ପ୍ରମୂଖ ଖବର
  • ସମ୍ୱଲପୁର : ଜମିବାଡ଼ି ବିବାଦରୁ ରକ୍ତପାତ, ଛୁରାମାଡ଼ରେ ଜଣେ ଗୁରୁତର
  • ||
  • ଇଂଲଣ୍ଡ ଟୁର୍‌ ପାଇଁ ଭାରତୀୟ ଦଳ ଘୋଷଣା; ଶୁବମନ୍ କ୍ୟାପ୍ଟେନ୍‌, ପନ୍ତ ଉପ-ଅଧିନାୟକ, ସାମି ଆଉଟ୍
  • ||
  • ରାଜା ଚକ୍ର ଓ ଦୁଇ ସହଯୋଗୀ କେନ୍ଦୁଝର କୋର୍ଟରେ ହାଜର, ବୋଲ୍ ନେଇ ହେବ ଶୁଣାଣି
  • ||
  • ପୁରୀ: ବଢ଼ିବ ଜଗତଗୁରୁ ଶଙ୍କାରାଚାର୍ଯ୍ୟଙ୍କ ସୁରକ୍ଷା ବ୍ୟବସ୍ଥା, ପୁରୀ ଏସ୍‌ପି ବିନୀତ୍ ଅଗ୍ରୱାଲଙ୍କ ସୂଚନା
  • ||
  • ବାଲେଶ୍ୱର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ : ତିଗିରିଆରେ ବଢି ଚାଲିଛି ଖଣି ମାଫିଆଙ୍କ ରାଜ୍‌, ଏକକାଳୀନ ୧୬ଟି ସ୍ଥାନରେ ଚଢାଉ
  • ||
  • ସମ୍ବଲପୁରରୁ ହାତୀ ଶାବକର ମୃତଦେହ ଉଦ୍ଧାର, କିଛି ଦିନ ତଳେ ମୃତ୍ୟୁ ହୋଇଥିବା ଅନୁମାନ
  • ||
  • ବଲିଉଡ଼ରୁ ଆସିଲା ଦୁଃଖଦ ଖବର; ଆଉ ନାହାନ୍ତି ସଲମାନ ଖାନ୍‌ଙ୍କ କୋ-ଷ୍ଟାର ମୁକୁଲ ଦେବ
  • ||
  • କଳାହାଣ୍ଡି : ଟ୍ରକ୍‌ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆକଳନର ୮ ଦିନ ପୂର୍ବରୁ ବର୍ଷିଲା
  • ||
  • ମୟୂରଭଞ୍ଜ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌, ଯୁବକ ମୃ
  • ||
  • 'ତୁମକୁ ସୁରକ୍ଷା ଉପରେ କହିବାର ଅଧିକାର ନାହିଁ ଭାଷଣ ବନ୍ଦ କର'; UNSCରେ ପାକ୍‌ ଉପରେ ବର୍ଷିଲା ଭାରତ
  • ||
  • ଛତିଶଗଡ଼ ବିଜାପୁର ପୁଲିସକୁ ବଡ଼ ସଫଳତା, ଏସ୍‌ପିଙ୍କ ନିକଟରେ ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କଲେ ୨୪ ମାଓବାଦୀ
  • ||
  • ଆରବସାରଗରେ ଅବପାତରେ ପରିଣତ ହେଲା ଲଘୁଚାପ, ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁବ ସମ୍ଭାବନା
  • ||
  • ଯାଜପୁର: ଜାରକା-କୁଆଖିଆ ରାସ୍ତାରେ ଆମ୍ବୁଲାନ୍ସ ଦୁର୍ଘଟଣା, ଜଣେ ମୃତ, ୨ ଆହତ
  • ||
  • ନେଲଗୁଣ୍ଡା -ଇନ୍ଦ୍ରାବତୀ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ମାଓବାଦୀ
  • ||
  • ଆପଲ୍‌କୁ ଟ୍ରମ୍ପଙ୍କ ନାଲିଆଖି; ଆଇଫୋନ୍ ସମେତ ବିଦେଶୀ ସ୍ମାର୍ଟଫୋନ୍ ଉପରେ ୨୫% ଟାରିଫ୍‌
  • ||
  • ୱାନ୍‌ ବିଗ୍‌ ବିଉଟିଫୁଲ ବିଲ୍‌ ପାସ୍‌: ଆମେରିକାରୁ ଭାରତ ଟଙ୍କା ପଠାଇଲେ ୩.୫% ଟିକସ,୨୦୨୬ ଜାନୁଆରୀରୁ ଲାଗୁ
  • ||
  • IPL 2025: ଆଜି କିଙ୍ଗ୍‌ସ- କ୍ୟାପିଟାଲ୍ସ ମଧ୍ୟରେ ଲଢ଼େଇ, ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ପଞ୍ଜାବ
  • ||
  • ବାଲିପାଟଣା : ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୩ ଗୁରୁତର
  • ||
  • ଖୋର୍ଦ୍ଧା : ୧୦ ହଜାର ଲାଞ୍ଚ ନେଇ ଧରାପଡିଲେ ୨ ପୋଲିସ ବାବୁ, ବାଙ୍କୋଇ ସ୍ଥିତ ବାସଭବନରେ ଚଢାଉ
  • ||
  • ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଜୁନ୍‌ ୩୦ ଯାଏ ଚାଲିବ, ଜୁଲାଇ ୭ରେ ପ୍ରଥମ ମେଧା ତାଲିକ
  • ||
  • ଆଜି ନୀତି ଆୟୋଗ ବୈଠକରେ ଯୋଗଦେବେ, କାଲି ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ସାମିଲ ଦେବେ
  • ||
  • ଆସନ୍ତା ୨୯ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା, ୩୦ରୁ ୪୦କିମି ବେଗରେ ପବନ ବହିବ, ବଜ୍ରପାତର ଆଶଙ୍କା
  • ||
  • ଅନୁଗୁଳ: ଶିକାରୀ ଗୁଳିରେ ଫରେଷ୍ଟ ଗାର୍ଡ ମୃତ, ୪ ଶିକାରୀ ଅଟକ
  • ||

