ପ୍ରମୂଖ ଖବର
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ବୌଦ୍ଧ ପୁଲିସ ପକ୍ଷରୁ ଚଢଉ ; ୭୭ କିଲୋ ଗଞ୍ଜେଇ ଜବତ, ୧୦ ଗିରଫ…

Published By : Prameya | May 23, 2025 10:49 PM

ବୌଦ୍ଧ ୨୩/୫: ବୌଦ୍ଧ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାରେ ଗଞ୍ଜେଇ ମୁକ୍ତ ଅଭିଯାନ ଚାଲିଥିବା ବେଳେ ବୌଦ୍ଧ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୭୭ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏହି ମାମଲାରେ ଦୁଇ ଜଣ ଆନ୍ତଃରାଜ୍ୟ ବ୍ୟବସାୟୀ, ଜଣେ ମହିଳା ସମେତ ସମୁଦାୟ ୧୦ ଜଣକୁ ଗିରଫ କରାଯାଇଥିବା ଜଣାଯାଇଛି । ତେବେ ତଦନ୍ତରେ ଏହି ବ୍ୟବସାୟର ଚେର ବୌଦ୍ଧରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବି ଥିବା ପୁଲିସ ଜାଣିବାକୁ ପାଇଛି। ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଲରେନ ରାଉତରାୟ ସୂଚନା ଏହି ଦେଇଛନ୍ତି। ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ବୌଦ୍ଧ ଏନଏସିର ରାଜନପାଲି ପୋଖରୀର ଏକ ବୁଦା ନିକଟରେ ଦୁଇଟି ମୋଟର ସାଇକେଲରେ ଜରି ବସ୍ତା ବନ୍ଧା ହୋଇ ରହିଥିବା ବେଳେ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ପୁଲିସ ବାଇକ୍ ସମେତ ବସ୍ତା ଭିତରେ ଥିବା ୭୦ କିଲୋ ଗଞ୍ଜେଇ ଜବତ କରିଥିଲା। ଏହି ମାମଲାରେ ପୁଲିସ ପଶ୍ଚିମବଙ୍ଗ ୨୪ ପ୍ରଗଣା ମଧୁସୁଦନପୁରର ରଥିନ ସରଦାର (୩୬) ଓ ସୁରଜିତ ନସ୍କର (୨୦), ବୌଦ୍ଧ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ରୋହିତ କୁମାର ବିଶି(୪୦),ଏରଡା ଗ୍ରାମର ଦିବ୍ୟ ଲୋଚନ ପ୍ରଧାନ (୩୬) ଓ ଗଣେଷ ପ୍ରଧାନ (୩୮), ଆନନ୍ଦପୁର ଗ୍ରାମର ମଳୟ ବେହେରା (୨୦) ଓ ସାବିତ୍ରୀ ମାଝି (୨୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେହପରି ମହାନଦୀ ବ୍ରିଜ ଛକ ନିକଟରୁ ଏକ କାର୍ ଭିତରୁ ୭ କିଲୋ ଗଞ୍ଜେଇ ଜବତ କରାଯିବା ସହିତ ମାମଲାରେ ସୁନ୍ଦଋଗଡ ଜିଲ୍ଲା ଲହୁଣିପଡାର ସୁମିତ କୁମାର ରାୟ (୨୯), ଶରଧାପୁର ଗ୍ରାମର ସୁଧିର କୁମାର ମହନ୍ତ(୩୨), ଗୁଡିଲି ଗ୍ରାମର ଗଙ୍ଗାଧର ମହନ୍ତ(୨୪)ଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଉପସ୍ଥିତ ଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.