ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ଶରୀର ପାଇଁ ଲାଭଦାୟକ ଗ୍ରୀନ୍‌ କଫି, କୋଲେଷ୍ଟେରଲ୍‌ କମାଇବା ସହ ତ୍ୱଚାରେ ଆଣିବ ଚମକ

Published By : Prameya | December 27, 2024 11:23 AM

ଭୁବନେଶ୍ୱର ୨୭/୧୨:  ଗ୍ରୀନ୍‌ ଟି’ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ଗ୍ରୀନ୍‌ କଫି ବିଷୟରେ ଜାଣନ୍ତି କି? ଗ୍ରୀନ୍‌ କଫି ଶରୀର ପାଇଁ ଖୁବ୍‌ ଲାଭଦାୟକ । ଏଥିରେ ଅଧିକ ମାତ୍ରାର ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ କ୍ୟାଫିନ୍‌ ପ୍ରାୟତଃ ନଥାଏ । ଗ୍ରୀନ୍‌ କଫି ପିଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଆହୁରି ଅନେକ ପ୍ରକାରର ଫାଇଦା ମିଳିଥାଏ । ଶୀତଦିନେ ପ୍ରାୟ ଲୋକ ଶରୀରକୁ ଗରମ ରଖିବା ପାଇଁ କଫି ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆବଶ୍ୟକଠାରୁ ଅଧିକ କଫି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ । କାରଣ ଏଥିରେ ବହୁ ମାତ୍ରାରେ କ୍ୟାଫିନ୍‌ ରହିଥାଏ, ଯାହା ଶରୀରକୁ ପ୍ରଭାବିତ କରିଥାଏ । କିନ୍ତୁ କଫି ପରିବର୍ତ୍ତେ ଗ୍ରୀନ୍‌ କଫି ପିଇପାରିବେ । ଏହା ଆଦୌ କ୍ଷତିକାରକ ନୁହେଁ । କାରଣ ଏହା ଆଣ୍ଟି-ଅକ୍ସିଡାଣ୍ଟରେ ଭରା ସାଙ୍ଗକୁ ଆଦୌ କ୍ୟାଫିନ୍‌ ନଥାଏ । ଏହାକୁ ଆପଣ ବାରମ୍ବାର ପିଇପାରିବେ । ଚାଲନ୍ତୁ ଜାଣିବା ଗ୍ରୀନ୍‌ କଫିର ଫାଇଦା । 

ଆଣ୍ଟି ଅକ୍ସିଡାଣ୍ଟର ସମୃଦ୍ଧ ସ୍ରୋତ :

ଗ୍ରୀନ୍‌ କଫି ଆଣ୍ଟି ଅକ୍ସିଡାଣ୍ଟରେ ଭରା, ଯାହା ଆମ ଶରୀରକୁ ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ । ଏଥିରେ ପୋଟାସିୟମ୍‌ ଓ ସୋଡିୟମ୍‌ ମଧ୍ୟ କମ୍‌ ରହିଥାଏ, ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଖୁବ୍‌ ପ୍ରଭାବଶାଳୀ । 

ମଧୁମେହ ରୋଗୀଙ୍କ ପାଇଁ ମହୋଷଧୀ :

ଗ୍ରୀନ୍‌ କଫି ପିଇବା ଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ସାମାନ୍ୟ ରହିଥାଏ । ସେହିପରି ଶରୀରର ପ୍ରଦାହକୁ ମଧ୍ୟ କମାଇଥାଏ । ତେଣୁ ମଧୁମେହ ରୋଗୀ ଗ୍ରୀନ୍‌ କଫିକୁ ଡାଏଟ୍‌ରେ ସାମିଲ୍‌ କରିପାରିବେ । 

ଶକ୍ତି ଦିଏ :

ଗ୍ରୀନ୍‌ ଟି’କୁ ଏନର୍ଜି ବୁଷ୍ଟର ବା ଶକ୍ତି ପ୍ରଦାନକାରୀ ମଧ୍ୟ କୁହାଯାଇପାରିବ । ଏହା ଶରୀରର ଥକ୍କାପଣ ଦୂର କରିବା ସହ ତୁରନ୍ତ ଶକ୍ତି ପ୍ରଦାନ କରିଥାଏ । 

ବ୍ୟାଡ୍‌ କୋଲେଷ୍ଟେରଲ୍‌କୁ କମାଏ :

ଯେଉଁମାନଙ୍କଠାରେ କୋଲେଷ୍ଟେରଲ୍‌ ସମସ୍ୟା ରହିଥାଏ,ସେମାନଙ୍କ ପାଇଁ ଗ୍ରୀନ୍‌ କଫି ବରଦାନ । ଏହା ଶରୀରରୁ ଖରାପ କୋଲେଷ୍ଟେରଲ୍‌କୁ କମାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ । ଗବେଷଣା ଅନୁସାରେ ନିୟମିତ ଗ୍ରୀନ୍‌ କଫି ପିଇବା ଦ୍ୱାରା କୋଲେଷ୍ଟେରଲ୍‌ ସମସ୍ୟା ନିୟନ୍ତ୍ରିତ ରହିପାରିବ । 

ତ୍ୱଚାରେ ଚମ୍‌କ ଆଣିଥାଏ :

ଗ୍ରୀନ୍‌ କଫି୍‌ରେ ଫ୍ୟାଟି ଏସିଡ୍‌, ଲିନୋଲିକ୍‌ ଏସିଡ୍‌ ଓ ଓଲିକ୍‌ ଏସିଡ୍‌ ରହିଥାଏ, ଯାହା ତ୍ୱଚାକୁ ହାଇଡ୍ରେଟ୍‌ ରଖିବା ପାଇଁ ଆବଶ୍ୟକ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.