ପ୍ରମୂଖ ଖବର
  • ଟାରିଫ୍ ୱାର ଭିତରେ ଭାରତରେ ତାର ରାଷ୍ଟ୍ରଦୂତ ବଦଳାଇବ ଆମେରିକା, ସର୍ଜିଆ ଗୋରଙ୍କ ନାମ ଘୋଷଣା କଲେ ଟ୍ରମ୍ପ
  • ||
  • ପଞ୍ଜାବରେ ଏଲପିଜି ଟ୍ୟାଙ୍କରରେ ଭୟଙ୍କର ବ୍ଲାଷ୍ଟ : ଜଳିଗଲା ୧୫ଟି ଦୋକାନ, ୨ ଜୀବନ୍ତ ଦଗ୍ଧ, ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ଚମୋଲିରେ ରାତି ଅଧରେ ଫାଟିଲା ବାଦଲ; ଥରାଲୀ ଗାଁରେ ଧ୍ୱଂସଲୀଳା, ପୋତି ହୋଇଗଲା ଘର
  • ||
  • ଶ୍ରୀମନ୍ଦିରରେ ସାତପୁରୀ ଅମାବାସ୍ୟାର ସ୍ୱତନ୍ତ୍ର ନୀତି, ସକାଳଧୂପରେ ଠାକୁରଙ୍କୁ ସାତପୁରୀ ଭୋଗ ଅର୍ପଣ ହେବ
  • ||
  • ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା, ଆଜି ପୁଣି ପାଣି ଛାଡ଼ିବ ହୀରାକୁଦ
  • ||
  • ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ, ଖାଲିପଡ଼ିଛି ୯୯ ହଜାର ସିଟ୍‌
  • ||
  • ଲଘୁଚାପ ସକ୍ରିୟ: ଆଜିଠୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା,୩ ଜିଲ୍ଲାକୁ ଅରେଞ୍ଜ, ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିବାହ ପାଇଁ ଚାପ ପକାଇବା ହେଲା କାଳ, କୂଅରୁ ମିଳିଲା ପ୍ରେମିକାଙ୍କ ମୁଣ୍ଡବିହୀନ ମୃତଦେହ

Published By : Manoj | August 22, 2025 8:46 AM

ଝାନ୍‌ସି,୨୨/୦୮: ୟୁପି ଝାନ୍‌ସି ଜିଲ୍ଲା ଅନ୍ତର୍ଗତ ଟୋଡ଼ି  ଫତେହପୁର ଥାନା ଅଧୀନ କିଶୋରପୁରା ଗ୍ରାମରେ ଏକ ଅଭାବନୀୟ  ଘଟଣା ଘଟିଥିଲା । କୂଅ ମଧ୍ୟରୁ ମୁଣ୍ଡବିହୀନ ମୃତଦେହ ମିଳିବା  ପରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏବେ ଉକ୍ତ ଘଟଣାର ପର୍ଦ୍ଦାଫାସ  ହୋଇଛି । ମୃତଦେହର ପରିଚୟ ମିଳିଛି । ମୃତକ ହେଉଛନ୍ତି ମଲ୍‌ୱାରା ଗ୍ରାମର ରଚନା ଯାଦବ (୩୫) । 

ପୁଲିସ ମୁତାବକ, ରଚନାଙ୍କୁ ତାଙ୍କ ପ୍ରେମିକ ତଥା ମହେବା ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ପଟେଲ ହତ୍ୟା କରିଛନ୍ତି । ଏହି ହତ୍ୟା ଘଟଣାରେ ସଞ୍ଜୟଙ୍କ ପୁତୁରା ସନ୍ଦୀପ ପଟେଲ ଓ ବନ୍ଧୁ ପ୍ରଦୀପ ଓରଫ ଦୀପକ ଅହରିୱାର ସମ୍ପୃକ୍ତ ଅଛନ୍ତି । ପୁଲିସ ସଞ୍ଜୟ ଓ ସନ୍ଦୀପଙ୍କୁ ଗିରଫ କରିଛି । ପ୍ରଦୀପ ଏବେ ବି ଫେରାର ଅଛି । 

