ପ୍ରମୂଖ ଖବର
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

IPL 2025; ଭାଙ୍ଗିପାରେ ଗୁଜରାଟ ଟାଇଟନ୍ସର ଟପ୍‌-୨ରେ ରହିବା ସ୍ୱପ୍ନ, ଜାଣନ୍ତୁ ସମୀକରଣ

Published By : Ankita S | May 23, 2025 2:10 PM

ନୂଆଦିଲ୍ଲୀ,୨୩/୦୫: ଶୁଭମନ୍ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ରେ ଟେବୁଲ୍‌ ଟପରେ ରହିଛି । ଗୁରୁବାର ୬୪ତମ୍‌ ଲିଗ୍ ମ୍ୟାଚରେ ଲକ୍ଷ୍ନୌ ସୁପରଜାଏଣ୍ଟସଠୁ ୩୩ରନ୍‌ରେ ପରାସ୍ତ ହୋଇଛି । ଗୁଜରାଟ ଟେବୁଲ୍ ଟପରେ ରହିଛି । ୧୩ଟି ମ୍ୟାଚ ଖେଳି ୯ଟି ଜିତିଛି ।  ମାତ୍ର ଦଳ ଉପରେ ଏବେ ଟପ୍‌ ୨ରୁ ଆଉଟ୍ ହେବା ଆଶଙ୍କା ଦେଖା ଦେଇଛି । ଏବେ ଗୁଜରାଟ ଭାଗ୍ୟ ତାଙ୍କ ହାତରେ ନାହିଁ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗସ୍‌ ଟିମ୍‌ ଯେ କୌଣସି ମୂହୁର୍ତ୍ତରେ ଗୁଜରାଟକୁ ଟପ୍‌ ୨ରୁ ଆଉଟ୍ କରିପାରନ୍ତି । ଆସନ୍ତୁ ଜାଣିବା କଣ କହୁଛି ସମୀକରଣ ।

ଆଇପିଏଲ ୨୦୨୫ ପଏଣ୍ଟ ଟେବୁଲରେ ଟପ୍‌ ୨ରେ ତିଷ୍ଠି ରହିବା ଦଳ ପାଇଁ ଲାଭଦାୟକ ହେବ । ଟିମ୍‌କୁ ଏହା ଫାଇଲାନରେ ପ୍ରବେଶ କରିବାକୁ ସହାୟକ ହେବ । ଏପରି ସ୍ଥିତିରେ ଗୁଜରାଟ, ବେଙ୍ଗାଲୁରୁ ଏବଂ ପଞ୍ଜାବର ଫୋକସ୍‌ ଲିଗ୍ ପର୍ଯ୍ୟାୟ ଶେଷ ସୁଦ୍ଧା ଟପ୍‌ ୨ରେ ରହିବା ଉପରେ ରହିଛି ।

ଝୁଲୁଛି ଗୁଜରାଟ ଭାଗ୍ୟ- ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଗୁଜରାଟର ପରାସ୍ତ ହେବା ପରେ ଦଳ ଭାଗ୍ୟ ଝୁଲୁଛି । ଦଳ ୧୩ଟି ମ୍ୟାଚରୁ ୯ଟି ଜିତି ୧୮ ପଏଣ୍ଟ ସହ ଟେବୁଲ ଟପରେ ରହିଛି । ଗୁଜରାଟ ଏବେ ୨୦ ପଏଣ୍ଟ ଯାଏ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।  ଏ ନେଇ ଦଳକୁ ତାର ଶେଷ ମ୍ୟାଚରେ ଚେନ୍ନାଇକୁ ହରାଇବାକୁ ହେବ । ଯଦି ସିଏସକେ ଉକ୍ତ ମ୍ୟାଚ ଜିତିଯାଏ ତେବେ ଗୁଜରାଟର ମୁ୍ସ୍କିଲ ବଢିପାରେ । ଟାଇଟନ୍ସକୁ ଟପ ୨ରେ ରହିବାକୁ ହେଲେ ଆରସିବି ଓ ପଞ୍ଜାବ ମୁକାବିଲାର ପରିଣାମ ଉପରେ ନିର୍ଭର କରିବାକୁ ହେବ ।

RCB-PBKS ହାସଲ କରିପାରନ୍ତି  ୨୧-୨୧ ପଏଣ୍ଟ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭ ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ସମାନ୍ ପଏଣ୍ଟ ସହ ମୁମ୍ବାଇ ତୃତୀୟ ସ୍ଥାନରେ ରହିଛି । ଦୁଇଟିମ୍‌ର ଲିଗ୍‌ ଷ୍ଟେଜରେ ୨-୨ଟି ମ୍ୟାଚ ବାକି ରହିଛି । ଆରସିବି ତାର ବଳକା ମ୍ୟାଚ ହାଇଦ୍ରାବାଦ ଓ ଲକ୍ଷ୍ନୌ ବିପକ୍ଷରେ ଖେଳିବ । ପଞ୍ଜାବ ଦିଲ୍ଲୀ ଓ ମୁମ୍ବାଇ ବିପକ୍ଷରେ ତାର ବାକି ମ୍ୟାଚ ଖେଳିବ । ଯଦି ଆରସିବି ଓ ପଞ୍ଜାବ ତାର ବଳକା ମ୍ୟାଚ ଜିତନ୍ତି ତେବେ ଦୁଇ ଦଳ ୨୧-୨୧ ପଏଣ୍ଟରେ ପହଞ୍ଚିଯିବେ । ଏମିତି ହେଲେ ଗୁଜରାଟ ଟପ୍‌ ୨ରୁ ଆଉଟ୍ ହୋଇଯିବ । ତାକୁ ମୁମ୍ବାଇ ବିପକ୍ଷରେ ଏଲିମିନେଟର ମ୍ୟାଚ ଖେଳିବାକୁ ପଡିବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.