ନୂଆଦିଲ୍ଲୀ,୨୮/୦୫: ବଢ଼ିପାରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଅଡୁଆ । କ୍ୟାସ୍ କାଣ୍ଡରେ ତାଙ୍କ ବିରୋଧରେ ଆସିପାରେ ମହାଭିଯୋଗ ପ୍ରସ୍ତାବ । କେନ୍ଦ୍ର ସରକାର ଅଲ୍ଲାହବାଦ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିକଳ୍ପ ବିଚାର କରୁଛନ୍ତି ।
ଦିଲ୍ଲୀରେ ବିଚାରପତି ଯଶବନ୍ତ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିଥିଲା । ପ୍ରାୟ ୫୦କୋଟି ଟଙ୍କା ଜବତ ହୋଇଥିଲା । ଏହାକୁ ନେଇ ତାଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିପାରେ । ଏ ନେଇ ସୁପ୍ରିମକୋର୍ଟ ତଦନ୍ତ କମିଟି ରିପୋର୍ଟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ଯଦି ସେ ଇସ୍ତଫା ନ ଦିଅନ୍ତି ତେବେ ସଂସଦର ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିପାରେ ।
ସଂସଦର ଉଭୟ ଗୃହ ମଧ୍ୟରୁ ଗୋଟିଏ ଗୃହରେ ମହାଭିଯୋଗ ପ୍ରସ୍ତାବ ଆସିଥାଏ । ରାଜ୍ୟସଭାରେ ଅତି କମ୍ରେ ୫୦ ସଦସ୍ୟଙ୍କୁ ପ୍ରସ୍ତାବ ଉପରେ ସମର୍ଥନ କରିବାକୁ ପଡିଥାଏ । ସେହିପରି ଲୋକସଭାରେ ୧୦୦ରୁ ଅଧିକ ସଦସ୍ୟଙ୍କ ସମର୍ଥନ ଦରକାର ପଡିଥାଏ । ପ୍ରସ୍ତାବ ଦୁଇ-ତୃତୀୟାଂଶରେ ପାରିତ ହୁଏ । ଏହାପରେ ଲୋକସଭା କିମ୍ବା ରାଜ୍ୟସଭା ଅଧ୍ୟକ୍ଷ ଯାଞ୍ଚ ସମିତିରେ ସର୍ବୋଚ୍ଚ ନ୍ୟାୟଳୟର ଜଣେ ବିରାତପତି ଏବଂ ଜଣେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନାମ ନାମିତ କରି ପ୍ରଧାନବିଚାକରପତିଙ୍କୁ ପତ୍ର ଲେଖିଥାନ୍ତି ।
ସଂସଦର ମୌସୁମୀ ଅଧିବେଶନ ଜୁଲାଇରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କୁ ତାଙ୍କ ବାସଭବନରୁ ନଗଦ ଟଙ୍କା ମିଳିବା ପରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରୁ ଆଲ୍ଲାହବାଦ ହାଇକୋର୍ଟକୁ ପଠାଯାଇଥିଲା । ତତ୍କାଳୀନ ନ୍ୟାୟଧୀଶ ସଞ୍ଜୀବ ଖାନ୍ନା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ମହାଭିଯୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ୍ କରିଥିଲେ । ଘଟଣାର ତଦନ୍ତ ପାଇଁ ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ତଦନ୍ତ କମିଟି ଦ୍ୱାରା ଜଷ୍ଟିସ ବର୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଜଷ୍ଟିସ ବର୍ମା ଇସ୍ତଫା ଦେବାକୁ ମନା କରିଥିଲେ । ସେ ନିଜକୁ ନିର୍ଦ୍ଦୋଶ ବୋଲି କହିଥିଲେ । ତାଙ୍କର ଆଉଟହାଉସରେ ନିଆଁ ଲଗିବା ପରେ ମିଳିଥିବା ନଗଦ କ୍ୟାସ ସହ ତାଙ୍କର କିଛି ସମ୍ପର୍କ ନାହିଁ ବୋଲି କହିଥିଲେ ।