ପ୍ରମୂଖ ଖବର
  • ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ
  • ||
  • ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ, ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଭୁବନେଶ୍ୱରରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଗଛ, ଦିନ ହେଲା ରାତି
  • ||
  • ଭଦ୍ରକ : ଡିଜେ ଗାଡ଼ିରେ କରେଣ୍ଟ ଲାଗି ଜୀବନ ହାରିଥିଲେ ୨ ଜଣ, ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ତେଲେଙ୍ଗାନାରେ ଚାଞ୍ଚଲ୍ୟ; ପାରିବାରିକ କଳହର କରୁଣ ପରିଣତି, ଦୁଇ ପିଲାଙ୍କ ଗଳା କାଟି ମା'ର ଆତ୍ମହତ୍ୟା
  • ||
  • ଗୁଡ୍‌ ଫ୍ରାଇଡେ : ଖ୍ରୀଷ୍ଟ ଧର୍ମାବଲମ୍ବୀ ପାଇଁ ପବିତ୍ର ଦିନ, ଚର୍ଚ୍ଚରେ ସାମୂହିକ ପ୍ରାର୍ଥନା କରି ଯୀଶୁଙ୍କୁ ସ୍ମରଣ
  • ||
  • ନୂଆ ଗ୍ରହରେ ଜୀବସତ୍ତାର ମିଳିଛି ପ୍ରମାଣ, ‘କେ୨-୧୮ବି’ରେ ଜୀବନ ସହ ସଂଶ୍ଳିଷ୍ଟ ଅଣୁ ଚିହ୍ନଟ
  • ||
  • ଉତ୍ତର ଚିଲିରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • IPL 2025: ଆଜି ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ଭେଟିବ ପଞ୍ଜାବ କିଙ୍ଗ୍‌ସ, କୋହଲି- ଆୟରଙ୍କ ଉପରେ ନଜର
  • ||
  • ଫ୍ଲୋରିଡା ୟୁନିଭର୍ସିଟିରେ ଯୁବକଙ୍କ ଗୁଳିମାଡ଼, ୨ ଜଣଙ୍କ ମୃତ୍ୟୁ ଘଟିଥିବେ ବେଳେ ୫ ଗୁରୁତର ଆହତ
  • ||
  • ରାଜ୍ୟରେ ୨୦ରୁ ବଢ଼ିବ ତାତି, ୨୩ ତାରିଖ ପରେ ଉପକୂଳ ଓଡ଼ିଶାରେ ୪୫ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଅହମ୍ମଦାବାଦର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ , ଜୀବନ ବଞ୍ଚାଇବାକୁ ଲୋକେ ବାଲକୋନିରୁ ଡ଼େଇଁଲେ

Published By : Prameya | April 11, 2025 10:05 PM

ଗୁଜରାଟ : ଗୁଜରାଟରେ ଅହମ୍ମଦାବାଦ ସହରର ଖୋଖରା ଅଞ୍ଚଳ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାଟି ଶୁକ୍ରବାର ପରିଷ୍କର-୧ ଆପାର୍ଟମେଣ୍ଟରେ ଘଟିଛି, ଏହାପରେ ନିଆଁକୁ ଲିଭାଇବା ପାଇଁ ବହୁ ସଂଖ୍ୟାରେ ଅଗ୍ନିଶମ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚିଛି। ନିଆଁ ଲାଗିବା ପରେ ବିଲ୍ଡିଂରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ଜୀବନ ବଞ୍ଚାଇବାକୁ ବିଲ୍ଡିଂର ବାଲକୋନିରୁ ମଧ୍ୟ ଡ଼େଇବାର ଦେଖିବାକୁ ମିଳିଛି। ଘଟଣାର କିଛି ଭିଡ଼ିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ପିଲାକୁ ଆଖାପାଖରେ ରହୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଉ ଥିବା ନଜର ଆସୁଛି। ବର୍ତ୍ତମାନ ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି ଏବଂ ଏହି ଘଟଣାରେ ଏବେସୁଦ୍ଧା କାହାର ହତାହତ ହେବାର ଖବର ଆସିନାହିଁ।

ଉକ୍ତ ଅଗ୍ନିକାଣ୍ଡ ଘଟଣାର ଯେଉଁ ଭିଡ଼ିଓ ସାମ୍ନାକୁ ଆସିଛି, ଏଥିରୁ ଏହି ବିଲ୍ଡିଂରେ ଲାଗିଥିବା ନିଆଁର ଭୟାବହତାକୁ ଅନୁମାନ କରାଯାଇ ପାରେ। ଏହି ଭିଡ଼ିଓରେ ଲୋକଙ୍କୁ କାଲକୋନିରୁ ଡ଼େଇଁ ତଳକୁ ଆସିବାକୁ ଚେଷ୍ଟା କରିବାର ଦେଖିବାକୁ ମିଳୁଛି , ଅନ୍ୟପଟେ ନିଜ ଘରେ ଫସିଥିବା ଅନେକ ଲୋକ ଝରକା ଦେଇ ସାହାଯ୍ୟ ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି। 

ସଂପୃକ୍ତ ଅଞ୍ଚଳରେ ଖୁବ୍ ଜୋରରେ ପବନ ବହୁ ଥିବାରୁ ନିଆଁ ପ୍ରବଳ ମାତ୍ରାରେ ବ୍ୟାପିବାରେ ଲାଗିଛି , ଏହାସହ ବିଲ୍ଡିଂରୁ ବହୁତ କଳା ଧୂଆଁର ଆସ୍ତରଣ ଉପରଠୁ ଉଠୁ ଥିବାର ନଜର ଆସୁଛି। ମିଳିଥିବା ସୂଚନା ଅନୁସାରେ , ଅଗ୍ନିଶମ ଟିମ୍‌ ବିଲ୍ଡିଂରେ ଫସିଥିବା ପାଖାପାଖି ୨୦ ଜଣ ଲୋକଙ୍କୁ ସୁରକ୍ଷିତ ବାହାରକୁ ଉଦ୍ଧାର କରି ସାରିଛନ୍ତି । ଏବେ ନିଆଁକୁ ଆୟତ୍ତକୁ ଆଣିବାକୁ ଚେଷ୍ଟା ଚାଲିଛି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.