ପ୍ରମୂଖ ଖବର
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ, ସଭ୍ୟା ମନୋନୀତ…

Published By : Prameya | May 23, 2025 9:38 PM

ଗୋପାଳପୁର୨୩/୫ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୨୦୨୪ ଆଇନ ପ୍ରକାରେ ନୂତନ ସିଣ୍ଡିକେଟ ସଭ୍ୟ, ସଭ୍ୟା ମନୋନୀତ ହୋଇଛନ୍ତି l ସିଣ୍ଡିକେଟ ସଭ୍ୟ,ସଭ୍ୟା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଅଧକ୍ଷା ଭାବେ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପ୍ରତିନିଧି ଭାବେ ଅତିରିକ୍ତ ସଚିବ ଡ଼.ଧରଣୀ ଧର ନନ୍ଦ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସମୂହ କଲେଜର ଉନ୍ନୟନ ପରିଷଦର ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପଣ୍ଡା, ଛାତ୍ର କଲ୍ୟାଣ ନିର୍ଦ୍ଧେଶକ ପ୍ରଫେସର ଗଣେଶ ସେଠୀ, ଏଚ ଆର ଡ଼ି ସି ର ନିର୍ଦ୍ଧେଶକ ପ୍ରଫେସର ଯୋଗେଶ୍ୱର ପାଣିଗ୍ରାହୀ, ବ୍ରହ୍ମପୁର ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଧେଶକ ଡ଼.ସିଦ୍ଧାର୍ଥ ଶଙ୍କର ପାଢ଼ୀ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ l ଏତତ ବ୍ୟତୀତ କୁଳପତିଙ୍କ ପ୍ରତିନିଧି ଭାବେ ପ୍ରାଣୀ ବିଜ୍ଞାନ ବିଭାର ପ୍ରଫେସର ପ୍ରସନ୍ନ କୁମାର ଦୀକ୍ଷିତ, ଲାଇବ୍ରେରୀ ଏଣ୍ଡ ଇନଫରମେସନ ସାଇନ୍ସ ବିଭାଗର ପ୍ରଫେସର ଜୋତ୍ସା ସାହୁ ଏହି ୨ ଜଣ ଚାରି ବର୍ଷ ପାଇଁ ମନୋନୀତ ହୋଇଥିବା ଚିଠି ନମ୍ବର ୩୭୩୪ ତାରିଖ ୨୨/୫/୨୫ ପ୍ରକାରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ବିଜ୍ଞପ୍ତି କରିଛନ୍ତି l 

ତାହା ସହ କୁଳାଧିପତିଙ୍କ ଚାରି ଜଣ ସଭ୍ୟ, ସଭ୍ୟା ଏବଂ ସିନେଟ ପକ୍ଷରୁ ଜଣେ ଅଣ ଶିକ୍ଷକ କର୍ମଚାରୀ,ଏକାଡେମୀ କାଉନସିଲ ପକ୍ଷରୁ ଜଣକୁ ମନୋନୀତ କରି ମୋଟ ୧୫ ଜଣ ସଭ୍ୟ,ସଭ୍ୟା ରହିବେ l ନୂତନ ନିୟମ ପ୍ରକାରେ ସିଣ୍ଡିକେଟ ଗଠନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ହୋଇଥିବା ଜଣାପଡ଼ିଛି l

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.