ଟିଆରପି ଅପେକ୍ଷା ଆମ ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ, ପାକିସ୍ତାନ ସହ ମ୍ୟାଚ୍‌ ପ୍ରସଙ୍ଗରେ ଏଭଳି କହିଲେ ଗମ୍ଭୀର

Published By : Tapas Panda | May 22, 2025 6:36 PM

Image Courtesy: hindustantimes

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ହେବା କେତେ ଯୁକ୍ତିଯୁକ୍ତ । ଏଭଳି ପ୍ରସଙ୍ଗରେ ବଡ଼ ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ଗୌତମ ଗମ୍ଭୀର । ଭାରତ ଓ ପାକିସ୍ତାନ ଟିମ୍‌ ମଧ୍ୟ ଖେଳ ହେଲେ ଟିଆରପି ଅଧିକ ଆସେ ଏବଂ ବିଜ୍ଞାପନ ଏଜେନ୍ସିଗୁଡ଼ିକୁ ଲାଭ ଅଧିକ ହୁଏ ସତ, କିନ୍ତୁ ତା ଅପେକ୍ଷା ଆମ ଦେଶର ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ଗମ୍ଭୀର କହିଛନ୍ତି । 

ଏପ୍ରିଲ ୨୨ ରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଭାରତୀୟ ସେନା ମେ ୭ ରେ ପାକିସ୍ତାନ ବିରୁଦ୍ଧରେ 'ଅପରେସନ୍ ସିନ୍ଦୂର' ଆରମ୍ଭ କରିଥିଲା । ଏଥିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା ଭାରତୀୟ ସେନା । ଏହି ପ୍ରତିଆକ୍ରମଣରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । କେବଳ ସେତିକି ନୁହେଁ, ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା । ପରେ ପାକିସ୍ତାନ ସେନା ପକ୍ଷରୁ ଭରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଭାରତୀୟ ସେନା ପାକିସ୍ତାନର ପ୍ରତିଟି ଉଦ୍ୟମକୁ ପଣ୍ଡ କରି ଦେଇଥିଲା ।  ପାକିସ୍ତାନର ଏହି ହୀନ କାର୍ଯ୍ୟକୁ ନେଇ ସାରା ଦେଶରେ ଏବେ ବି ଅସନ୍ତୋଷ ଜାରି ରହିଛି । 

