କୁ ଚିଠି କରାଯାଇଛି । କିଛି ମନ୍ତ୍ରୀ ବୈଠକରେ ଉପସ୍ଥିତ ହୋଇପାରିବେ ନାହିଁ ବୋଲି ଦର୍ଶାଇଥିଲା ବେଳେ ସେମାନଙ୍କୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ସାମିଲ ହେବାକୁ ପରାମର୍ଶ ଦିଆଯାଇଛି । ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ ବିଧାନସଭା ଭଙ୍ଗ କରିବା ଜରୁରି ହୋଇପଡିଛି । ସାମ୍ବିଧାନିକ ଦୃଷ୍ଟିରୁ ଶେଷ ଅଧିବେଶନର ୬ମାସ ଭିତରେ ଆଉ ଏକ ଅଧିବେଶନ ବସିବା ବାଧ୍ୟତାମୂଳକ । କିନ୍ତୁ ବିଧାନସଭା ଅଧିବେଶନ ପୂର୍ବରୁ ରାଜ୍ୟରେ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇସାରିଛି । 

ବର୍ତ୍ତମାନ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩ରେ ଶେଷ ହେବ । ୫ମାସ ତଳେ ୨୦୨୪ ମାର୍ଚ୍ଚ ୧୩ ତାରିଖରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ସେହି ଅଧିବେଶନରେ ନାୟବ ସିଂହ ସୈନି ସରକାର ଆସ୍ଥାଭୋଟ ଲୋଡିଥିଲେ । ତେଣୁ ପରବର୍ତ୍ତୀ ବିଧାନସଭାର ଅଧିବେଶନ ଦିନେ ପାଇଁ ହେଉ କିମ୍ବା ଅଧାଦିନ ପାଇଁ ସେପ୍ଟେମ୍ବର ୧୨ ତାରିଖ ପୂର୍ବରୁ ବସିବା ବାଧ୍ୟତାମୂଳକ । ସମ୍ବିଧାନରେ ସ୍ପଷ୍ଟ ଉଳ୍ଲେଖ କରାଯାଇଛି କି ଶେଷ ଅଧିବେଶନ ବସିବା ଓ ପରବର୍ତ୍ତୀ ଅଧିବେଶନ ଆରମ୍ଭ ହେବା ମଧ୍ୟରେ ୬ ମାସର ବ୍ୟବଧାନ ରହିବା କଥା ନୁହେଁ । କିନ୍ତୁ ଗତ କ୍ୟାବିନେଟ ବୈଠକରେ ସରକାରଙ୍କ ପକ୍ଷରୁ ବିଧାନସଭା ଅଧିବେଶନ ଡକାଯିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା । ତେଣୁ ସରକାରଙ୍କ ପାଖରେ ଏକମାତ୍ର ବିକଳ୍ପ ରହିଛି ଯେ ବିଧାନସଭା ଭଙ୍ଗ କରିବା ଲାଗି ରାଜ୍ୟପାଳଙ୍କୁ ସୁପାରିସ କରିବା । 

ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହୋଇଛି । ତାର କାରଣ ହେଉଛି ସରକାର ୬ମାସ ଭିତରେ ବିଧାନସଭା ଅଧିବେଶନ ଡାକିବା କଥା । ଅର୍ଥାତ ସେପ୍ଟେମ୍ବର ୧୨ ପୂର୍ବରୁ ଅଧିବେଶନ ବସିବା ଅନିବାର୍ଯ୍ୟ । ହେଲେ ତାହା ସମ୍ଭବ ହୋଇନଥିଲା । ତେଣୁ କୁହାଯାଉଛି କି ଏହି ସାମ୍ବିଧାନିକ ସଙ୍କଟ ଐତିହାସିକ । କାରଣ ସ୍ୱାଧୀନତା ପରେ ଏଭଳି ସ୍ଥିତି କେବେ ଆସି ନଥିଲା । କରୋନା ମହାମାରୀ ବେଳେ ହରିଆଣାରେ ଏଭଳି ସଙ୍କଟ ଟାଳିବା ଲାଗି ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ୬ମାସ ଭିତରେ ବିଧାନସଭାର ଅଧିବେଶନ ନ ଡାକିବା ଭଳି ଉଦାହରଣ ଦେଶରେ ନାହିଁ । ବର୍ତ୍ତମାନ ସରକାରଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି । ଗୋଟିଏ ହେଉଛି ବିଧାନସଭା ଅଧିବେଶନ ଡାକିବା । ଦିନେ ନ ହେଲେ ବି ୧ ଘଣ୍ଟା ପାଇଁ ମଧ୍ୟ ଡାକିବାକୁ ପଡିବ । ଦ୍ୱିତୀୟ ବିକଳ୍ପ ହେଲା ବିଧାନସଭା ଭଙ୍ଗ କରିବା ଲାଗି ରାଜ୍ୟ ସରକାର ରାଜ୍ୟପାଳଙ୍କୁ ସୁପାରିସ କରିବା । ବିଧାନସଭା ଭଙ୍ଗ ହେଲେ ସରକାରର ପତନ ଘଟିବ ଏବଂ ରାଜ୍ୟପାଳଙ୍କ ନିର୍ଦ୍ଦେଶରେ ନାୟବ ସିଂହ ସୈନ୍ୟ ରାଜ୍ୟରେ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.