ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଟ୍ରେନ ଆଗକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ : ପ୍ରେମିକା ମୃତ, ପ୍ରେମିକ ଗୁରୁତର

ଟିଟିଲାଗଡ,୨୦।୮: ଟ୍ରେନ ସମ୍ମୁଖକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ। ଘଟଣାସ୍ଥଳରେ ନାବାଳିକା ପ୍ରେମିକାର ମୁତ୍ୟୁ ହୋଇଥିବା ବେଳେ ପ୍ରେମିକ ଜଣକୁ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପ୍ରେମିକର ଅବସ୍ଥା ସଂକଟାପନ୍ନ ହେବାରୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗାଁର ଘନଶ୍ୟାମ ବାଗ ।  

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ବିନେକେଲା ଗାଁର  ଘନଶ୍ୟାମ ବାଗ  ଜଣେ ନାବାଳିକାକୁ ପ୍ରେମ କରୁଥିଲେ। ପ୍ରେମ ବିବାହକୁ ସ୍ବୀକୃତି ନମିଳିବାରୁ ଉଭୟ ଆତ୍ମହତ୍ୟା କରିବାକୁ  ନିଷ୍ପତ୍ତି ନେଇଥିଲେ।  ଟିଟିଲାଗଡ଼ରୁ କେସିଙ୍ଗା ଯାଇଥିବା ଟ୍ରେନ ଲାଇନ ଲୁଥୁରବନ୍ଧ ନିକଟ ତେଲ ନଦୀ ରେଲଓ୍ବେ ବ୍ରିଜ ଉପରେ  ଥିବା ୨୧୪ ନଂ ଖୁଣ୍ଟ ନିକଟରେ ଉଭୟ ଏକ ମାଲବାହୀ ଟ୍ରେନ ଆଗକୁ ଡେଇଁ ପଡିଥିଲେ । ନାବାଳିକା ଜଣକ ଟ୍ରେନ ସମ୍ମୁଖରେ ପଡିଯିବାରୁ ଘଟଣାସ୍ଥଳରେ ହିଁ ମୁତ୍ୟୁ  ହୋଇଥିଲା । ଘନଶ୍ୟାମ  ଟ୍ରେନ ଧକ୍କାରେ ଛିଟିକି  ପଡି ରେଲଓ୍ବେ ଟ୍ରାକ ପାଖରେ ଗୁରତର ଅବସ୍ଥାରେ ପଡିଥିଲେ ।  ମାଲବାହୀ ଟ୍ରେନର ଡ୍ରାଇଭର ଗାଡି ଅଟକାଇ ଗୁରୁତର ଯୁବକଙ୍କୁ ମାଲବାହୀ ଟ୍ରେନରେ ଟିଟିଲାଗଡ଼ ଷ୍ଟେସନକୁ ଆଣି ରେଲବାଇ ପୋଲିସକୁ ହସ୍ତାନ୍ତର କରିଥିଲେ ।  ଯୁବକଙ୍କୁ ତୁରନ୍ତ ଟିଟିଲାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ରେଲବାଇ ପୋଲିସ ଏହାର ଅଧିକ  ତଦନ୍ତ ଜାରି ରଖିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.