ଏସବୁ ଭିତରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳ ସମ୍ପର୍କକୁ ଶେଷ କରିବାକୁ କ୍ରୀଡ଼ା ଜଗତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଦାବି କରିଛନ୍ତି । ଏବେ ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ମଧ୍ୟ ଏହା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି । ଗୋଆ ଫେଷ୍ଟ କାର୍ଯ୍ୟକ୍ରମରେ ଗୁରୁବାର ଗମ୍ଭୀରଙ୍କୁ ଭାରତ-ପାକିସ୍ତାନ ମ୍ୟାଚରୁ ମିଳୁଥିବା ଟିଆରପି ଏବଂ ବିଜ୍ଞାପନ ଏଜେନ୍ସିଗୁଡ଼ିକୁ ମିଳୁଥିବା ଲାଭ ବିଷୟରେ ଏକ ପ୍ରଶ୍ନ ପଚରା ଯାଇଥିଲା । ଏହାର ଜବାବ ଦେଇ ସେ କହିଥିଲେ, ‘ଆମ ଲୋକ ଏବଂ ଆମର ସୈନିକଙ୍କ ଜୀବନଠାରୁ ଆଉ କିଛି ବେଶି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମକୁ ସୁରକ୍ଷା ଦେବା ପାଇଁ ଦିନରାତି ସୀମାରେ ଠିଆ ହୋଇଥିବା ଆମର ସୈନିକମାନଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ନାହିଁ ।’

ଏହା ପ୍ରଥମ ଥର ନୁହେଁ ଯେବେ ଗୌତମ ଗମ୍ଭୀର ପାକିସ୍ତାନ ସହିତ କ୍ରୀଡ଼ା ସମ୍ପର୍କ ଶେଷ କରିବା ଉପରେ ନିଜର ମତ ପ୍ରକାଶ କରିଛନ୍ତି । ପହଲଗାମ ଆକ୍ରମଣ ପରେ ଗମ୍ଭୀର କହିଥିଲେ ଯେ, ଭାରତ ଏସିଆ କପ୍ ଏବଂ ଆଇସିସି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ସହିତ ଖେଳିବା ଉଚିତ୍ ନୁହେଁ। ଭାରତୀୟ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ଯେ, ଆତଙ୍କବାଦର ମୂଳୋତ୍ପାଟନ ନହେବା ପର୍ଯ୍ୟନ୍ତ ଜାତୀୟ ଦଳ କୌଣସି ସ୍ତରରେ ଏହାର ଚିର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷରେ ଖେଳିବା ଅନୁଚିତ ।

ଏବେ ଗମ୍ଭୀର କହିଛନ୍ତି, ‘ଆମେ ପାକିସ୍ତାନ ସହ ଖେଳିବୁ କି ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ନିଷ୍ପତ୍ତି। ମୁଁ ପୂର୍ବରୁ ମଧ୍ୟ କହିଛି ଯେ କୌଣସି କ୍ରିକେଟ୍ ମ୍ୟାଚ, ଫିଲ୍ମ କିମ୍ବା ଅନ୍ୟ କୌଣସି ପ୍ରକାରର କାର୍ଯ୍ୟକ୍ରମ ଭାରତୀୟ ସୈନିକ ଏବଂ ଜନସାଧାରଣଙ୍କ ଜୀବନଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ । ମ୍ୟାଚ୍ ଚାଲିବ, ଚଳଚ୍ଚିତ୍ର ନିର୍ମାଣ ହେବ ଏବଂ ଅଭିନେତା ଅଭିନୟ କରିବେ, କିନ୍ତୁ ଆପଣଙ୍କ ପରିବାରର ପ୍ରିୟଜନଙ୍କୁ ହରାଇବା ଠାରୁ ଅଧିକ ଯନ୍ତ୍ରଣାଦାୟକ ଆଉ କିଛି ନାହିଁ ।’

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଦଶନ୍ଧୀରୁ ଅଧିକ ସମୟ ଧରି କୌଣସି ଦ୍ୱିପାକ୍ଷିକ ସିରିଜ ହୋଇନାହିଁ । ସେହିପରି, ଭାରତ ୨୦୦୭ ପରଠାରୁ ପାକିସ୍ତାନରେ କୌଣସି ସିରିଜ୍ ଖେଳିନାହିଁ । ଉଭୟ ଦଳ ଏପର୍ଯ୍ୟନ୍ତ କେବଳ ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଗମ୍ଭୀର କହିଛନ୍ତି ଯେ, ଭାରତୀୟ ଦଳ ଏପରି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ପାକିସ୍ତାନ ସହିତ ଖେଳିବା ଉଚିତ୍ ନୁହେଁ । ଗମ୍ଭୀର କହିଛନ୍ତି, ‘ମୋର ବ୍ୟକ୍ତିଗତ ମତ ହେଉଛି ଆମେ ପାକିସ୍ତାନ ସହିତ ଖେଳିବା ଉଚିତ୍ ନୁହେଁ।’ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦ ବନ୍ଦ ନହୁଏ, ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସ୍ତରରେ ସଂପର୍କ ରହିବା ଅନୁଚିତ ବୋଲି ଗୌତମ ଗମ୍ଭୀର କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.