ପ୍ରମୂଖ ଖବର
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ବିନା ପରମିଟରେ ଚାଲୁଛି ଘରୋଇ ବସ୍

Published By : Prameya | May 23, 2025 9:25 PM

ବେଲବାହାଳୀ,୨୩/୫ : ବିନା ପରମିଟରେ ଦୀର୍ଘ ଦିନ ହେବ ଚାଲୁଛି ଘରୋଇ ବସ୍ । ଲୋକଙ୍କ ଜୀବନ ସହ ଖେଳୁଛି ଖେଳ। ଏକ ଘରୋଇ ବସ ଭୂବନରୁ କରଞ୍ଜିଆ ରରୁଆଁ ପର୍ଯ୍ଯନ୍ତ ପରମିଟ୍ ଥିବା ସତ୍ବେ ଏହାକୁ ଅବମାନନା କରି ଉକ୍ତ ଘରୋଇ ବସଟି ଦୈନିକ ଭୁବନେଶ୍ୱରରୁ ଭାୟା ଆନନ୍ଦପୁର ଠାକୁରମୁଣ୍ତା ଦେଇ ରରୁଆଁ କରଞ୍ଜିଆ ପର୍ଯ୍ଯନ୍ତ   ବେଆଇନ ଭାବେ ଯିବା ଆସିବା କରୁଥିବାରୁ କେନ୍ଦୁଝର ଆଞ୍ଚଳିକ ପରିବହନ ଅଧିକାରୀଙ୍କ ତତ୍ତ୍ୱାବଧନରେ ଜିଲ୍ଲା ଟ୍ରାଫିକ୍ ଇନ୍ସପେକ୍ଟର ସୁକୁମାର ସୋରେନ ଆଜି ଆନନ୍ଦପୁର ଉପଖଣ୍ଡ ହସନପୁର ଟୋଲପ୍ଲାଜା ନିକଟରେ ବସଟିକୁ ଅଟକାଇ ତା'ର ପରମିଟ୍ ଯାଞ୍ଚ କରିଥିଲେ ।

ବସର କର୍ମଚାରୀ ଏବଂ ଯାତ୍ରୀଙ୍କୁ ପଚାରାଉଚାରା କରିବା ପରେ ଘରୋଇ ବସଟି ବିନା ପରମିଟରେ ନିଜ ଗନ୍ତବ୍ଯ ସ୍ଥଳରୁ ନ ବାହାରି ବେଆଇନ ଭାବେ ଅନ୍ଯତ୍ର ଯିବା ଆସିବା କରୁଥିବା ନେଇ ଜଣାପଡିବା ପରେ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଅନ୍ଯ ଏକ ବସ ଯୋଗେ ପଠାଇ ଉକ୍ତ ବସଟିକୁ  ସ୍ଥାନୀୟ ସାଇଁକୁଳ ଫାଣ୍ଡିର ଜିମା ଦେଇଛନ୍ତି । ଉକ୍ତ ଘରୋଇ ବସଟି ଦୀର୍ଘ ଦିନ ହେଲା ଯାତ୍ରୀଙ୍କ ଜୀବନ ସହ ଖେଳି ଜାତୀୟ ରାଜପଥରେ ବିନା ପରିମିଟିରେ ଯିବା ଆସିବା କରି ପୂର୍ବରୁ ୩ଥର ଜରିମାନା ମଧ୍ଯ ଦେଇଥିବା ଜଣାପଡ଼ିଛି । ଗତ ୫ଦିନ ତଳେ ଉକ୍ତ ବସ କରଞ୍ଜିଆ ଥାନାରେ ଭିସିଆରରେ ରହିଥିବା ମଧ୍ଯ ଜଣାପଡ଼ିଥିଲା । ବର୍ତ୍ତମାନ ସାଇଁକୁଳ ଫାଣ୍ଡିରେ ବସଟି ରହିଥିବା ଦେଖିବାକୁ ମିଳିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.