ପ୍ରମୂଖ ଖବର
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଏସ୍ ବି ଆଇ ବଲାଙ୍ଗୀର ଶାଖା ପକ୍ଷରୁ କଏନ୍ ଏକ୍ସଚେଞ୍ଜ ମେଳା…

Published By : Prameya | May 23, 2025 7:06 PM

ବଲାଙ୍ଗୀର୨୩/୫ : ବର୍ତ୍ତମାନ ବଜାରରେ କଏନ୍ ର ଅଭାବକୁ ଦୃଷ୍ଟିରେ ରଖି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ସୁବିଧା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି l ଗତ ମେ ୨୧, ୨୨ ଏବଂ ୨୩  ତାରିଖ ତିନି ଦିନ ଧରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବଲାଙ୍ଗିର ଶାଖା ତରଫରୁ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହୋଇଯାଇଛି l ବ୍ୟାଙ୍କ୍ ସମ୍ମୁଖରେ ଅନୁଷ୍ଠିତ ଏହି କଏନ ଏକ୍ସଚେଞ୍ଜ ମେଳାରେ ଶତାଧିକ ଜନସାଧାରଣ ଆସି ଟଙ୍କା ନୋଟ ବଦଳରେ ସେହି ସମାନ ସଂଖ୍ୟାର କଏନ ନେଇଥିଲେ l ଗ୍ରାହକଙ୍କ ଆବଶ୍ୟକ ମୁତାବକ  ଏସ୍ ବି ଆଇ ପକ୍ଷରୁ ପ୍ରଦତ୍ତ ଦୁଇ ଟଙ୍କିଆ,ପlଞ୍ଚ ଟଙ୍କିଆ, ଦଶ ଟଙ୍କିଆ ଓ ୫୦ ଟଙ୍କିଆ କଏନ ଯୋଗୁଁ ବଜାରରେ ଖୁଚୁରା ପଇସାର ଅଭାବ ଜନିତ ସମସ୍ୟା କିଛିକାଂଶରେ ଦୂର ହୋଇପାରିବ ବୋଲି ଏସ୍ ବି ଆଇ ବଲାଙ୍ଗୀର ଶାଖା ପରିଚାଳକ ପ୍ରଣବ କୁମାର ଦାସ ସୂଚନା ଦେଇଛନ୍ତି l ତିନି ଦିନ ଧରି ଅନୁଷ୍ଠିତ ଏହି ମେଳାରେ ପ୍ରାୟ ୮ ଲକ୍ଷ ଟଙ୍କାର କାରବାର ହୋଇଥିବା ଷ୍ଟେଟ୍ ବ୍ୟାଙ୍କ ସୂତ୍ରରୁ ପ୍ରକାଶ l ଏସ୍ ବି ଆଇ ବଲାଙ୍ଗୀର ଶାଖା ପରିଚାଳକ ପ୍ରଣବ କୁମାର ଦାସ, ଡେପୁଟି ମ୍ୟାନେଜର ପ୍ରମୋଦ କୁମାର ସାହୁ ଓ କ୍ୟାସିୟର୍ ପ୍ରସନ୍ନ କୁମାର ସାହୁଙ୍କ ତତ୍ତ୍ଵାବଧାନରେ କଏନ ଏକ୍ସଚେଞ୍ଜ ମେଳା ଅନୁଷ୍ଠିତ ହୋଇଥିଲା l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.