ବରିଷ୍ଠ ପୁଲିସ ଅଧୀକ୍ଷକ ବିବିଜିଟିଏସ୍‌ ମୂର୍ତ୍ତିଙ୍କ ଅନୁସାରେ,  ରଚନା ଓ ସଞ୍ଜୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା । ରଚନା ବିବାହ  ପାଇଁ ବାରମ୍ବାର ଚାପ ପକାଇବାରୁ ତାଙ୍କୁ ହତ୍ୟା କରାଯାଇଛି । ଅଗଷ୍ଟ ୯ରେ ସନ୍ଦୀପ ଓ ପ୍ରଦୀପଙ୍କ ସହ ମିଶି ସଞ୍ଜୟ ଏହି କାଣ୍ଡ  ଘଟାଇଥିଲେ । ସେମାନେ ପ୍ରଥମେ ରଚନାଙ୍କୁ ତଣ୍ଟି ଚିପି ହତ୍ୟା  କରିଥିଲେ । ଏହାପରେ ମୃତଦେହକୁ ୭ ଖଣ୍ଡ କରି ଅଖାରେ  ଭର୍ତ୍ତି କରି କୂଅ ମଧ୍ୟରେ ଫିଙ୍ଗିଦେଇଥିଲେ । ରଚନାଙ୍କ ପରିଚୟ  ଲୁଚାଇବା ପାଇଁ ତାଙ୍କ କଟା ମୁଣ୍ଡ ଓ ପାଦକୁ ସେମାନେ ଲଖେରି  ନଦୀରେ ଫିଙ୍ଗିଦେଇଥିଲେ । ଅଗଷ୍ଟ ୧୩ରେ ପୁଲିସ କୂଅ ଶୁଖାଇ  ମୃତଦେହ ବାହାର କରିଥିଲା । ଏହା ରଚନାଙ୍କ ମୃତଦେହ ବୋଲି  ଗ୍ରାମବାସୀ ଜାଣିପାରି ତାଙ୍କ ଘର ଲୋକଙ୍କୁ ଖବର ଦେଇଥିଲେ । 

ପୁଲିସ ମୁତାବକ, ପୂର୍ବତନ ସରପଞ୍ଚ ସଞ୍ଜୟଙ୍କ ସହ ପ୍ରେମ  ସମ୍ପର୍କ ପୂର୍ବରୁ ରଚନା ଦୁଇଥର ବିବାହ କରିଥିଲେ । ପ୍ରଥମ  ବିବାହରୁ ତାଙ୍କର ଦୁଇ ସନ୍ତାନ ରହିଛନ୍ତି । ଦ୍ୱିତୀୟ ସ୍ୱାମୀଙ୍କଠାରୁ  ଅଲଗା ହେବା ପରେ ସେ ମହେବା ଗ୍ରାମର ଶିବରାଜ ଯାଦବଙ୍କ ସହ  ରହିବାକୁ ଲାଗିଥିଲେ । ୨୦୨୩ରେ ସେ ଶିବରାଜଙ୍କ ବିରୋଧରେ  ବଳାତ୍କାର ଓ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିଲେ । ଜୁନ୍‌ରେ  ଶିବରାଜଙ୍କ ମୃତ୍ୟୁ ପରେ ରଚନା ସଞ୍ଜୟଙ୍କ ସହ ପ୍ରେମ ସମ୍ପର୍କ  ସ୍ଥାପନ କରିଥିଲେ । ତେବେ ବିବାହ ପାଇଁ ସଞ୍ଜୟଙ୍କ ଉପରେ  ସେ ଚାପ ପକାଇଥିଲେ । ଏହାକୁ ନେଇ ବାରମ୍ବାର ବିବାଦ  ଉପୁଜିବାରୁ ଶେଷରେ ସଞ୍ଜୟ ତାଙ୍କୁ ରାସ୍ତାରୁ ହଟାଇବାକୁ  ନିଷ୍ପତ୍ତି ନେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.